Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ୨ ନଂରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ଚେନ୍ନାଇ: ଇଂଲଣ୍ଡକୁ ଦ୍ୱିତୀୟ ଟେଷ୍ଟରେ ୩୧୭ ରନ୍‌ରେ ହରାଇ ଭାରତ ମଧୁର ପ୍ରତିଶୋଧ ନେଇଛି। ଇଂଲଣ୍ଡ ଚେନ୍ନାଇରେ ଆୟୋଜିତ ପ୍ରଥମ ଟେଷ୍ଟରେ ଭାରତକୁ ୨୨୭ ରନ୍‌ରେ ପରାସ୍ତ କରିଥିଲା। ହେଲେ ଭାରତ ଏକତରଫା ଭାବେ ଇଂଲିଶ ଟିମ୍‌କୁ ଦ୍ୱିତୀୟ ଟେଷ୍ଟରେ ହରାଇ ଦେଇଛି। ଏହି ବିଜୟ ପରେ ଦଳ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ରାଙ୍କିଙ୍ଗର ୨ ନଂ ସ୍ଥାନରେ ପହଞ୍ଚି ଯାଇଛି। ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଠାରୁ ହାରିବା ପରେ ଭାରତ ୪ର୍ଥ ସ୍ଥାନକୁ ଖସି […]

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ୨ ନଂରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

India

Advertisment

ଚେନ୍ନାଇ: ଇଂଲଣ୍ଡକୁ ଦ୍ୱିତୀୟ ଟେଷ୍ଟରେ ୩୧୭ ରନ୍‌ରେ ହରାଇ ଭାରତ ମଧୁର ପ୍ରତିଶୋଧ ନେଇଛି। ଇଂଲଣ୍ଡ ଚେନ୍ନାଇରେ ଆୟୋଜିତ ପ୍ରଥମ ଟେଷ୍ଟରେ ଭାରତକୁ ୨୨୭ ରନ୍‌ରେ ପରାସ୍ତ କରିଥିଲା। ହେଲେ ଭାରତ ଏକତରଫା ଭାବେ ଇଂଲିଶ ଟିମ୍‌କୁ ଦ୍ୱିତୀୟ ଟେଷ୍ଟରେ ହରାଇ ଦେଇଛି। ଏହି ବିଜୟ ପରେ ଦଳ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ରାଙ୍କିଙ୍ଗର ୨ ନଂ ସ୍ଥାନରେ ପହଞ୍ଚି ଯାଇଛି। ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଠାରୁ ହାରିବା ପରେ ଭାରତ ୪ର୍ଥ ସ୍ଥାନକୁ ଖସି ଯାଇଥିଲା।

Advertisment

ଚେପକ୍‌ରେ ଜିତିବା ପରେ ଭାରତ ସିରିଜ୍‌ ୧-୧ରେ ବରାବର କରିଛି। ଫଳରେ ଭାରତ ପାଖରେ ଏବେ ୬୯.୭%(ପିସିଟି) ପଏଣ୍ଟ ହୋଇଯାଇଛି। ସେହିପରି ଭାରତ ପାଖରେ ୪୬୦ ଏଗ୍ରିଗେଟ୍‌ ପଏଣ୍ଟ ରହିଛି। ନ୍ୟୁଜିଲ୍ୟାଣ୍ଡ ପିସିଟି ୭୦% ସହ ଏକ ନମ୍ବର ସ୍ଥାନରେ ରହିଛି।

ଜୁନ୍‌ ମାସରେ ଇଂଲଣ୍ଡର ଲର୍ଡସରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବ। ନ୍ୟୁଜିଲ୍ୟାଣ୍ଡ ପୂର୍ବରୁ ହିଁ ପ୍ରଥମ ଦଳ ଭାବେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଛି। ଏବେ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ରେସ୍‌ରେ ଅଛନ୍ତି। ଭାରତ ତାଲିକାର ୨ନଂରେ ଥିବା ବେଳେ ଅଷ୍ଟ୍ରେଲିଆ(୬୯.୨%) ୨ୟରେ ଓ ଇଂଲଣ୍ଡ(୬୭%) ସହ ତୃତୀୟରେ ରହିଛି।

Advertisment

ଭାରତକୁ ଫାଇନାଲ ଖେଳିବାକୁ ହେଲେ, ଇଂଲଣ୍ଡ ବିପକ୍ଷରେ ବାକି ଥିବା ୨ଟି ଟେଷ୍ଟରୁ ଗୋଟିଏ ଜିତିବାକୁ ପଡ଼ିବ ଓ ଗୋଟିଏ ଅତିକମରେ ଡ୍ର କରିବାକୁ ପଡ଼ିବ। ବିରାଟ କୋହଲିଙ୍କ ଟିମ୍‌ ଇଣ୍ଡିଆ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ୬ଷ୍ଠ ସିରିଜ ଖେଳୁଛି। ଏହା ମଧ୍ୟରୁ ଦଳ ୧୦ଟି ମ୍ୟାଚ୍‌ ଜିତିଥିବା ବେଳେ ୪ଟିରେ ହାରିଛି ଓ ଗୋଟିଏ ଡ୍ର କରିଛି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୩ୟ ଟେଷ୍ଟ ଦିବାରାତ୍ର ହେବ। ଅହମଦାବାଦରେ ଏହା ୨୪ ତାରିଖରୁ ଆରମ୍ଭ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe