Advertisment

ଅଷ୍ଟ୍ରେଲିଆକୁ ଡବଲ ୱିକେଟ, ରୋହିତଙ୍କ ପରେ ଶ୍ରେୟସ ଆଉଟ

ସବୁ ମ୍ୟାଚ୍‌ ଭଳି ବିଶ୍ୱକପ ଫାଇନାଲରେ ମଧ୍ୟ ରୋହିତ ବିସ୍ଫୋରକ ବ୍ୟାଟିଂ କରିଥିଲେ। କିନ୍ତୁ ତାଙ୍କୁ ଗିଲ ସାଥ ଦେଇ ନଥିଲେ।

author-image
Hemant Lenka
Rohit

Rohit

ବିଶ୍ୱକପ ଫାଇନାଲରେ ଭାରତକୁ କ୍ରମାଗତ ଡବଲ ଝଟକା ଲାଗିଛି। ପ୍ରଥମେ ବିସ୍ଫୋରକ ବ୍ୟାଟିଂ କରି ଅଧିନାୟକ ରୋହିତ ଶର୍ମା ଆଉଟ ହୋଇଥିଲେ। ପରବର୍ତ୍ତୀ ଓଭର୍‌ରେ ଶ୍ରେୟସ ଆୟର ମଧ୍ୟ ପ୍ୟାଭିଲିୟନ ଫେରିଛନ୍ତି। ରୋହିତଙ୍କ ୱିକେଟ ଗ୍ଲେନ ମ୍ୟାକ୍ସୱେଲ ଓ ଆୟର(୪) ପାଟ କମିନ୍ସଙ୍କ ବଲରେ ଆଉଟ ହୋଇଛନ୍ତି।

Advertisment

ଏହାପୂର୍ବରୁ ଭାରତ ଶୁବମନ ଗିଲ(୪)ଙ୍କୁ ହରାଇଥିଲା। ଫାଇନାଲ ଭଳି ବଡ଼ ମୁକାବିଲାରେ ଦଳ କ୍ରମାଗତ ୨ଟି ୱିକେଟ ହରାଇ ସାମାନ୍ୟ ବ୍ୟାକଫୁଟକୁ ଠେଲି ହୋଇଯାଇଛି। ତଥାପି କ୍ରିଜରେ ବିରାଟ କୋହଲିଙ୍କ ସହ କେଏଲ ରାହୁଲ ରହିଛନ୍ତି।

ସବୁ ମ୍ୟାଚ୍‌ ଭଳି ବିଶ୍ୱକପ ଫାଇନାଲରେ ମଧ୍ୟ ରୋହିତ ବିସ୍ଫୋରକ ବ୍ୟାଟିଂ କରିଥିଲେ। କିନ୍ତୁ ତାଙ୍କୁ ଗିଲ ସାଥ ଦେଇ ନଥିଲେ। ଗିଲ୍‌ ୪ ରନ କରି ମିଚେଲ ଷ୍ଟାର୍କଙ୍କ ବଲରେ ଆଉଟ ହୋଇଥିଲେ ମଧ୍ୟ ରୋହିତଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲେ। ସେ ଛକା ଓ ଚୌକା ମାରିବାରେ ଲାଗିଥିଲେ।

Advertisment

ତେବେ ସେ ପୁଣି ୪୭ ରନରେ ଅଟକିଥିଲେ। ୧୦ମ ଓଭର ପକାଉ ଥିବା ମ୍ୟାକ୍ସୱେଲଙ୍କୁ ସେ ପ୍ରଥମେ ଗୋଟିଏ ଛକା ଓ ଚୌକା ମାରିଥିଲେ। କିନ୍ତୁ ପୁଣି ବଡ଼ ଶଟ ମାରିବାକୁ ଯାଇ ରୋହିତ ଆଉଟ ହୋଇଯାଇଥିଲେ। ରୋହିତ ୩୧ ବଲରେ ୪୭ ରନର ଇନିଂସ ଖେଳିଛନ୍ତି। ଏଥିରେ ୪ଟି ଚୌକା ଓ ୩ଟି ବିଶାଳ ଛକା ରହିଛି।

ରୋହିତଙ୍କ ପରେ ଆସିଥିବା ଶ୍ରେୟସ ଆୟର ଗୋଟିଏ ଚୌକା ମାରିଥିଲେ। କିନ୍ତୁ ୧୧ତମ ଓଭରେ ତାଙ୍କୁ କମିନ୍ସ ଆଉଟ କରି ଭାରତକୁ ତୃତୀୟ ଝଟକା ଦେଇଛନ୍ତି। ଏବେ ବିରାଟ ଓ ରାହୁଲ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି।

ରିପୋର୍ଟ ଲେଖାହେବା ବେଳକୁ ଭାରତ ୩ ୱିକେଟ ହରାଇ ୯୪ ରନ କରିଛି।                                                         

ICC ICC Men’s Cricket World Cup 2023 ICC World Cup 2023 ICC World Cup CWC Final