Advertisment

ସମ୍ମାନ ରକ୍ଷା କରିପାରିଲାନି ଟିମ୍ ଇଣ୍ଡିଆ, ସିରିଜ୍ ପୋଛିନେଲା ଦକ୍ଷିଣ ଆଫ୍ରିକା

କେପ୍ ଟାଉନ୍: ପୁଣି ହାରିଲା ଟିମ୍ ଇଣ୍ଡିଆ। ଦୀପକ ଚହରଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ନିକଟରୁ ମାତ୍ର ୪ ରନରେ ପରାସ୍ତ ହୋଇଛି। କ୍ରମାଗତ ତୃତୀୟ ବିଜୟ ସହ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜକୁ ୩-୦ରେ ପୋଛି ନେଇଛି। କେପ୍ ଟାଉନରେ ଖେଳାଯାଇଥିବା ଏହି ମ୍ୟାଚରେ କ୍ୱିଣ୍ଟନ୍ ଡି’କକଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ୨୮୭ ରନ୍ କରି […]

ଅଦ୍ୟତନ ହୋଇଛି
ସମ୍ମାନ ରକ୍ଷା କରିପାରିଲାନି ଟିମ୍ ଇଣ୍ଡିଆ, ସିରିଜ୍ ପୋଛିନେଲା ଦକ୍ଷିଣ ଆଫ୍ରିକା

virat-kohli1

Advertisment

କେପ୍ ଟାଉନ୍: ପୁଣି ହାରିଲା ଟିମ୍ ଇଣ୍ଡିଆ। ଦୀପକ ଚହରଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ନିକଟରୁ ମାତ୍ର ୪ ରନରେ ପରାସ୍ତ ହୋଇଛି। କ୍ରମାଗତ ତୃତୀୟ ବିଜୟ ସହ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜକୁ ୩-୦ରେ ପୋଛି ନେଇଛି। କେପ୍ ଟାଉନରେ ଖେଳାଯାଇଥିବା ଏହି ମ୍ୟାଚରେ କ୍ୱିଣ୍ଟନ୍ ଡି’କକଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ୨୮୭ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ୪୯.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮୩ କରିଥିଲା। ଏଥିସହ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ପରାଜୟ ସହ ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରିଛି।

Advertisment

୨୮୮ ରନର ଟାର୍ଗେଟର ପିଛା କରୁଥିବା ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। କ୍ୟାପଟେନ୍ ଲୋକେଶ ରାହୁଲ୍ (୯) ପୁଣିଥରେ ନିରାଶ କରିଥିଲେ। ଶିଖର ଧୱନ୍ ଓ ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲି ଅଭିଜ୍ଞତାର ଭରପୂର ଫାଇଦା ଉଠାଇ ଭାରତକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ହେଲେ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଆଣ୍ଡିଲେ ଫେଲୁକୱାୟୋ। ଧୱନ୍ ୬୧ (୭୩ ବଲ୍, ୫ ଚୌକା, ୧ ଛକା) ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଋଷଭ ପନ୍ତ ଖାତା ଖୋଲିପାରିନଥିଲେ।

କୋହଲି ନିଜର ଅର୍ଦ୍ଧଶତକ ପୂରଣ କରି ଶତକ ଆଡ଼କୁ ଅଗ୍ରସର ହେଉଥିଲେ। କିନ୍ତୁ ପୂର୍ବ ମ୍ୟାଚ୍ ଭଳି ପୁଣିଥରେ ଖରାପ ଶଟ୍ ଖେଳି କୋହଲି ନିଜ ୱିକେଟ୍ ଦେଇ ବସିଥିଲେ। ସେ ୬୫ (୮୪ ବଲ୍, ୫ ଚୌକା) ରନ୍ କରି କେଶବ ମହାରାଜଙ୍କ ଶିକାର ହୋଇଥିଲେ। ଶ୍ରେୟର୍ ଆୟର୍ (୨୬) ପୁଣିଥରେ ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଥିଲେ। ସିରିଜରେ ପ୍ରଥମଥର ସୁଯୋଗ ପାଇଥିବା ସୂର୍ଯ୍ୟକୁମାର ଯାଦବ ଚିରାଚରିତ ଢଙ୍ଗରେ ବ୍ୟାଟିଂ କରିଥିଲେ। କିନ୍ତୁ ଠିକଣା ସମୟରେ ସେ ନିଜ ୱିକେଟ୍ ହରାଇ ବସିଥିଲେ। ସୂର୍ଯ୍ୟକୁମାର ୩୨ ବଲରେ ୪ ଚୌକା ଓ ୧ ଛକା ସହ ୩୯ ରନ୍ କରି ଡ୍ୱେନ୍ ପ୍ରିଟୋରିୟସଙ୍କ ବଲରେ ଆଉଟ୍ ହୋଇଥିଲେ।

Advertisment

ଜୟନ୍ତ ଯାଦବ (୨) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠିପାରିନଥିଲେ। ୨୨୩ ରନରେ ୭ ୱିକେଟ୍ ହରାଇ ଭାରତ ନିଶ୍ଚିତ ପରାଜୟ ଦ୍ୱାରରେ ପହଞ୍ଚିଥିବା ବେଳେ ଦୀପକ ଚହର୍ ଦେଖାଇଥିଲେ ଦମ୍। ସେ ପରିସ୍ଥିତି ବୀପରିତ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିର୍ଧୁମ ଧୂଲେଇ କରିଥିଲେ। ତାଙ୍କୁ ସାଥ୍ ଦେଇଥିଲେ ଯଶପ୍ରୀତ ବୁମ୍ରା। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୫୫ ରନର ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ଚହର୍ ୩୪ ବଲରେ ୫ ଚୌକା ଓ ୨ ଛକା ସହ ୫୪ ରନ୍ କରି ଆଉଟ୍ ହୋଇଥିଲେ। ବୁମ୍ରା ୧୨ ଓ ଚହଲ୍ ୨ ରନ୍ କରି ପ୍ୟାଭିଲିୟନ ଫେରିଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ୨ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ଓ ଫେଲୁକୱାୟୋ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ପୂର୍ବରୁ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚରେ ଭାତର ଏକାଧିକ ପରିବର୍ତ୍ତନ ସହ ଓହ୍ଲାଇଥିଲା। ଏହି ପରିବର୍ତ୍ତନ ପରେ ଭାରତକୁ ପ୍ରାରମ୍ଭିକ ସଫଳତା ମଧ୍ୟ ମିଳିଥିଲା। ଦ୍ୱିତୀୟ ମ୍ୟାଚରେ ଦମଦାର ବ୍ୟାଟିଂ କରିଥିବା ଜାନେମନ୍ ମଲାନ୍ ମାତ୍ର ୧ ରନ୍ କରି ଦୀପକ ଚହରଙ୍କ ଶିକାର ହୋଇଥିଲେ। କ୍ୟାପଟେନ୍ ତେମ୍ବା ବାଭୁମା (୮) ଓ ଏଡେନ୍ ମାର୍କରମ୍ (୧୫) ନିରାଶ କରିଥିଲେ।

୭୦ ରନରେ ୩ ୱିକେଟ୍ ହରାଇ ସଂକଟରେ ପଡ଼ିଥିବା ଦକ୍ଷିଣ ଆଫ୍ରିକାକୁ ଟ୍ରାକକୁ ଆଣିଥିରେ ଡି’କକ୍ ଓ ଡୁସେନ୍। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୧୪୪ ରନର ଶତକୀୟ ଭାଗିଦାରୀ କରିଥିଲେ। ଡି’କକ୍ ୧୦୮ ବଲରେ ନିଜର ସପ୍ତମ ଦିନିକିଆ ଶତକ ପୂରଣ କରିଥିଲେ। ଶତକ ମାରିବା ପରେ ସେ ଦ୍ରୁତ ରନ୍ କରିବା ପ୍ରୟାସରେ ଆଉଟ୍ ହୋଇଥିଲେ। ତାଙ୍କୁ ଯଶପ୍ରୀତ ବୁମ୍ରା ପ୍ୟାଭିଲିୟନ୍ ପଠାଇଥିଲେ। ଡି’କକ୍ ୧୨୪ (୧୩୦ ବଲ୍, ୧୨ ଚୌକା, ୨ ଛକା) ରନ୍ କରିଥିଲେ। ପରେ ଡୁସେନ୍ (୫୨) ମଧ୍ୟ ଅର୍ଦ୍ଧଶତକ ପୂରଣ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ।

ଏହା ପରେ ଡେଭିଡ୍ ମିଲର୍ ଓ ଡ୍ୱେନ୍ ପ୍ରିଟୋରିୟସ୍ ସପ୍ତମ ୱିକେଟ୍ ପାଇଁ ୪୪ ରନ୍ ଯୋଡ଼ି ଦକ୍ଷିଣ ଆଫ୍ରିକାକୁ ଭଲ ସ୍କୋରରେ ପହଞ୍ଚାଇଥିଲେ। ପ୍ରିଟୋରିୟସ୍ ୨୦ ରନ୍ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ହୋଇଥିଲେ। ମିଲର୍ ୩୮ ବଲରେ ୩୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଲୋୟର୍ ଅର୍ଡରରେ ଆଣ୍ଡିଲେ ଫେଲୁକୱାୟୋ (୪), କେଶବ ମହାରାଜ (୬), ସିସାନ୍ଦା ମଗଲା (୦) ନିରାଶ କରିଥିଲେ। ଭାରତ ପକ୍ଷରୁ କ୍ରିଷ୍ଣା ୩ଟି, ଦୀପକ ଚହର୍ ଓ ବୁମ୍ରା ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe