Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ବିଜୟ ପରେ ୨ନଂରେ ପହଞ୍ଚିଲା ଭାରତ

ହାଇଦ୍ରାବାଦରେ ଦଳ ଇଂଲଣ୍ଡ ଠାରୁ ହାରିବା ପରେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରୁ ୫ମକୁ ଖସିଥିଲା। ଏବେ ବିଜୟ ସହ ଦଳ ପୁଣି ୨ନଂରେ ପହଞ୍ଚି ଯାଇଛି।

Team India

Team India

Advertisment

ଇଂଲଣ୍ଡକୁ ୧୦୬ ରନରେ ହରାଇବା ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି ଟିମ ଇଣ୍ଡିଆ। ଅଷ୍ଟ୍ରେଲିଆ ପୂର୍ବଭଳି ୧ନଂ ସ୍ଥାନରେ ରହିଛି। ହାଇଦ୍ରାବାଦରେ ଦଳ ଇଂଲଣ୍ଡ ଠାରୁ ହାରିବା ପରେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରୁ ୫ମକୁ ଖସିଥିଲା। ଏବେ ବିଜୟ ସହ ଦଳ ପୁଣି ୨ନଂରେ ପହଞ୍ଚି ଯାଇଛି।

Advertisment

ବିଜୟ ପରେ ଆଇସିସି ଜାରି କରିଥିବା ତଥ୍ୟ ଅନୁସାରେ ଭାରତୀୟ ଟିମର ବିଜୟ ପ୍ରତିଶତ ୫୨.୭୭% ରହିଛି। ସେହିପରି ଟପ୍‌ ୫ରେ ଥିବା ଦଳ ଗୁଡ଼ିକ ମଧ୍ୟରେ କମ ବ୍ୟବଧାନ ରହିଛି। ଅର୍ଥାତ ଟପ୍‌ ୫ରେ ରହିବା ପାଇଁ ସବୁ ଦଳ ପରସ୍ପର ସହ ଜୋରଦାର ଲଢ଼େଇ କରୁଛନ୍ତି।

ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୫୫%, ଦକ୍ଷିଣ ଆଫ୍ରିକାର ୫୦%, ନ୍ୟୁଜିଲ୍ୟାଣ୍ଡର ୫୦%, ବାଂଲାଦେଶର ୫୦%, ପାକିସ୍ତାନର ୩୬.୬୬%, ୱେଷ୍ଟଇଣ୍ଡିଜର ୩୩.୩୩% ଓ ଇଂଲଣ୍ଡର ବିଜୟ ପ୍ରତିଶତ ୨୫% ରହିଛି।

Advertisment

ବିଶାଖାପଟନମରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟ କଥା ବିଚାରକୁ ନେଲେ ରବିଚନ୍ଦ୍ରନ ଅଶ୍ୱିନ ଓ ଯଶପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂ ଯୋଗୁ ଭାରତ ୧୦୬ରେ ଇଂଲଣ୍ଡକୁ ହରାଇ ଦେଇଛି। ଏଥିସହ ୫ ଟିକିଆ ଟେଷ୍ଟ ସିରିଜକୁ ୧-୧ ସ୍ଥିତିକୁ ଆଣିବାକୁ ସକ୍ଷମ ହୋଇଛି।

୩୯୯ ରନର ଟାର୍ଗେଟ ପାଇଥିବା ଇଂଲଣ୍ଡ ଏକଦା ୯୫ ରନରେ ଗୋଟିଏ ୱିକେଟ ହରାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଦଳ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ୪ର୍ଥ ଦିନର ପ୍ରଥମ ସେସନ୍ସରେ ଦଳ ୫ ୱିକେଟ ହରାଇଥିଲା। ଶେଷ ଭାଗରେ ବେନ ଫୋକ୍ସ ଓ ଟମ ହାର୍ଟଲୀ ଲଢ଼େଇ କରିଥିଲେ ହେଁ ଇଂଲଣ୍ଡ ୨୯୨ ରନରେ ଅଲଆଉଟ ହୋଇଯାଇଥିଲା।

Team India Test Match India Vs England India Vs England Test Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe