Advertisment

ଭାରତରେ ଧୂଳି ଚାଟିଲା ବାଜବଲ କ୍ରିକେଟ, ଇଂଲଣ୍ଡ ୧-୪ରେ ସିରିଜ ହାରିଲା

ଆଗୁଆ ସିରିଜ କବଜା କରି ସାରିଥିବା ଭାରତ ଆଜି ଶେଷ ଟେଷ୍ଟକୁ ମଧ୍ୟ ଗୋଟିଏ ଇନିଂସ ଓ ୬୪ ରନରେ ଜିତି ନେଇଛି।

Ashwin

Ashwin

Advertisment

ଇଂଲଣ୍ଡ ଖେଳୁଥିବା ଆଟାକିଂ କ୍ରିକେଟ ବା ବାଜବଲ କ୍ରିକେଟ ଭାରତ ମାଟିରେ ଧୂଳି ଚାଟିଛି। ବାଜବଲ ରଣକୌଶଳକୁ ଫୁସ କରି ଦେଇଛି ଟିମ ଇଣ୍ଡିଆ। ଆଗୁଆ ସିରିଜ କବଜା କରି ସାରିଥିବା ଭାରତ ଆଜି ଶେଷ ଟେଷ୍ଟକୁ ମଧ୍ୟ ଗୋଟିଏ ଇନିଂସ ଓ ୬୪ ରନରେ ଜିତି ନେଇଛି।

Advertisment

ଇଂଲଣ୍ଡ ୧-୪ରେ ଟେଷ୍ଟ ସିରିଜ ହାରି ନିଜର ଭାରତ ଗସ୍ତ ଶେଷ କରିଛି। ବାଜବଲ ଯୁଗରେ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡ ଇନିଂସ ପରାଜୟ ଭଳି ଲଜାଜନକ ରେକର୍ଡର ଅଧିକାରୀ ହୋଇଛି।

ଧର୍ମଶାଲାରେ ଖେଳା ଯାଉଥିବା ୫ମ ଟେଷ୍ଟର ପ୍ରଥମ ଇନିଂସରେ କୁଲଦୀପ ଯାଦବଙ୍କ ଘାତକ ବୋଲିଂ(୫ ୱିକେଟ) ଯୋଗୁ ଇଂଲଣ୍ଡ ମାତ୍ର ୨୧୮ ରନ କରିଥିଲା। ଏହାର ଜବାବରେ ରୋହିତ ଶର୍ମା(୧୦୩) ଓ ଶୁବମନ ଗିଲ(୧୧୦)ଙ୍କ ଶତକ ବଳରେ ଭାରତ ୪୭୭ ରନ କରି ନେଇଥିଲା। ଫଳରେ ଭାରତକୁ ପ୍ରଥମ ଇନିଂସରେ ୨୫୯ ରନର ଲିଡ ମିଳି ଯାଇଥିଲା।

Advertisment

ପ୍ରଥମ ଇନିଂସରେ ପଛରେ ରହିଥିବା ଇଂଲିଶ ଟିମ ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତୀୟ ବୋଲରଙ୍କ ମୁକାବିଲା କରି ପାରି ନଥିଲା। ବିଶେଷ କରି ନିଜର ୧୦୦ତମ ଟେଷ୍ଟ ଖେଳୁଥିବା ରବିଚନ୍ଦ୍ରନ ଅଶ୍ୱିନ କମାଲ କରିଥିଲେ। ସେ ୫ ଇଂଲିଶ ବ୍ୟାଟରଙ୍କୁ ଆଉଟ କରି ଭ୍ରମଣକାରୀ ଦଳର ପରାଜୟକୁ ସୁନିଶ୍ଚିତ କରି ଦେଇଥିଲେ।

ଜୋ ରୁଟ କିଛି ସମୟ ଲଢ଼ି ୮୪ ରନର ଇନିଂସ ଖେଳିଥିଲେ ହେଁ ଏହା ଦଳର କମବ୍ୟାକ ପାଇଁ ଯଥେଷ୍ଟ ହୋଇ ନଥିଲା। ଶେଷରେ ଇଂଲଣ୍ଡ ଟିମ ଦ୍ୱିତୀୟ ଇନିଂସରେ ମାତ୍ର ୧୯୫ ରନ କରି ଅଲଆଉଟ ହୋଇ ଯାଇଥିଲା। ଅଶ୍ୱିନ ପ୍ରଥମ ଇନିଂସରେ ୪ ଓ ଦ୍ୱିତୀୟ ଇନିଂସରେ ୫ ୱିକେଟ ନେଇଛନ୍ତି।

ସେହିପରି କୁଲଦୀପ ପ୍ରଥମ ଇନିଂସରେ ୫ ୱିକେଟ ଓ ଦ୍ୱିତୀୟ ଇନିଂସରେ ୨ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ଆଉ ୨ଟି ୱିକେଟ ତୃତୀୟ ଦିନରେ ଆହତ ରୋହିତ ଶର୍ମାଙ୍କ ସ୍ଥାନରେ କ୍ୟାପ୍ଟେନ୍ସି କରୁଥିବା ଯଶପ୍ରୀତ ବୁମ୍ରାଙ୍କ ଖାତାକୁ ଯାଇଛି।

ପ୍ରଥମ ଇନିଂସରେ ୫ ୱିକେଟ ନେଇଥିବା କୁଲଦୀପଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ସେହିପରି ପୂରା ସିରିଜରେ ଦମ ଦେଖାଇଥିବା ଯୁବ ଓପନର ଯଶସ୍ୱୀ ଜୈସୱାଲ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ୯ଟି ଇନିଂସରେ ୭୧୨ ରନ କରିଥିବାରୁ ତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

India Vs England Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe