Advertisment

ଟାର୍ଗେଟ ୨୫୭, ଛକା ଓ ଚୌକା ବର୍ଷା ପରେ ରୋହିତ ଆଉଟ

ଆଉଟ ହେବା ପୂର୍ବରେ ରୋହିତ ୪୦ ବଲରେ ୪୮ ରନର ଇନିଂସ ଖେଳିଛନ୍ତି। ଏହା ମଧ୍ୟରେ ୭ଟି ଚୌକା ଓ ୨ଟି ଛକା ରହିଛି।

author-image
Hemant Lenka
Rohit

Rohit

ବାଂଲାଦେଶ ଦେଇଥିବା ୨୫୭ ରନର ଟାର୍ଗେଟ ପାଇଥିବା ଭାରତକୁ ଦମଦାର ଷ୍ଟାର୍ଟ ଦେବା ପରେ ପ୍ୟାଭିଲିୟନ ଫେରିଛନ୍ତି ଅଧିନାୟକ ରୋହିତ ଶର୍ମା। ଆଫଗାନିସ୍ତାନ ବିପକ୍ଷରେ ଶତକ ଓ ପାକିସ୍ତାନ ବିପକ୍ଷରେ ୮୬ ରନର ଇନିଂସ ଖେଳିଥିବା ରୋହିତ ଶର୍ମା ଆଜି ମଧ୍ୟ ବଡ଼ବଡ଼ ଶଟ ଖେଳିଥିଲେ।

Advertisment

ଏପରି କି ତାଙ୍କ ବ୍ୟାଟରୁ ଚୌକା ଓ ଛକା ବର୍ଷା ହୋଇଥିଲା। ତେବେ ସେ ହାସନ ମହମୁଦଙ୍କୁ ଛକା ମାରିବାକୁ ଯାଇ ଡିପ୍‌ ସ୍କୋୟାର ଲେଗ୍‌ରେ ଆଉଟ ହୋଇ ଯାଇଛନ୍ତି। ଆଉଟ ହେବା ପୂର୍ବରେ ରୋହିତ ୪୦ ବଲରେ ୪୮ ରନର ଇନିଂସ ଖେଳିଛନ୍ତି। ଏହା ମଧ୍ୟରେ ୭ଟି ଚୌକା ଓ ୨ଟି ଛକା ରହିଛି।

ରୋହିତ ଆଉଟ ହେବା ପରେ ଶୁବମନ ଗିଲ୍‌ଙ୍କୁ ସାଥ ଦେବାକୁ ଆସିଛନ୍ତି ବିରାଟ କୋହଲି। ସେ ଆରମ୍ଭରୁ ହିଁ ଚୌକା ଓ ଛକା ମାରିବା ଆରମ୍ଭ କରିଦେଇଛନ୍ତି। ଗିଲ୍‌ ମଧ୍ୟ ପଛରେ ନାହାନ୍ତି। ସେ ୫ଟି ଚୌକା ଓ ୨ଟି ଛକା ବଳରେ ୪୧ ରନ କରି ବ୍ୟାଟିଂ କରୁଛନ୍ତି। ବିରାଟ ୨୦ ରନରେ ରହିଛନ୍ତି। 

Advertisment

ଭାରତ ପ୍ରଥମ ୧୦ ଓଭର୍‌ରେ ବାଂଲାଦେଶ ଭଳି ବିନା ୱିକେଟରେ ୬୩ ରନ କରିଥିଲା। ଦଳୀୟ ସ୍କୋର ୮୮ ରନରେ ଦଳର ରୋହିତଙ୍କୁ ହରାଇଥିଲା। ରିପୋର୍ଟ ଲେଖା ହେବା ବେଳକୁ ଭାରତ ୧୫ ଓଭର୍‌ରେ ୧ ୱିକେଟ ହରାଇ ୧୧୧ ରନ କରିଛି। 

Rohit Sharma ICC ICC World Cup 2023 ICC World Cup