Advertisment

ଡବଲ ଚୌକାରୁ ଇନିଂସ ଆରମ୍ଭ କଲେ, କିନ୍ତୁ ଆଉଟ ହୋଇଗଲେ ଗିଲ୍‌

ଗିଲ୍‌ ୧୧ ବଲରେ ୧୬ ରନ କରି ଆଉଟ ହୋଇ ଯାଇଛନ୍ତି। ତାଙ୍କ ୱିକେଟ ଶାହୀନ ଶାହ ଆଫ୍ରିଦି ନେଇଛନ୍ତି। ରୋହିତ ଓ ବିରାଟ ଏବେ କ୍ରିଜ୍‌ରେ ଅଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Gill

Gill

ବିଶ୍ୱକପରେ ପାକିସ୍ତାନ ମୁଣ୍ଡାଇଥିବା ୭-୦ର କଳଙ୍କକୁ ୮-୦ କରିବାକୁ ଭାରତ ଆଗରେ ୧୯୨ ରନର ଟାର୍ଗେଟ ରହିଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ପାଇଁ ରୋହିତ ଶର୍ମା ଓ ଶୁବମନ ଗିଲ୍‌ ଇନିଂସ ଆରମ୍ଭ କରିଥିଲେ। କିନ୍ତୁ ଗିଲ୍‌ ୧୧ ବଲରେ ୧୬ ରନ କରି ଆଉଟ ହୋଇ ଯାଇଛନ୍ତି। ତାଙ୍କ ୱିକେଟ ଶାହୀନ ଶାହ ଆଫ୍ରିଦି ନେଇଛନ୍ତି। ରୋହିତ ଓ ବିରାଟ ଏବେ କ୍ରିଜ୍‌ରେ ଅଛନ୍ତି। 

Advertisment

ପ୍ରଥମ ଓଭର୍‌ରେ ହିଁ ଡବଲ ଚୌକାରୁ ଭାରତ ତା’ର ଚେଜ୍‌ ଆରମ୍ଭ କରିଥିଲା। ଇନିଂସର ପ୍ରଥମ ବଲ ଓ ଓଭର ପକାଉଥିବା ଶାହୀନ ଶାହ ଆଫ୍ରିଦିଙ୍କୁ ରୋହିତ ଚୌକା ମାରି ଖାତା ଖୋଲିଥିଲେ। ଏହାପରେ ଡେଙ୍ଗୁରୁ ଫେରିଥିବା ଗିଲ୍‌ ମଧ୍ୟ ତୃତୀୟ ବଲରେ ଚୌକା ମାରିଥିଲେ।

ବିଶ୍ୱକପରେ ଆଜି ଡେବ୍ୟୁ କରୁଥିବା ଗିଲ ୪ରୁ ନିଜର ଖାତା ଖୋଲିଛନ୍ତି। ପ୍ରଥମ ଓଭର୍‌ରେ ଭାରତ ୧୦ ରନ ଆଦାୟ କରିଥିଲା। ଦ୍ୱିତୀୟ ଓଭର୍‌ର ତୃତୀୟ, ୫ମ ଓ ୬ଷ୍ଠ ବଲରେ ଗିଲ୍‌ରେ ହାସନ ଅଲୀଙ୍କୁ ଚୌକା ମାରି ନିଜର ବିସ୍ଫୋରକ ରୂପ ଦେଖାଇ ଥିଲେ। 

Advertisment

କିନ୍ତୁ ଇନିଂସର ତୃତୀୟ ଓଭର୍‌ ୫ମ ବଲରେ ସେ ସ୍କୋୟେର କଟ୍‌ ମାରିବାକୁ ଯାଉ ପଏଣ୍ଟରେ ଫିଲ୍ଡିଂ କରୁଥିବା ଶଦାବ ଖାନଙ୍କ ହାତରେ ଧରା ପଡ଼ି ଯାଇଛନ୍ତି। ରିପୋର୍ଟ ଲେଖା ହେବାକୁ ବେଳକୁ ଭାରତ ୪ ଓଭର୍‌ରେ ଗୋଟିଏ ୱିକେଟ ହରାଇ ୩୧ ରନ କରି ନେଇଛି। ରୋହିତ ୧୪ ଓ ବିରାଟ ଗୋଟିଏ ବଲରେ ଶୂନ କରି କ୍ରିଜରେ ଅଛନ୍ତି।  

ICC India Vs Pakistan ICC World Cup 2023