Advertisment

ହେଲିକପ୍ଟର୍‌ରେ ଆସିଲା ଟିମ ଇଣ୍ଡିଆର ଟି-୨୦ ବିଶ୍ୱକପ ଜର୍ସି

ସ୍ପୋର୍ଟସ ୱେୟାର ବ୍ରାଣ୍ଡ ଆଡିଡାସ ପକ୍ଷରୁ ଲଞ୍ଚ ବେଳର କିଛି ଦୃଶ୍ୟକୁ ଏକ୍ସରେ ପୋଷ୍ଟ କରାଯାଇଛି।

author-image
Hemant Lenka
Team India

Team India

ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଆଜି ଟିମ ଇଣ୍ଡିଆର ଅଫିସିଆଲ ଜର୍ସି ଉନ୍ମୋଚିତ ହୋଇଛି। ବେଶ ନାଟକୀୟ ଷ୍ଟାଇଲରେ ଜର୍ସିକୁ ସାର୍ବଜନୀନ କରାଯାଇଛି। ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଜର୍ସିର ଲଞ୍ଚ ହୋଇଛି। 

Advertisment

ସ୍ପୋର୍ଟସ ୱେୟାର ବ୍ରାଣ୍ଡ ଆଡିଡାସ ପକ୍ଷରୁ ଲଞ୍ଚ ବେଳର କିଛି ଦୃଶ୍ୟକୁ ଏକ୍ସରେ ପୋଷ୍ଟ କରାଯାଇଛି। ଉକ୍ତ ଭିଡିଓରେ କ୍ୟାପ୍ଟେନ ରୋହିତ ଶର୍ମାଙ୍କ ସହ କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ରହିଛନ୍ତି। ଜର୍ସି ଡିଜାଇନ୍‌ ଲିକ୍‌ ହୋଇଥିବା କୁହାଯାଉଥିଲେ ହେଁ ଏହାର ଏଣ୍ଟ୍ରୀ ସବୁଠାରୁ ଭିନ୍ନ ରହିଥିଲା।

କାରଣ ଭାରତୀୟ ଟିମର ଜର୍ସି ହେଲିକପ୍ଟର ଦ୍ୱାରା ଷ୍ଟାଡିୟମର ଛାତ ଦେଇ ପଡ଼ିଆ ଭିତରେ ପ୍ରବେଶ କରିଥିଲା। ଏକ ବିରାଟ ଜର୍ସିକୁ ହେଲିକପ୍ଟରରେ ଡଙ୍ଗା ଯାଇ ସାମ୍ନାକୁ ଅଣାଯାଇଛି।

Advertisment

ଏହାକୁ ଦେଖି ରୋହିତ ଓ ଜାଡେଜା ମଧ୍ୟ ଚକିତ ହେଉଛନ୍ତି। ଜର୍ସିର ବଡି ପାର୍ଟ ବ୍ଲୁ ଥିବା ବେଳେ ହାତ ଗେରୁଆ ରଙ୍ଗର ରହିଛି। ଉକ୍ତ ଜର୍ସିକୁ ପିନ୍ଧି ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପରେ ଟକ୍କର କରିବ।

ଆସନ୍ତା ଜୁନ ୨ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏଥିପାଇଁ ୧୫ ଜଣିଆ ଭାରତୀୟ ସ୍କ୍ୱାଡ ଘୋଷଣା ହୋଇ ସାରିଛି। ରୋହିତ ଶର୍ମା ଅଧିନାୟକ ଓ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଡେପୁଟି ଭାବେ ବିଶ୍ୱକପରେ ନଜର ଆସିବେ।

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଯଶସ୍ୱୀ ଜୈସୱାଲ, ସୂର୍ଯ୍ୟ କୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ ଅଧିନାୟକ), ଋଷଭ ପନ୍ତ, ସଞ୍ଜୁ ସାମସନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜି ଚହଲ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ।

ରିଜର୍ଭ ଖେଳାଳି: ଶୁବମନ ଗିଲ, ରିଙ୍କୁ ସିଂହ, ଖଲୀଲ ଅହମଦ ଓ ଆବେଶ ଖାନ।

Rohit Sharma T20 World Cup T20 Cricket Team India