Advertisment

ଭାରତର ବଡ଼ ବିଜୟ

ସିରିଜରେ ବରାବର ସ୍ଥିତିରେ ଅଛନ୍ତି ଭାରତ ଓ ଇଂଲଣ୍ଡ।

ଅଦ୍ୟତନ ହୋଇଛି
undefined

Gill

Advertisment

ଏଜବାଷ୍ଟନରେ ଭାରତର ବଡ଼ ବିଜୟ। ଦ୍ଵିତୀୟ ଟେଷ୍ଟରେ ୩୩୬ ରନରେ ଇଂଲଣ୍ଡକୁ ହରାଇଲା। 

ଇଂଲଣ୍ଡକୁ ୬୦୮ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା ଭ।ରତ। ଏହି ବିଜୟ ଲକ୍ଷ୍ୟର ପିଛା କରି ଗତକାଲି ଚତୁର୍ଥ ଦିବସର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୩ ୱିକେଟ ହରାଇ ୭୨ ରନ କରିଥିଲା। ଅତି ଶସ୍ତାରେ ଆଉଟ୍ ହୋଇଯାଇଥିଲେ ଜେଡ କ୍ରଲୀ (୦), ବି ଡକେଟ (୨୫) ଓ ଜେ ରୁଟ (୬)। ଡକେଟ ଓ ରୁଟଙ୍କୁ ଆଉଟ୍ କରିଥିଲେ ଆକାଶ ଦୀପ। କ୍ରଲୀଙ୍କୁ ଆଉଟ୍ କରିଥିଲେ ସିରାଜ।

Advertisment

ଓଲି ପପ୍ ଓ କ୍ରୁକ ଆଜି ପାଳିକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ବିଶେଷ କିଛି କରିପାରିଲେ ନାହିଁ। ଆଗପଛ ହୋଇ ପପ୍ (୨୪) ଓ କ୍ରୁକ (୨୩) ଯଥାକ୍ରମେ ୧୯.୧ ଓ ୨୧.୩ ଓଭରର ଆଉଟ୍ ହୋଇଯାଇଥିଲେ। ଉଭୟଙ୍କ ୱିକେଟ ନେଇଥିଲେ ଆକାଶ ଦୀପ।

କିନ୍ତୁ ତା ପରେ ଖେଳ ଏକ ଭିନ୍ନ ମୋଡ଼ ନେଇଥିଲା। ପରବର୍ତ୍ତୀ ପ୍ରାୟ ୨୦ ଓଭର ଧରି ଆଉ  ଇଂଲଣ୍ଡର ୱିକେଟ ଯାଇନଥିଲା। କ୍ରିଜରେ ଦୃଢ଼ ଭାବେ ରହିଥିଲେ ଅଧିନାୟକ ବି ଷ୍ଟୋକସ ଓ ୱିକେଟ କିପର ଜେ ସ୍ମିଥ। ଭାରତର ବିଜୟକୁ ବେଶ କିଛି ସମୟ ଧରି ଅବରୋଧ କରି ରଖିଥିଲେ ସେମାନେ। ହେଲେ ୪୦.୧ ଓଭରରେ ଏହି ଯୋଡ଼ିକୁ ଭାଙ୍ଗିଥିଲେ ସୁନ୍ଦର। ଦଳ ୬ ୱିକେଟ ହରାଇ ମାତ୍ର ୧୫୩ ରନ କରିଥିଲା। ତଥାପି ହାର ମାନିନଥିଲେ ୱିକେଟ କିପର  ସ୍ମିଥ। ସି ଓକେସଙ୍କୁ ସାଥୀ କରି ସେ ଖେଳିଥିଲେ। ୫୨.୧ ଓଭରରେ ଯାଇଥିଲା ୭ମ ୱିକେଟ। ଆଉଟ୍ ହୋଇଯାଇଥିଲେ ଓକେସ। ସେ ଆଉଟ୍ ହେବାର ୪ ଓଭର ପରେ ସ୍ମିଥ ୯୯ ବଲରୁ ୮୮ ରନ କରି ଆଉଟ୍ ହୋଇଥିଲେ। ଏହା ସହିତ ଭାରତର ବିଜୟ ନିଶ୍ଚିତ ହୋଇଥିଲା। ୨୭୧ ରନ କରି ଅଲ୍ ଆଉଟ୍ ହୋଇଥିଲେ ଘରୋଇ ଟିମ୍।

Advertisment

ଭାରତ ପକ୍ଷରୁ ଆକାଶ ଦୀପ ସର୍ବାଧିକ ୬ଟି ୱିକେଟ ନେଇଥିଲେ। ସିରାଜ, ଜାଡେଜା, ସୁନ୍ଦର ଓ ପ୍ରସିଦ୍ଧ କୃଷ୍ଣ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ତେବେ ଏହି ମ୍ୟାଚରେ ହିରୋ ଥିଲେ ଅଧିନାୟକ ଶୁବମନ ଗିଲ। ପ୍ରଥମ ଇନିଙ୍ଗସରେ ସେ ୨୬୧ ରନ କରିଥିବା ବେଳେ ଦ୍ଵିତୀୟ ଇନିଙ୍ଗସରେ ୧୬୧ ରନ କରି ଏକାଧିକ ରେକର୍ଡ ନିଜ ନାମର କରିଛନ୍ତି। ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଛି ।

ଭାରତ ପ୍ରଥମ ଇନିଂସରେ ୫୮୭ ରନ  କରିଥିଲା।   ଇଂଲଣ୍ଡ ୪୦୭ ରନ କରି  ଅଲ୍ ଆଉଟ୍ ହୋଇଯାଇଥିଲା। ଦ୍ଵିତୀୟ ଇନିଂସରେ ଭାରତ ୪୨୭ ରନ କରି ପାଳି ଘୋଷଣା କରିଥିଲା। ଜବାବରେ ଇଂଲଣ୍ଡ ୨୭୧ ରନ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe