Advertisment

ପ୍ରଥମ ଟେଷ୍ଟର ପ୍ରଥମ ଦିନ: ଭଲ ସ୍ଥିତିରେ ଭାରତ, ଶତକ ଅଭିମୁଖେ ଯଶସ୍ୱୀ

ଇଂଲଣ୍ଡ ପ୍ରଥମ ଦିନରେ ୨୪୬ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି।

Yashasvi Jaiswal

Yashasvi Jaiswal

Advertisment

ହାଇଦ୍ରାବାଦରେ ଆଜିଠାରୁ ଆରମ୍ଭ ହୋଇଛି ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ଦିନରେ ୨୪୬ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହା ପରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଆଜି ଷ୍ଟମ୍ପ ଅପସାରଣ ବେଳକୁ ଗୋଟିଏ ୱିକେଟ୍ ହରାଇ ୧୧୯ ରନ୍ କରିଛି। ଅପରାଜିତ ଥିବା ଯଶସ୍ୱୀ ଜୈସ୍ୱାଲ ଓ ଶୁବମନ ଗିଲ୍‌ ଆସନ୍ତାକାଲି ପୁଣି ଦଳର ଇନିଂସକୁ ଆଗେଇ ନେବେ।

Advertisment

ଭାରତ ପକ୍ଷରୁ ଯଶସ୍ୱୀ ଜୈସ୍ୱାଲ ଓ ଅଧିନାୟକ ରୋହିତ ଶର୍ମା ଇନିଂସ ଓପନ କରିଥିଲେ। ଦୁହିଁଙ୍କ ମଧ୍ୟରେ ୮୦ (୭୫ ବଲ୍‌) ରନ୍‌ର ପାର୍ଟନରଶିପ୍ ହୋଇଥିଲା। ତେବେ ଏଥିରେ ଅଧିକ ଭାଗିଦାରୀ ଥିଲା ଯଶସ୍ୱୀ ଜୈସ୍ୱାଲଙ୍କର। ସେ ୪୮ ବଲ୍‌ରେ ୫୨ ରନ୍ କରିଥିଲେ। ଅନ୍ୟପକ୍ଷରେ ରୋହିତ ଶର୍ମା ୨୭ ବଲ୍‌ରେ ୨୪ ରନ୍ କରିଥିଲେ। ରୋହିତ ୨୪ ରନ୍ (୩ ଚୌକା) କରି ଆଉଟ୍ ହୋଇଥିଲେ।

ଜ୍ୟାକ୍ ଲିଚ୍‌ଙ୍କ ବଲରେ ଛକା ମାରିବାକୁ ପ୍ରୟାସ କରି ଇଂଲଣ୍ଡର ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ରୋହିତ। ସେ ଆଉଟ୍ ହୋଇ ପ୍ୟାଭିଲିୟନକୁ ଲେଉଟି ଯିବା ବେଳକୁ ଭାରତର ସ୍କୋର ୧୨.୨ ଓଭରରେ ୮୦ରେ ପହଞ୍ଚିଥିଲା।

Advertisment

ରୋହିତ ଚିରାଚରିତ ଢଙ୍ଗରେ ବଡ଼ ଶଟ୍ ମାରିବାକୁ ପ୍ରୟାସ କରି ଆଉଟ୍ ହୋଇଯିବା ପରେ କ୍ରିଜ୍‌କୁ ଆସିଥିଲେ ଶୁବମନ ଗିଲ୍‌। ସେ ଧୈର୍ଯ୍ୟର ସହିତ ଖେଳିଥିଲେ। ୪୩ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଗିଲ୍‌ଙ୍କ ବ୍ୟାଟ୍‌ରୁ ଖୁବ୍ କମ୍ ଶଟ୍ ବାହାରିଥିଲା। ଅନ୍ୟପକ୍ଷରେ ଯଶସ୍ୱୀ ତାଙ୍କର ବିସ୍ଫୋରକ ଖେଳ ବଜାୟ ରଖିଥିଲେ। ରୋହିତ ଆଉଟ୍ ହୋଇଯିବା ପରେ ମଧ୍ୟ ସେ ତାଙ୍କ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲେ। ଗିଲ୍ ଓ ଯଶସ୍ୱୀଙ୍କ ମଧ୍ୟରେ ଅପରାଜିତ ୩୯ (୬୫ ବଲ୍‌) ରନ୍‌ର ପାର୍ଟନରଶିପ୍ ହୋଇଛି। 

ଆଜି ଷ୍ଟମ୍ପ ଅପସାରଣ ବେଳକୁ ଯଶସ୍ୱୀ ଜୈସ୍ୱାଲ ୭୬ (୭୦ ବଲ୍‌, ୯ ଚୌକା, ୩ ଛକା) ଓ ଶୁବମନ ଗିଲ୍ ୧୪ (୪୩ ବଲ୍‌, ୧ ଚୌକା) ରନ୍ କରି ଅପରାଜିତ ରହିଛନ୍ତି।      

INDvsENG Yashasvi Jaiswal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe