Advertisment

ଫାଇନାଲରେ ଯିଏ ଟସ୍‌ ହାରିଛି, ସିଏ କପ୍‌ ନେଇଛି!

ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପର ଫାଇନାଲଗୁଡ଼ିକରେ ଟସ୍‌ ହାରିଥିବା ଦଳ ହିଁ ଚାମ୍ପିୟନ ହୋଇଛି। ଭାରତ ୧୯୮୩ ଓ ୨୦୧୧ରେ ବିଶ୍ୱ ବିଜେତା ହୋଇଥିଲା। ଉଭୟ ମ୍ୟାଚ୍‌ରେ ଭାରତ ଟସ୍‌ ହାରିଥିଲା।

Rohit

Rohit

Advertisment

ଆଜି ଦୀର୍ଘ ୨୦ ବର୍ଷ ପରେ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଭାରତ ଏବେ ବ୍ୟାଟିଂ କରୁଛି। ତେବେ ଅଷ୍ଟ୍ରେଲିଆ ଟସ୍‌ ଜିତିଥିବାରୁ କିଛି ଫ୍ୟାନ୍ସ ନିରାଶ ହୋଇଛନ୍ତି। ହେଲେ ଏବେ ଏମିତି କିଛି ତଥ୍ୟ ଆସିଛି, ଯାହା ନିଶ୍ଚିତ ଭାରତୀୟ ଫ୍ୟାନ୍ସ ଖୁସି କରିବ।

Advertisment

କାରଣ ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପର ଫାଇନାଲଗୁଡ଼ିକରେ ଟସ୍‌ ହାରିଥିବା ଦଳ ହିଁ ଚାମ୍ପିୟନ ହୋଇଛି। ଭାରତ ୧୯୮୩ ଓ ୨୦୧୧ରେ ବିଶ୍ୱ ବିଜେତା ହୋଇଥିଲା। ଉଭୟ ମ୍ୟାଚ୍‌ରେ ଭାରତ ଟସ୍‌ ହାରିଥିଲା।

କିନ୍ତୁ ମ୍ୟାଚ୍‌ରେ ଦଳର ଜିତାପଟ ହୋଇଥିଲା। ୨୦୧୧ ଭାରତ ମୁମ୍ବାଇର ୱାଙ୍ଖେଡେରେ ଶ୍ରୀଲଙ୍କାକୁ ହରାଇଥିଲା। ସେହିପରି ୧୯୮୩ରେ କପିଲ ଦେବଙ୍କ ଟିମ ଇଣ୍ଡିଆ ସେ ସମୟର ଶକ୍ତିଶାଳୀ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବାକୁ ସକ୍ଷମ ହୋଇଥିଲା।

Advertisment

କେବଳ ଭାରତ ନୁହେଁ, ୨୦୦୩ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଟସ୍‌ ହାରି ଭାରତ ବିପକ୍ଷରେ ମ୍ୟାଚ ଜିତିଥିଲା। ୨୦୧୫ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। କିନ୍ତୁ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା।

୨୦୧୯ ବିଶ୍ୱକପ ଫାଇନାଲ ଇଂଲଣ୍ଡ ବାଜିମାରିଥିଲା। କିନ୍ତୁ ଟସ୍‌ ନ୍ୟୁଜିଲ୍ୟାଣ୍ଡ ସପକ୍ଷରେ ଯାଇଥିଲେ। ତେଣୁ ଟସ୍‌ ହାରିଥିବା ଦଳ ହିଁ ବିଶ୍ୱକପ ଜିତିବାର ନଜିର ରହିଛି। ଆଜି ମଧ୍ୟ ୨୦୨୩ ବିଶ୍ୱକପ ଫାଇନାଲର ରେଜଲ୍ଟ ଭାରତ ସପକ୍ଷରେ ଯିବ ବୋଲି ଆଶା କରାଯାଉଛି।

India Vs Australia CWC 2023 CWC Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe