ଭାରତରେ ଦିନିକିଆ ସିରିଜ ଜିତିଲା ଅଷ୍ଟ୍ରେଲିଆ

ନିର୍ଣ୍ଣାୟକ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୯ ରନ କରି ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ ଭାରତୀୟ ଟିମ ସମସ୍ତ ୱିକେଟ ହରାଇ କେବଳ ୨୪୮ ରନ କରିବାକୁ ସକ୍ଷମ ହୋଇଛି। 

AUS Photo@BCCI

ସୂର୍ଯ୍ୟ କୁମାରଙ୍କ ୱିକେଟ ପରେ ଅଷ୍ଟ୍ରେଲିଆର ଖେଳାଳି

Hemant Lenka
  • Published: Wednesday, 22 March 2023
  • Updated: 24 March 2023, 08:00 PM IST

Sports

Latest News

ଭାରତ ମାଟିରେ ଦିନିକିଆ ସିରିଜ ଜିତିଛି ଅଷ୍ଟ୍ରେଲିଆ। ୩ଟିକିଆ ସିରିଜ୍‌କୁ ୨-୧ରେ କବଜା କରିଛି ଭ୍ରମଣକାରୀ ଟିମ। ବର୍ଡର-ଗାଭାସ୍କର ଟ୍ରିଫର ଟେଷ୍ଟ ସିରିଜ୍‌କୁ ୧-୨ରେ ହାରିଥିବା କଙ୍ଗାରୁ ଟିମ ଦିନିକିଆରେ ଭାରତ ଠାରୁ ମଧୁର ପ୍ରତିଶୋଧ ନେଇଛି। ଶେଷ ଦିନିକିଆକୁ ଦଳ ୨୧ ରନରେ ଜିତି ସିରିଜ ଦଖଲ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ପୂର୍ବରୁ ଭାରତ ୧ନଂ ସ୍ଥାନରେ ରହିଥିଲା। 

ଚଳିତ ବର୍ଷ ଶେଷ ଭାଗରେ ଭାରତରେ ହିଁ ଦିନିକିଆ ବିଶ୍ୱକପ ଖେଳାଯିବ। ଏହାପୂର୍ବରୁ ଭାରତକୁ ଭାରତ ମାଟିରେ ହରାଇ ଅଷ୍ଟ୍ରେଲିଆ ତା’ର ମନୋବଳକୁ ଦୃଢ଼ କରିଛି। ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ପାଇଁ ଲେଗ ସ୍ପିନର ଆଡାମ ଜାମ୍ପା ଦମଦାର ବୋଲିଂ କରି ଭାରତୀୟ ବ୍ୟାଟିଂ ଲାଇନ ଅପ୍‌କୁ ଛିନଛତ୍ର କରି ଦେଇଛନ୍ତି। ତାଙ୍କ ସହ ଅଷ୍ଟନ ଆଗର ଭରପୂର ସାଥ ଦେଇଛନ୍ତି। ଜାମ୍ପା ୪ଟି ୱିକେଟ ଦଖଲ କରିଥିବା ବେଳେ ଆଗରଙ୍କୁ ୨ଟି ସଫଳତା ମିଳିଛି। 

Also Read

୨୭୦ ରନର ଟାର୍ଗେଟ ପାଇଥିବା ଭାରତ ଠିକଠାକ ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ ପ୍ରଥମ ୱିକେଟ ପାଇଁ ୬୫ ରନ ଯୋଡ଼ିଥିଲେ। ଏହି ସମୟରେ ୩୦ ରନ କରିଥିବା ରୋହିତ ବଡ଼ ଶଟ ଖେଳିବା ଲୋଭରେ ସେନ ଆବୋଟଙ୍କ ବଲରେ ଆଉଟ ହୋଇଥିଲେ। ଦଳୀୟ ସ୍କୋର ୭୭ ଥିବା ବେଳେ ଶୁବମନ ଗିଲ(୩୭)ଙ୍କୁ ଆଡାମ ଜାମ୍ପା ଆଉଟ କରି ଦେଇଥିଲେ।

ଏହାପରେ କେଏଲ ରାହୁଲ ଓ ବିରାଟ କୋହଲି ସ୍ଥିତି ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ଦଳୀୟ ସ୍କୋରକୁ ୭୭ରୁ ନେଇ ୧୪୬ରେ ପହଞ୍ଚାଇଥିଲେ। ଆବଶ୍ୟକ ନଥିଲେ ମଧ୍ୟ ଏହି ସମୟରେ ଜାମ୍ପାଙ୍କୁ ବଡ଼ ଶଟ ମାରିବାକୁ ଯାଇ କେଏଲ ରାହୁଲ(୩୨) ବାଉଣ୍ତରୀ ପାଖରେ ଧରା ପଡ଼ି ଯାଇଥିଲେ। ରାହୁଲ ଆଉଟ ହେବା ପରେ ସମସ୍ତଙ୍କୁ ଚକିତ କରି ଅକ୍ଷର ପଟେଲ ୫ନଂରେ ବ୍ୟାଟିଂ କରିବାକୁ ଆସିଥିଲେ।

ହେଲେ ବିରାଟଙ୍କ ସହ ତାଙ୍କର ତାଳମେଳ ଅଭାବରରୁ ସେ ମାତ୍ର ୨ ରନ କରି ରନ ଆଉଟ ହୋଇଯାଇଥିଲେ। ୬ନଂରେ ହାର୍ଦ୍ଦିକ ପାଣ୍ତ୍ୟା ଆସିଥିଲେ। ସେ ବିରାଟଙ୍କ ସହ ମିଶି ୩୪ ରନ ଯୋଡ଼ିଥିଲେ। ବିରାଟ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୧୮୫ ଥିବା ବେଳେ ଭାରତକୁ ବଡ଼ ଝଟକା ଲାଗିଥିଲା। ଅଷ୍ଟନ ଆଗର ୫୪ ରନ କରିଥିବା ବିରାଟଙ୍କୁ ଆଉଟ କରି ଭାରତକୁ ୫ମ ଝଟକା ଦେଇଥିଲେ।

ପ୍ରଥମ ଦୁଇ ମ୍ୟାଚ୍‌ରେ ପ୍ରଥମ ବଲରେ ଆଉଟ ହୋଇଥିବା ସୂର୍ଯ୍ୟ କୁମାରଙ୍କ ଉପରେ ଆଜି ସମସ୍ତଙ୍କ ଭରସା ରହିଥିଲା। ତାଙ୍କୁ ମଧ୍ୟ ଆଜି ପାଣ୍ଡ୍ୟାଙ୍କ ପରେ ବ୍ୟାଟିଂ କରିବାକୁ ଛଡ଼ା ଯାଇଥିଲା। ତେବେ ସେ ପୁଣି ସମସ୍ତଙ୍କୁ ନିରାଶ କରିଥିଲେ। ପୂର୍ବ ଦୁଇ ମ୍ୟାଚ୍‌ ଭଳି ଆଜି ମଧ୍ୟ ସେ ପ୍ରଥମ ବଲରେ ହିଁ ଖାତା ଖୋଲିବା ପୂର୍ବରୁ ଆଗରଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ପୂରା ସିରିଜରେ ସେ ୩ଟି ବଲ ଖେଳି ୩ଥର ଆଉଟ ହେବାର ରେକର୍ଡ ମଧ୍ୟ କରିଛନ୍ତି।

୭ମ ୱିକେଟ ପାଇଁ ରବୀନ୍ଦ୍ର ଜାଡେଜା ଓ ପାଣ୍ଡ୍ୟା ୩୮ ରନ ଯୋଡ଼ିଥିଲେ। ଏହି ସମୟରେ ରନରେଟର ଚାପ ବଢ଼ିବାରୁ ପାଣ୍ଡ୍ୟା ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ଜାମ୍ପା ଆଉଟ କରି ଭାରତକୁ ୭ମ ଝଟକା ଦେଇଥିଲେ। ଜାଡେଜା କ୍ରିଜ୍‌ରେ ଥିବାରୁ ଭାରତର ସମାନ୍ୟ ଆଶା ରହିଥିଲା। ହେଲେ ତାଙ୍କୁ ୪୬ତମ ଓଭରରେ ଜାମ୍ପା ଆଉଟ କରି ଭାରତର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଜାଡେଜା ୩୩ ବଲରେ ୧୮ ରନର ଇନିଂସ ଖେଳିଛନ୍ତି। 

ଏହାପରେ ମହମ୍ମଦ ଶାମି କିଛି ବଡ଼ ଶଟ ଖେଳି ଦର୍ଶକଙ୍କୁ ଉତ୍ସାହିତ କରିଥିଲେ। ହେଲେ ମାର୍କସ ଷ୍ଟୋଇନିସଙ୍କୁ ଗୋଟିଏ ଛକା ଓ ଚୌକା ମାରି କ୍ଲିନବୋଲ୍ଡ ହୋଇଯାଇଥିଲେ। ଭାରତ ୨୪୩ରେ ଶାମି(୧୪)ଙ୍କୁ ହରାଇଥିଲା।

ଶେଷ ବ୍ୟାଟର ଭାବେ ମହମ୍ମଦ ସିରାଜ କ୍ରିଜକୁ ଆସିଥିଲେ। ସେ ପ୍ରଥମ ବଲରେ ୨ ରନ କରିଥିଲେ। ଶେଷ ଦୁଇ ଓଭରକୁ ଦଳକୁ ଜିତିବା ପାଇଁ ୨୫ ରନ ଦରକାର ଥିଲା। ଆବୋଟ ୪୯ତମ ଓଭରରେ କେବଳ ୩ ରନ ଦେଇଥିଲେ। ଫଳରେ ଶେଷ ଓଭରେ ଦଳକୁ ଜିତିବା ପାଇଁ ୨୨ ରନ ଆବଶ୍ୟକ ପଡ଼ିଥିଲା। ଷ୍ଟୋଇନିସ ଶେଷ ଓଭର ପ୍ରଥମ ବଲରେ କୁଲଦୀପ ଯାଦବଙ୍କୁ ରନ ଆଉଟ କରି ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। 

ଅଷ୍ଟ୍ରେଲିଆ ପକ୍ଷରୁ ଜାମ୍ପା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଆଗର ୨ଟି, ଆବୋଟ ଓ ଷ୍ଟୋଇନିସ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story