/odisha-reporter/media/post_attachments/uploads/2021/11/rohit-and-dravid.jpg)
rohit-and-dravid
ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପରେ ପରାଜୟର ଦୁଃଖ ସହିବା ପରେ ଭାରତୀୟ କ୍ରିକେଟ୍ ଟିମ୍ ରୋହିତ୍ ଶର୍ମାଙ୍କ ନେତୃତ୍ୱ ଓ ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡଙ୍କ ମାର୍ଗଦର୍ଶନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଏଥିସହ କାଲି ଠାରୁ ଆରମ୍ଭ ହେବ ଭାରତୀୟ କ୍ରିକେଟରେ ଦ୍ରାବିଡ୍ ଓ ରୋହିତଙ୍କ ଯୁଗ। ଦ୍ରାବିଡ୍ ଓ ରୋହିତଙ୍କ ଯୋଡ଼ିଙ୍କ ପାଖରେ ଆଗାମୀ ଟି-୨୦ ବିଶ୍ୱକପ୍ ପୂର୍ବରୁ ଏକ ମଜଭୁତ୍ ଟିମ୍ ପ୍ରସ୍ତୁତ କରିବା ପାଇଁ ମାତ୍ର ୧୧ ମାସର ସମୟ ରହିବ। ଏହାରି ଭିତରେ ଟିମରେ ଆବଶ୍ୟକ ପରିବର୍ତ୍ତନ ଓ ସୁଧାର କରିବାକୁ ପଡ଼ିବ।
ୟୁଏଇରେ ଆୟୋଜିତ ଟି-୨୦ ବିଶ୍ୱକପରେ ନିରାଶ କରିବା ପରେ ଭାରତୀୟ ପେସ୍ ବୋଲିଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବାଦ୍ ଦେଇଛି। ଆହତ କାରଣରୁ ପାଣ୍ଡ୍ୟା ନିଜର ଅଲରାଉଣ୍ଡର ଦକ୍ଷତା ଦେଖାଇବାରେ ବିଫଳ ହୋଇଛନ୍ତି। ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଭେଙ୍କଟେଶ ଆୟରଙ୍କୁ ଏବେ ହାର୍ଦ୍ଦିକଙ୍କ ବିକଳ୍ପ ଭାବେ ଦେଖା ଯାଉଛି। ଆସନ୍ତାକାଲି ଠାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ଜଣାପଡ଼ିବ ଯେ ଆୟର ପେସ୍ ବୋଲିଂ ଅଲରାଉଣ୍ଡର ପାଇଁ ଫିଟ୍ ନା ନାହିଁ।
https://twitter.com/BCCI/status/1460491842483474432?s=20
ଭାରତ ତା’ର ବ୍ୟାଟିଂ ବିଭାଗରେ ଅଧିକ ପାୱାର ହିଟର୍ ରଖିପାରେ। ଆଇପିଏଲରେ କେକେଆର ପକ୍ଷରୁ ଖେଳିଥିବା ଆୟୀ ଲମ୍ବା ଓ ବଡ଼ ଶଟ୍ ଖେଳିବାର କ୍ଷମତା ରଖିଛନ୍ତି। ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଯେଉଁ ଅନ୍ୟ ଖେଳାଳିଙ୍କୁ ଚୟନ କରାଯାଇଛି, ସେଥିମଧ୍ୟରୁ ଋତୁରାଜ ଗାଏକ୍ୱାଡ୍, ହର୍ଷଲ୍ ପଟେଲ, ଆଭେଶ ଖାନ ଓ ୟୁଜବେନ୍ଦ୍ର ଚହଲ୍ ସାମିଲ ଅଛନ୍ତି। ଚହଲଙ୍କୁ ଟି-୨୦ ବିଶ୍ୱକପ୍ ଟିମରୁ ବାଦ୍ ଦିଆଯାଇଥିବା ନିଷ୍ପତ୍ତିକୁ ନେଇ ଖୁବ୍ ବିବାଦ ହୋଇଥିଲା। ଯଶପ୍ରୀତ ବୁମ୍ରାଙ୍କୁ ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି। ତାଙ୍କ ଅନୁପସ୍ଥିତିରେ ଭାରତ ଆଉଏକ ପେସ୍ ବୋଲର ସନ୍ଧାନ କରିବାକୁ ଚାହିଁବ।
https://twitter.com/BCCI/status/1460628764547715079?s=20
ଭୁବନେଶ୍ୱର କୁମାର ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ତାଙ୍କୁ ଲୟ ଫେରିପାଇବା ପାଇଁ ଆଉ ଏକ ସୁଯୋଗ ମିଳିଛି। କ୍ୟାପଟେନ୍ ରୋହିତ୍ ଶର୍ମା ଓ ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍ ଅଷ୍ଟ୍ରେଲିଆ ପରିବେଶକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ଯୋଗ୍ୟତା ମାପିବାକୁ ଚାହିଁବେ। କାରଣ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଆୟୋଜନ ହେବ।
ରୋହିତ୍ ଓ ଭାଇସ୍-କ୍ୟାପଟେନ୍ ଲୋକେଶ ରାହୁଲ୍ ଇନିଂସ୍ ଓପନ୍ କରିପାରନ୍ତି। କିନ୍ତୁ ଈଶାନ୍ କିଶନ ଓ ଗାଏକ୍ୱାଡଙ୍କ ଭଳି ବିକଳ୍ପ କାରଣରୁ ଭାରତ କିଛି ପ୍ରୟୋଗ କରିପାରେ। ଏପରିକି ଭେଙ୍କଟେଶ ଆୟର କେକେଆର ପକ୍ଷରୁ ଓପନ୍ କରି ଖୁବ୍ ରନ୍ କରିଛନ୍ତି। କିନ୍ତୁ ସେ ମିଡଲ୍ ଅର୍ଡରରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଅଛନ୍ତି। ସୂର୍ଯ୍ୟକୁମାର ବିଶ୍ୱକପରେ ଲୟ ହାସଲ କରିପାରିନଥିଲେ କିନ୍ତୁ ସେ ଏଭଳି ଜଣେ ଖେଳାଳି, ଯାହାଙ୍କୁ ଅଷ୍ଟ୍ରେଲିଆ ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଚତୁର୍ଥ ସ୍ଥାନ ପାଇଁ ପ୍ରସ୍ତୁତ କରିବା ଦରକାର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
