Advertisment

ଇଂଲଣ୍ଡ ବିପକ୍ଷ ଟେଷ୍ଟ: ଡ୍ରାଇଭର ସିଟ୍‌ରେ ଭାରତୀୟ ମହିଳା ଦଳ

ଇଂଲଣ୍ଡ ୧୩୬ ରନରେ ଅଲଆଉଟ ହୋଇଯିବାରୁ ଭାରତୀୟ ମହିଳା ଦଳ ପ୍ରଥମ ଇନିଂସରେ ୨୯୨ ରନର ଲିଡ ହାସଲ କରି ନେଇଥିଲା।

Cricket

Cricket

Advertisment

ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ଭାରତୀୟ ମହିଳା ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଛି। ଦୀପ୍ତି ଶର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତୀୟ ମହିଳା ଦଳ ଏବେ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ନେଇ ଆସିଛି।

Advertisment

ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଟିମ ଭାରତ ୪୭୮ ରନ ଲିଡ୍‌ ହାସଲ କରି ନେଇଛି। ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ହରମନପ୍ରୀ କୌର ୪୪ ଓ ପୂଜା ବସ୍ତ୍ରକର ୧୭ ରନ କରି ଅପରାଜିତ ରହିଥିଲେ। ସେହିପରି ଭାରତୀୟ ଟିମ ତା’ର ଦ୍ୱିତୀୟ ଇନିଂସରେ ୬ ୱିକେଟ ହରାଇ ୧୮୬ ରନ କରି ନେଇଛି।

ପୁଣେରେ ଡିୱାଇ ପାଟିଲ ଷ୍ଟାଡିୟମର ପିଚ୍‌ ଏବେ ସ୍ପିନ ବୋଲରଙ୍କୁ ସୁହାଇବା ଆରମ୍ଭ କରିଛି। ତେଣୁ ଭାରତ ଆସନ୍ତାକାଲି ଅଲଆଉଟ ହେଲେ ମଧ୍ୟ ଇଂଲଣ୍ଡ ପାଇଁ ମ୍ୟାଚ୍‌ ବଞ୍ଚାଇବା କାଠିକର ପାଠ ଭଳି ମନେ ହେଉଛି।

Advertisment

ଇଂଲଣ୍ଡ ପ୍ରଥମ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅପ ସ୍ପିନର ଦୀପ୍ତି ଶର୍ମା ୫.୩ ଓଭରରେ ୭ ରନ ଦେଇ ଇଂଲିଶ ଟିମର ୫ ବ୍ୟାଟରଙ୍କୁ ଆଉଟ କରିଥିଲେ। ସେ ବ୍ୟାଟିଂରେ ମଧ୍ୟ ୬୭ ରନର ଇନିଂସ ଖେଳିଥିଲେ।

ଭାରତ ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୪୨୮ ରନ କରିଥିଲା। ଭାରତ ପାଇଁ ଏସ୍‌ ଶୁଭ ୬୯, ଜେମିମା ରୋଡ୍ରିଗ୍ସ ୬୮, ହରମନପ୍ରୀତ ୪୯, ୟାସ୍ତିକା ଭାଟିଆ ୬୬, ଦୀପ୍ତି ଶର୍ମା ୬୭ ଓ ସେହ୍ନ ରାଣା ୩୦ ରନର ଇନିଂସ ଖେଳିଥିଲେ। ଭାରତ ଦ୍ୱିତୀୟ ଦିନର ପ୍ରଥମ ଏକଘଣ୍ଟାରେ ଅଲଆଉଟ ହୋଇଯିବାରୁ ଇଂଲଣ୍ତ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲେ।

କିନ୍ତୁ ନାଟ ସ୍କିଭର ବ୍ରଣ୍ଟ(୫୯)ଙ୍କୁ ଛାଡ଼ି ଦେଲେ ଆଉ କେହି ବି ଭାରତୀୟ ବୋଲରଙ୍କ ମୁକାବିଲା କରି ପାରି ନଥିଲେ। ସ୍ପିନ ଯୋଡ଼ି ଦୀପ୍ତି ଶର୍ମା ଓ ସେହ୍ନ ରାଣା କମାଲ କରିଥିଲେ। ଦୀପ୍ତିଙ୍କୁ ୫ ୱିକେଟ ମିଳିଥିବା ବେଳେ ରାଣା ୨ଟି ସଫଳତା ପାଇଥିଲେ।

ପୂଜା ଓ ରେଣୁକା ସିଂହ ଠାକୁର ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ଇଂଲଣ୍ଡ ୧୩୬ ରନରେ ଅଲଆଉଟ ହୋଇଯିବାରୁ ଭାରତୀୟ ମହିଳା ଦଳ ପ୍ରଥମ ଇନିଂସରେ ୨୯୨ ରନର ଲିଡ ହାସଲ କରି ନେଇଥିଲା।

ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତର ଦୁଇ ଓପନର ଶେଫାଳି ବର୍ମା ଓ ସ୍ମୃତି ମନ୍ଧାନା ଠିକ ଠାକ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୬୧ ରନ ଯୋଡ଼ି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲେ। କିନ୍ତୁ ମନ୍ଧାନା (୨୬) ଓ ଶେଫାଳି(୩୩) ଆଉଟ ହେବା ପରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶୁଭା ବ୍ୟାଟିଂ କରିବାକୁ ନ ଆସିବାରୁ ୟାସ୍ତିକା ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ।

କିନ୍ତୁ ସେ ୯ ରନ କରି ପ୍ୟାଭିଲିୟନ ଫେରିଥିଲେ। ଜେମିମା ବି କେବଳ ୨୭ ରନ କରିବାକୁ ସକ୍ଷମ ହୋଇଥିଲେ। ଦୀପ୍ତି ଶର୍ମା ୨୦ ଓ ସେହ୍ନ ରାଣା ପ୍ରଥମ ବଲରେ ଆଉଟ ହେବାରୁ ଭାରତ ୧୩୬ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଅଧିନାୟକ କୌର ଓ ପୂଜା ସ୍ଥିତି ସମ୍ଭାଳିଥିଲେ।

ଉଭୟ ଦ୍ୱିତୀୟ ଦିନରେ ଭାରତକୁ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ୭ମ ୱିକେଟ ପାଇଁ କୌର ଓ ପୂଜା ଦମଦାର ବ୍ୟାଟିଂ କରି ଷ୍ଟମ୍ପ ଅପସାରଣ ବେଳକୁ ଭାରତର ସ୍କୋରକୁ ୧୮୬ରେ ପହଞ୍ଚାଇ ଦେଇଥିଲେ।

ଆସନ୍ତାକାଲି ଉଭୟ ପୁଣି ବ୍ୟାଟିଂ କରିବେ। ଉଭୟଙ୍କ ଠାରୁ ସମସ୍ତେ ବଡ଼ ଇନିଂସର ଆଶା ରଖିଛନ୍ତି। ଲିଡ୍‌ ଏବେ ୪୭୮ ଥିବାରୁ ଭାରତ ଅତିକମରେ ୫୫୦ରୁ ଅଧିକ ଟାର୍ଗେଟ ଦେବା ମୁଡରେ ରହିବ।

ଇଂଲଣ୍ଡ ପାଇଁ ଦ୍ୱିତୀୟ ଇନିଂସରେ ଚାର୍ଲି ଡିନ ୪ଟି ୱିକେଟ ନେଇଥିବା ବେଳେ ସୋଫି ଏସଲେଷ୍ଟୋନ ୨ଟି ସଫଳତା ପାଇଛନ୍ତି।

Cricket India Vs England Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe