Advertisment

ବଲ ସାମ୍ନା କରିବା ପୂର୍ବରୁ ଗାଏକ୍ୱାଡ ଆଉଟ, ଜୈସୱାଲ ବି ପ୍ୟାଭିଲିୟନ ଫେରିଲେ

ପ୍ରଥମ ବଲରେ ଚୌକା ଓ ତୃତୀୟ ବଲରେ ଜୈସୱାଲ ଛକା ମାରିଥିଲେ। ତେବେ ୫ମ ବଲରେ ମାର୍କସ ଷ୍ଟୋଇନିସଙ୍କୁ ପୁଲ କରି ଜୈସୱାଲ ୧ ରନ ନେଇଥିଲେ।

author-image
Hemant Lenka
AUS

AUS

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦କୁ ଜିତିବା ପାଇଁ ୨୦୯ ରନର ବିଶାଳ ଟାର୍ଗେଟ ପାଇଥିବା ଭାରତ ପ୍ରଥମ ଓଭରରେ ଉପ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ହରାଇଛି। ଗାଏକ୍ୱାଡ କୌଣସି ବଲର ସାମ୍ନା ନ କରି ରନଆଉଟ ରୂପେ ପ୍ୟାଭିଲିୟନ ଫେରିଛନ୍ତି। ଯଶସ୍ୱୀ ଜୈସୱାଲ ଓ ଗାଏକ୍ୱାଡ ଭାରତ ପାଇଁ ଇନିଂସ ଆରମ୍ଭ କରିଥିଲେ।

Advertisment

ପ୍ରଥମ ବଲରେ ଚୌକା ଓ ତୃତୀୟ ବଲରେ ଜୈସୱାଲ ଛକା ମାରିଥିଲେ। ତେବେ ୫ମ ବଲରେ ମାର୍କସ ଷ୍ଟୋଇନିସଙ୍କୁ ପୁଲ କରି ଜୈସୱାଲ ୧ ରନ ନେଇଥିଲେ। କିନ୍ତୁ ତାଳମେଳ ଅଭାବରୁ ଗାଏକ୍ୱାଡ ୨ ରନ ନେବା ଚକରରେ ରନ ଆଉଟ ହୋଇଯାଇଥିଲେ। ଭାରତ ୧୧ ରନରେ ତା’ର ପ୍ରଥମ ୱିକେଟ ହରାଇଥିଲା।

ଗାଏକ୍ୱାଡଙ୍କ ପରେ ଈଶାନ କିଶନ କ୍ରିଜକୁ ଆସିଛନ୍ତି। ସେ ଜୈସୱାଲଙ୍କ ସହ ମିଶି ଭାରତର ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ହେଲେ ଦ୍ୱିତୀୟ ଓଭରରେ ଜେସନ ବେହର୍ନଡ୍ରଫ କୌଣସି ରନ ଦେଇ ନଥିଲେ।

Advertisment

ତୃତୀୟ ଓଭର ମାଥ୍ୟୁ ଶର୍ଟ ବୋଲିଂ କରିବାକୁ ଆସିଥିଲେ। ତାଙ୍କର ପ୍ରଥମ ବଲରେ ଜୈସୱାଲ ଚୌକା ଓ ଦ୍ୱିତୀୟ ବଲରେ ଛକା ମାରିଥିଲେ। କିନ୍ତୁ ତୃତୀୟ ବଲରେ ବଡ଼ ଶଟ ମାରିବାକୁ ଯାଇ ଜୈସୱାଲ ମିଡଅପରେ ଆଉଟ ହୋଇଛନ୍ତି। ସେ ୮ ବଲରେ ୨୧ ରନ କରି ଆଉଟ ହୋଇଛନ୍ତି। ଭାରତ ୨୨ ରନରେ ଦ୍ୱିତୀୟ ୱିକେଟ ହରାଇଛି। ଜୈସୱାଲଙ୍କ ପରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ କ୍ରିଜକୁ ଆସିଛନ୍ତି। 

ରିପୋର୍ଟ ଲେଖା ହେବା ବେଳକୁ ଭାରତ ୪ ଓଭରରେ ଦୁଇ ୱିକେଟ ହରାଇ ୩୨ ରନ କରିଛି। 

India Vs Australia T20 Match T20 Cricket