Advertisment

ଭାରତୀୟ ଖେଳାଳିଙ୍କ ଛାତିରେ ରହିବ ‘ପାକିସ୍ତାନ’

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସମସ୍ତ ୮ ଦଳର ଅଧିନାୟକଙ୍କୁ ନେଇ ପାକିସ୍ତାନରେ ଫଟୋ ସେସନ୍ସ ହେବ। କିନ୍ତୁ ଏଥିରେ ସାମିଲ ହେବାକୁ ଭାରତର ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ଯିବେ ନାହିଁ ବୋଲି ବିସିସିଆଇ କହିବା ପରେ ପାକିସ୍ତାନ ଖପ୍ପା ହୋଇଛି।

author-image
Hemant Lenka
Team India

Team India

ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି ୨୦୨୫। ପାକିସ୍ତାନ ଏହି ଆଇସିସି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବାର ଅଧିକାର ପାଇଛି। କିନ୍ତୁ ଭାରତ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ। ଭାରତ ତା’ର ମ୍ୟାଚ୍‌ ଗୁଡ଼ିକ ଦୁବାଇରେ ଖେଳିବ।

Advertisment

ପାକିସ୍ତାନ ପ୍ରଥମେ ରାଜି ହେଉ ନଥିଲେ ହେଁ ଅଇସିସି ଚାପରେ ହାଇବ୍ରିଡ ମଡେଲରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ରାଜି ହୋଇଛି। ସେହିପରି ଚାମ୍ପିୟନ୍ସ ଟ୍ରଫି କ୍ୟାପ୍ଟେନ୍ସ ମିଟକୁ ନେଇ ପାକିସ୍ତାନ ନୂଆ ବିବାଦ ସୃଷ୍ଟି କରିଛି। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସମସ୍ତ ୮ ଦଳର ଅଧିନାୟକଙ୍କୁ ନେଇ ପାକିସ୍ତାନରେ ଫଟୋ ସେସନ୍ସ ହେବ। କିନ୍ତୁ ଏଥିରେ ସାମିଲ ହେବାକୁ ଭାରତର ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ଯିବେ ନାହିଁ ବୋଲି ବିସିସିଆଇ କହିବା ପରେ ପାକିସ୍ତାନ ଖପ୍ପା ହୋଇଛି।

ଏସବୁ ଭିତରେ ବିଭିନ୍ନ ଗଣମାଧ୍ୟମରେ ବି ଖବର ପ୍ରକାଶ ପାଇଛି ଯେ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଟିମ ପିନ୍ଧିବାକୁ ଥିବା ଜର୍ସିରେ ନିୟମ ଅନୁସାରେ ଆୟୋଜକ ଦେଶ ପାକିସ୍ତାନର ନାଁ ମଧ୍ୟ ଉଲ୍ଲେଖ କରିବ ନାହିଁ। ଏହାକୁ ନେଇ ପାକିସ୍ତାନ ଚିନ୍ତାରେ ଥିବା ବେଳେ ବିସିସିଆଇ ଇସଲାମାବାଦକୁ ଆଶ୍ୱସ୍ତ କରିଛି। ଚାମ୍ପିୟନ୍ସ ଟ୍ରଫି ଜର୍ସିରେ ଟୁର୍ଣ୍ଣାମେଣ୍ଟର ଲୋଗୋ ସହ ଭାରତୀୟ ଦଳ ପାକିସ୍ତାନର ନାଁ ଉଲ୍ଲେଖ କରିବ ବୋଲି ବିସିସିଆଇ କହିଛି। ଏହାର ଅର୍ଥ ଭାରତୀୟ ଖେଳାଳିଙ୍କ ଛାତିରେ ପାକିସ୍ତାନର ନାଁ ରହିବ।

Advertisment

ଜର୍ସି ଉପରେ ରହିବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫ ଲୋଗରୁ ପାକିସ୍ତାନର ନାଁ ହଟାଇବାକୁ ବିସିସିଆଇ ଚାହୁଁଥିବା ଖବରକୁ ସଂସ୍ଥାର ସମ୍ପାଦକ ଦେବଜିତ ସାଇକିଆ ବୁଧବାର ଖଣ୍ଡନ କରିଛନ୍ତି। ସେ ପୂରା ପ୍ରକରଣ ଉପରେ ସ୍ପଷ୍ଟୀକରଣ ରଖି କହିଛି ଯେ ଭାରତୀୟ ଟିମ ଓ କ୍ରିକେଟ ବୋର୍ଡ ଟୁର୍ଣ୍ଣାମେଣ୍ଟରେ ଆଇସିସିର ନିର୍ଦ୍ଦେଶନାମାକୁ ମାନିବାକୁ ପ୍ରତିଶ୍ରୁତିବଦ୍ଧ। ପାକିସ୍ତାନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଅଧିକାର ପାଇଛି ଓ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଲୋଗୋରେ ପାକିସ୍ତାନର ନାଁ ରହିବ।

ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରସ୍ତୁତ କରିଥିବା ଗାଇଡଲାଇନକୁ ବିସିସିଆଇ ପାଳନ କରିବ। ଜର୍ସିର ଲୋଗୋ ଠାରୁ ଆରମ୍ଭ କରି ଅନ୍ୟ ସବୁ ନିୟମକୁ ପାଳନ କରାଯିବ। ଗାଇଡଲାଇନକୁ ଭାଙ୍ଗିବା ପାଇଁ କେବେ ହେଲେ ବିସିସିଆଇ ଚିନ୍ତା କରନି। ତେଣୁ ମିଡିଆରେ କ’ଣ ସବୁ ଚାଲିଛି, ସେସବୁ ମୁଁ ଦେଖିଛି। ସେମାନେ ଏସବୁ ଖବର କେଉଁଠୁ ପାଉଛନ୍ତି ମୁଁ ଜାଣନି। କିନ୍ତୁ ବିସିସିଆଇ ନିୟମ ଭାଙ୍ଗିବାକୁ କେବେ ଲକ୍ଷ୍ୟ ରଖିନି। ବିସିସିଆଇ ଡ୍ରେସ କୋଡକୁ ପାଳନ କରିବ ବୋଲି ସେ କହିଛନ୍ତି।

ଚାମ୍ପିୟନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଲଢ଼େଇରୁ ମ୍ୟାଚ୍‌ ଆରମ୍ଭ ହେବ। ଭାରତ ୨୦ ତାରିଖରୁ ଦୁବାଇରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରୁ ତା’ର ଅଭିଯାନ ଆରମ୍ଭ କରିବ।

ଫେବୃଆରୀ ୨୩ରେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ମୁକାବିଲା ହେବ। କାରଣ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଶେଷ ଗ୍ରୁପ ମ୍ୟାଚ୍‌ ଭାରତ ମାର୍ଚ୍ଚ ୨ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ। ଯଦି ଭାରତ ସେମି ଫାଇନାଲ ଓ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବ, ତା’ହେଲେ ଦୁବାଇରେ ହିଁ ମ୍ୟାଚ୍‌ ଖେଳିବ।

Rohit Sharma Team India Champions Trophy