Advertisment

ଭାରତକୁ ଡବଲ ଝଟକା ଦେଲା ଅଷ୍ଟ୍ରେଲିଆ

ଭାରତର ଦୁଇ ଷ୍ଟାର ବ୍ୟାଟରଙ୍କୁ ‌ଅଷ୍ଟ୍ରେଲିଆ ପ୍ୟାଭିଲିୟନ ପଠାଇବାକୁ ସକ୍ଷମ ହୋଇଛି।

Aus

Aus

Advertisment

କର ବା ମର ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ କରୁଥିବା ଅଷ୍ଟ୍ରେଲିଆ ଦମଦାର ପ୍ରଦର୍ଶନ କରିଛି। ଭାରତର ଦୁଇ ଷ୍ଟାର ବ୍ୟାଟରଙ୍କୁ ‌ଅଷ୍ଟ୍ରେଲିଆ ପ୍ୟାଭିଲିୟନ ପଠାଇବାକୁ ସକ୍ଷମ ହୋଇଛି। ଜାସନ ବେହର୍ନଡ୍ରଫ ନିଜର ପ୍ରଥମ ଓଭରର ଦ୍ୱିତୀୟ ବଲରେ ଯଶସ୍ୱୀ ଜୈସୱାଲ(୬)ଙ୍କୁ ଆଉଟ କରିଥିଲେ।

Advertisment

ପରବର୍ତ୍ତୀ ଓଭରରେ କେନ ରିଚାର୍ଡସନ ଖାତା ଖୋଲିବା ପୂର୍ବରୁ ଈଶାନ କିଶନଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି। ୨୪ ରନରେ ଭାରତ ଦୁଇଟି ୱିକେଟ ହରାଇବା ପରେ ସୂର୍ଯ୍ୟ କୁମାର ଯାଦବ ଓ ଋତୁରାଜ ଗାଏକ୍ୱାଡ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି।

ପ୍ରଥମ ଟି-୨୦ରେ ସୂର୍ଯ୍ୟ କୁମାର ଯାଦବ ବିସ୍ଫୋରକ ୮୦ ରନର ଇନିଂସ ଖେଳିଥିଲେ। ସେହିପରି ଗାଏକ୍ୱାଡ ଦ୍ୱିତୀୟ ଟି-୨୦ରେ ଅର୍ଦ୍ଧଶତକ ହାସଲ କରିଥିଲେ। ତେଣୁ ଏହି ଦୁଇ ବ୍ୟାଟରଙ୍କ ଉପରେ ଏବେ ସବୁ କିଛି ନିର୍ଭର କରୁଛି। ରିପୋର୍ଟ ଲେଖା ହେବା ବେଳକୁ ଭାରତ ୭ ଓଭରରେ ୨ ୱିକେଟ ହରାଇ ୫୪ ରନ କରିଛି। ସୂର୍ଯ୍ୟ କୁମାର ୨୩ ଓ ଗାଏକ୍ୱାଡ ୧୧ ରନ କରି ବ୍ୟାଟିଂ କରୁଛନ୍ତି। 

Advertisment

ଅଷ୍ଟ୍ରେଲିଆ ବିପକ୍ଷ ୫ ଟିକିଆ ଟି-୨୦ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି। ଆଜି ଅଷ୍ଟ୍ରେଲିଆ ମ୍ୟାଚ୍‌ ଜିତିଲେ ସିରିଜକୁ କମବ୍ୟାକ କରିବ। ନଚେତ ଭାରତ ସିରିଜକୁ ଆଗୁଆ ୩-୦ରେ ଜିତି ନେବ।

India Vs Australia T20 Match Ind Vs Aus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe