Advertisment

ଭାରତକୁ ଝଟକା: ଆଉଟ୍ ହୋଇଗଲେ ଗିଲ୍‌ ଓ କୋହଲି

ଶୁବମନ ୯ ରନ୍ କରି ଆଉଟ୍ ଥିବା ବେଳେ ବିରାଟ କୋହଲି ଖାତା ଖୋଲିପାରି ନାହାନ୍ତି।

Virat Kohli

Virat Kohli

Advertisment

ବିଶ୍ୱକପ୍ କ୍ରିକେଟରେ ଆଜି ଲକ୍ଷ୍ନୌରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଚାଲିଛି। ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଦଳକୁ ଲାଗିଛି ପ୍ରାରମ୍ଭିକ ଝଟକା। ଆଉଟ୍ ହୋଇଯାଇଛନ୍ତି ଶୁବମନ ଗିଲ୍‌ ଓ ବିରାଟ କୋହଲି।

Advertisment

ଶୁବମନ ୯ ରନ୍ କରି ଆଉଟ୍ ଥିବା ବେଳେ ବିରାଟ କୋହଲି ଖାତା ଖୋଲିପାରି ନାହାନ୍ତି। ୩.୬ ଓଭରରେ କ୍ରିସ୍‌ ୱକ୍ସଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ ଗିଲ୍‌। ସେ ୧୩ଟି ବଲ୍‌ରୁ ଗୋଟିଏ ୪ ଚୌକା ସହାୟତାରେ ୯ ରନ୍ କରିଥିଲେ। ସେହିପରି ୬.୫ ଓଭରରେ ଡାଭିଡ ୱିଲୀଙ୍କ ବଲ୍‌ରେ ବେନ୍‌ ଷ୍ଟୋକ୍ସଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ବିରାଟ କୋହଲି। ସେ ୯ଟି ବଲ୍ ଖେଳିଥିଲେ ହେଁ ଖାତା ଖୋଲି ପାରି ନଥିଲେ।

ରୋହିତ ଶର୍ମା ଓ ଶ୍ରେୟସ ଆୟର ଏବେ କ୍ରିଜ୍‌ରେ ଅଛନ୍ତି।

ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ କିଛି ଅଦଳ ବଦଳ କରିପାରେ ବୋଲି ଆଲୋଚନା ହୋଇଥିବା ବେଳେ ସେମିତି କିଛି ହୋଇନାହିଁ। ଦଳର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଯେଉଁ ଟିମ୍ ଖେଳିଥିଲା, ଆଜି ବି ସେହି ଟିମ୍ ଖେଳିବ। ସୂର୍ଯ୍ୟ କୁମାର ଯାଦବ ଓ ମହମ୍ମଦ ଶାମି ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି।

Advertisment
ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe