Advertisment

ଜାଡେଜା କମାଲ କଲେ, କିନ୍ତୁ ପ୍ରଥମ ଦିନରେ ସୁଯୋଗ ହାତ ଛଡ଼ା କଲା ଭାରତ

ପ୍ରଥମ ଦିନରେ ଭାରତ ମାତ୍ର ୧୯ ଓଭର ବ୍ୟାଟିଂ କରିଥିବା ବେଳେ ୪ ୱିକେଟ ହରାଇ ମିଳିଥିବା ସୁଯୋଗକୁ ହାତ ଛଡ଼ା କରିଛି।

ଅଦ୍ୟତନ ହୋଇଛି
Virat Kohli

Virat Kohli

Advertisment

ମୁମ୍ବାଇ ଟେଷ୍ଟର ପ୍ରଥମ ଦିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କମାଲ କରିବା ସହ ୫ ୱିକେଟ ଦଖଲ କରିଛନ୍ତି। ତାଙ୍କୁ ୱାଶିଂଟନ ସୁନ୍ଦର ୪ ୱିକେଟ ନେଇ ସାଥ ଦେବାରୁ ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ପାଳିରେ ୨୩୫ ରନରେ ଅଟକି ଯାଇଛି।

Advertisment

ପ୍ରଥମ ଦିନର ଟି ବ୍ରେକ ପରେ ନ୍ୟୁଜିଲ୍ୟାଣ୍ଡ ଅଲଆଉଟ ହେବାରୁ ଭାରତ ବ୍ୟାଟିଂ କରିବାକୁ ଆସିଥିଲା। କିନ୍ତୁ ଦଳ ସମସ୍ତଙ୍କୁ ନିରାଶ କରିଛି। ଆଜି ଭାରତ ମାତ୍ର ୧୯ ଓଭର ବ୍ୟାଟିଂ କରିଥିବା ବେଳେ ୪ ୱିକେଟ ହରାଇ ପ୍ରଥମ ଦିନରେ ମିଳିଥିବା ସୁଯୋଗକୁ ହାତ ଛଡ଼ା କରିଛି।

ପ୍ରଥମ ଦିନ ଦଳ ୪ ୱିକେଟ ହରାଇ ସହ ୮୬ ରନ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଶୁବମନ ଗିଲ ୩୧ ରନ ଓ ଋଷଭ ପନ୍ତ ୧ ରନ କରି ଅପରାଜିତ ରହିଛନ୍ତି। ପ୍ରଥମ ଦିନରେ ଦଳ ରୋହିତ ଶର୍ମା(୧୫), ବିରାଟ କୋହଲି(୪), ଯଶସ୍ୱୀ ଜୈସୱାଲ(୩୦) ଓ ନାଇଟ ୱାଚମ୍ୟାନ ଭାବେ ଆସିଥିବା ମହମ୍ମଦ ସିରାଜ(୦)ଙ୍କୁ ହରାଇଛି।

Advertisment

ପ୍ରଥମ ଦିନର ଦୁଇଟି ଅଧିବେଶନ ଦୁଇ ଦଳ ପରସ୍ପର ମଧ୍ୟରେ ବାଣ୍ଟିଥିଲେ। ଲାଗୁଥିଲା ଭାରତ ଶେଷ ସେସନ୍ସକୁ ନିଜ ନିୟନ୍ତ୍ରଣରେ ରଖିବ। ହେଲେ ୬ ରନ ଭିତରେ ଦଳ ୩ ୱିକେଟ ହରାଇ ସୁଯୋଗ ହାତ ଛଡ଼ା କରିଛି। ପ୍ରଥମ ଦିନର ଶେଷ ଅଧିବେଶନ ନ୍ୟୁଜିଲ୍ୟାଣ୍ଡ ନିଜ ନିୟନ୍ତ୍ରଣରେ ରଖିବାରୁ ଭାରତୀୟ ଟିମ ଏବେ ବ୍ୟାକଫୁଟକୁ ଚାଲି ଯାଇଛି।

ୱିଲ ୟଙ୍ଗଙ୍କ ୭୧ ଓ ଡାରେଲ ମିଚେଲଙ୍କ ୮୨ ରନ ଇନିଂସ ସତ୍ତ୍ୱେ ଭାରତୀୟ ଟିମ ନ୍ୟୁଜିଲ୍ୟାଣ୍ଡକୁ ଅପେକ୍ଷାକୃତ କମ ସ୍କୋର ୨୩୫ରେ ଅଲଆଉଟ କରି ଦେଇଥିଲା। ଜାଡେଜା ଏକାକୀ ୫ ୱିକେଟ ନେଇଥିବେ ବେଳେ ୱାଶିଂଟନ ସୁନ୍ଦରଙ୍କ ଖାତାକୁ ୪ଟି ସଫଳତା ଯାଇଥିଲା। ଆକାଶ ଦୀପ ଗୋଟିଏ ୱିକେଟ ପାଇଛନ୍ତି।

ନ୍ୟୁଜିଲ୍ୟାଣ୍ଡ ୨୩୫ ରନରେ ଅଲଆଉଟ ହେବାରୁ ଭାରତ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ରୋହିତ ଚମତ୍କାର ଢଙ୍ଗରେ ୩ଟି ଚୌକା ମାରିବାରୁ ସେ ଭଲ ଲୟରେ ଥିବା ସମସ୍ତେ ଆଶା କରିଥିଲେ। କିନ୍ତୁ ମ୍ୟାଟ ହେନରୀଙ୍କ ଗୋଟିଏ ବଲକୁ ସେ ବୁଝି ନ ପାରି ଦ୍ୱିତୀୟ ସ୍ଲିପରେ ୧୫ ରନ କରି ଆଉଟ ହୋଇଯାଇଥିଲେ। ଭାରତ ୨୫ ରନରେ ତା’ର ପ୍ରଥମ ୱିକେଟ ହରାଇଥିଲା।

ଏହାପରେ ଯଶସ୍ୱୀ ଓ ଗିଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ଦଳୀୟ ସ୍କୋରକୁ ୨୫ରୁ ନେଇ ୭୮ ରନରେ ପହଞ୍ଚାଇ ଦେଇଥିଲେ। ଲାଗୁଥିଲା ଉଭୟ ଆଜି ପୂରେ ସେସନ୍ସ ବ୍ୟାଟିଂ କରିବା ମୁଡରେ ରହିଛନ୍ତି। କିନ୍ତୁ ଯଶସ୍ୱୀ ୩୦ ରନ କରିଥିବା ବେଳେ ଏଜାଜ ପଟେଲଙ୍କ ସିଧା ବଲକୁ ରିଭର୍ସ ସୁଇପ ମାରି କ୍ଲିନ ବୋଲ୍ଡ ହୋଇଯାଇଥିଲେ।

ଏହାପରେ ନାଇଟ ୱାଚ ମ୍ୟାଚ୍‌ ଭାବେ ସିରାଜ ଆସିଥିଲେ। ସେ ପ୍ରଥମ ବଲରେ ହିଁ ଏଜାଜଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଯାଇଥିଲେ। ବିରାଟଙ୍କ ଠାରୁ ସମସ୍ତେ ବଡ଼ ଇନିଂସର ଆଶା ରଖିଥିଲେ ହେଁ ସେ ପୁଣି ସମସ୍ତଙ୍କୁ ନିରାଶ କରିଛନ୍ତି।

ରଚିନ ରବୀନ୍ଦ୍ରଙ୍କ ବଲରେ ୧ ରନ ହାସଲ କରିବା ଲକ୍ଷ୍ୟରେ ସେ ରନ ଆଉଟ ହୋଇଯାଇଥିଲେ। ୭୮ ରନ ଯାଏ ଦଳ ଗୋଟିଏ ୱିକେଟ ହରାଇଥିବା ବେଳେ ୮୪ ରନ ବେଳକୁ ୱିକେଟ ସଂଖ୍ୟା ୪ରେ ପହଞ୍ଚି ଯାଇଥିଲା।

ଆଜିର ଶେଷ ବ୍ୟାଟର ଭାବେ ବିରାଟ ଆଉଟ ହେବାରୁ ପନ୍ତ କ୍ରିଜକୁ ଆସିଥିଲେ। ସେ ଗୋଟିଏ ବଲରେ ୧ ରନ କରିବା ପରେ ଅମ୍ପାୟାର ଆଜିର ଖେଳକୁ ଶେଷ କରିଥିଲେ।

ଆସନ୍ତାକାଲି ଗିଲଙ୍କ ସହ ପନ୍ତ ଭାରତୀୟ ଇନିଂସକୁ ଆଗକୁ ନେବେ। ଉଭୟଙ୍କ ଠାରୁ ଦେଶବାସୀ ବଡ଼ ଇନିଂସ ଆଶା ରଖିଛନ୍ତି।

Virat Kohli
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe