Advertisment

ଭାଙ୍ଗିଲା ବିଜୟଧାରା, ୧୦ ୱିକେଟରେ ହାରିଲା ଭାରତ

ଦୁବାଇ: ୨୯ ବର୍ଷର ବିଜୟଧାରାରେ ଲାଗିଲା ବ୍ରେକ । ଶେଷରେ ପରାଜୟଧାରା ଭାଙ୍ଗିଲା ପାକିସ୍ତାନ । ଆଇସିସି ଟି-୨୦ ବିଶ୍ୱବକପରେ ରବିବାର ଖେଳାଯାଇଥିବା ହାଇଭୋଲଟେଜ ମୁକାବିଲାରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ପରାସ୍ତ କରିଛି । ଏହି ବିଜୟ ସହ ବିଶ୍ୱକପରେ ଭାରତ ବିପକ୍ଷରେ ପରାଜୟ ପାକିସ୍ତାନ ରେକର୍ଡକୁ ଭାଙ୍ଗି ପାରିଛି । ଏହା ପୂର୍ବରୁ ପାକିସ୍ତାନ ୫ଥର ଟି-୨୦ ବିଶ୍ୱକପରେ ଭାରତ ଠାରୁ ହାରିଥିଲା । କିନ୍ତୁ ଏଥର ବାବର ଆଜମଙ୍କ ଟିମ୍ ଭାରତକୁ ହରାଇବାରେ […]

ଭାଙ୍ଗିଲା ବିଜୟଧାରା, ୧୦ ୱିକେଟରେ ହାରିଲା ଭାରତ

Pakistan Players

Advertisment

ଦୁବାଇ: ୨୯ ବର୍ଷର ବିଜୟଧାରାରେ ଲାଗିଲା ବ୍ରେକ । ଶେଷରେ ପରାଜୟଧାରା ଭାଙ୍ଗିଲା ପାକିସ୍ତାନ । ଆଇସିସି ଟି-୨୦ ବିଶ୍ୱବକପରେ ରବିବାର ଖେଳାଯାଇଥିବା ହାଇଭୋଲଟେଜ ମୁକାବିଲାରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ପରାସ୍ତ କରିଛି । ଏହି ବିଜୟ ସହ ବିଶ୍ୱକପରେ ଭାରତ ବିପକ୍ଷରେ ପରାଜୟ ପାକିସ୍ତାନ ରେକର୍ଡକୁ ଭାଙ୍ଗି ପାରିଛି । ଏହା ପୂର୍ବରୁ ପାକିସ୍ତାନ ୫ଥର ଟି-୨୦ ବିଶ୍ୱକପରେ ଭାରତ ଠାରୁ ହାରିଥିଲା । କିନ୍ତୁ ଏଥର ବାବର ଆଜମଙ୍କ ଟିମ୍ ଭାରତକୁ ହରାଇବାରେ ସଫଳ ହୋଇଛି ।

Advertisment

ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୧ ରନ୍ କରିଥିଲା। କୋହଲି ସର୍ବାଧିକ ୫୭ (୪୯ ବଲ୍, ୫ ଚୌକା, ୧ ଛକା) ରନ୍ କରିଥିଲେ । ଜବାବରେ ପାକିସ୍ତାନ ୧୭.୫ ଓଭରରେ ବିନା ୱିକେଟ୍ ହରାଇ ୧୫୨ ରନ୍ କରି ଏକତରଫା ଭାବେ ମ୍ୟାଚକୁ ଜିତି ନେଇଛି । ପାକିସ୍ତାନର ଦୁଇ ଓପ୍ନର ମହମ୍ମଦ ରିଜୱାନ ଓ ବାବରଙ୍କ ପାଇଁ ଏହି ଲକ୍ଷ୍ୟ ଯଥେଷ୍ଟ ଥିଲା ।

ବାବର ୬୨ ବଲରେ ୬ ଚୌକା ଓ ୨ ଛକା ସହ ୬୮ ଓ ରିଜୱାନ ୫୫ ବଲରେ ୬ ଚୌକା ଓ ୩ ଛକା ସହ ୭୯ ରନ୍ କରି ଅପରାଜିତ ଥିଲେ । ଭାରତର କୌଣସି ବୋଲର ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଭାବ ପକାଇ ପାରିନଥିଲେ ।

Advertisment

ପୂର୍ବରୁ ପାକିସ୍ତାନ କ୍ୟାପଟେନ୍ ବାବର ଆଜମ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ବଡ଼ ଝଟକା ଲାଗିଥିଲା। ଇନିଂସର ପ୍ରଥମ ଓଭରର ଚତୁର୍ଥ ବଲରେ ରୋହିତ୍ ଶର୍ମା (୦)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ ଶାହୀନ ଆଫ୍ରିଦି। ଅନ୍ୟତମ ଓପ୍ନର ଲୋକେଶ ରାହୁଲ୍ (୩)ଙ୍କୁ ମଧ୍ୟ ବୋଲ୍ଡ କରିଥିଲେ ଆଫ୍ରିଦି।

ସୂର୍ଯ୍ୟକୁମାର (୧୧) ଯାଦବ ଛକା ଓ ଚୌକା ମାରି ଭଲ ଆରମ୍ଭ କରିଥିଲେ। କିନ୍ତୁ ସେ ମଧ୍ୟ ବେଶୀ ସମୟ ତିଷ୍ଠିପାରିନଥିଲେ। ସୂର୍ଯ୍ୟଙ୍କୁ ହାସନ୍ ଅଲୀ ଆଉଟ୍ କରିଥିଲେ। ୩୧ ରନରେ ୩ ୱିକେଟ୍ ପତନ ପରେ ଭାରତ ସଂକଟରେ ପଡ଼ିଥିଲା। ଏହି ସମୟରେ କୋହଲି ଓ ପନ୍ତ ଲଢ଼େଇ କରିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୫୩ ରନର ଭାଗିଦାରୀ କରିଥିଲେ। ପନ୍ତ ପାକ୍ ବୋଲରଙ୍କୁ ଆଟାକ୍ କରିବା ସହ ଭାରତର ରନ୍ ଗତିକୁ ବଢ଼ାଇଥିଲେ।

ତେବେ ପନ୍ତ ବଡ଼ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ୍ ହରାଇ ବସିଥିଲେ। ପନ୍ତ ୩୦ ‍ବଲରେ ୨ ଚୌକା ଓ ୨ ଛକା ସହ ୩୯ ରନ୍ କରି ଶଦାବ ଖାନଙ୍କ ବଲରେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ପନ୍ତଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରବୀନ୍ଦ୍ର ଜାଡେଜା ୧୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। କୋହଲି ୪୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ କୋହଲି ଆଉଟ୍ ହୋଇଥିଲେ। ତାଙ୍କୁ ଆଫ୍ରିଦି ୱିକେଟ୍ କିପର ମହମ୍ମଦ ରିଜୱାନଙ୍କ ଦ୍ୱାରା କ୍ୟାଚ୍ କରାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୧ ଓ ଭୁବନେଶ୍ୱର କୁମାର ୫ ରନ୍ କରି ଅପରାଜିତ ଥିଲେ। ପାକିସ୍ତାନ ପକ୍ଷରୁ ଆଫ୍ରିଦି ୩ଟି, ହାସନ୍ ଅଲୀ ୨ଟି, ଶଦାବ ଓ ହାରିସ୍ ରୌଫ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe