Advertisment

ବିଜୟଠୁ ୫ ୱିକେଟ୍ ଦୂରରେ ଟିମ୍ ଇଣ୍ଡିଆ

ମୁମ୍ବାଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ବିଜୟର ନିକଟତର ହୋଇଛି। ଭାରତ ଦ୍ୱାରା ଧାର୍ଯ୍ୟ ୫୪୦ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୧୪୦ ରନ୍ କରିଛି। ଦିବସର ଷ୍ଟମ୍ପ ଅପସାରଣ ବେଳକୁ ହେନରୀ ନିକୋଲ୍ସ ୩୬ ଓ ରାଚିନ୍ ରବୀନ୍ଦ୍ର ୨ ରନ୍ କରି ଅପରାଜିତ ରହିଛନ୍ତି। ଭାରତକୁ ମ୍ୟାଚ୍ ଓ ସିରିଜ୍ ଜିତିବା ପାଇଁ […]

ଅଦ୍ୟତନ ହୋଇଛି
ବିଜୟଠୁ ୫ ୱିକେଟ୍ ଦୂରରେ ଟିମ୍ ଇଣ୍ଡିଆ

india

Advertisment

ମୁମ୍ବାଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ବିଜୟର ନିକଟତର ହୋଇଛି। ଭାରତ ଦ୍ୱାରା ଧାର୍ଯ୍ୟ ୫୪୦ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୧୪୦ ରନ୍ କରିଛି। ଦିବସର ଷ୍ଟମ୍ପ ଅପସାରଣ ବେଳକୁ ହେନରୀ ନିକୋଲ୍ସ ୩୬ ଓ ରାଚିନ୍ ରବୀନ୍ଦ୍ର ୨ ରନ୍ କରି ଅପରାଜିତ ରହିଛନ୍ତି। ଭାରତକୁ ମ୍ୟାଚ୍ ଓ ସିରିଜ୍ ଜିତିବା ପାଇଁ ଆଉ ମାତ୍ର ୫ ୱିକେଟ୍ ଦରକାର।

Advertisment

୫୪୦ ରନର ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡକୁ ଅରମ୍ଭରୁ ଝଟକା ଲାଗିଥିଲା। କାମଚଳା କ୍ୟାପଟେନ୍ ତଥା ଓପ୍ନର ଟମ୍ ଲାଥମ୍ ୬ ରନ୍ କରିଥିବା ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଅନ୍ୟତମ ଓପ୍ନର ୱିଲ୍ ୟଙ୍ଗ୍ (୨୦)ଙ୍କୁ ମଧ୍ୟ ଅଶ୍ୱିନ୍ ନିଜର ଶିକାର ବନାଇଥିଲେ। ଅଭିଜ୍ଞ ରସ୍ ଟେଲର୍ (୬) ଦ୍ରୁତ ରନ୍ କରିବା ପ୍ରୟାସରେ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ମଧ୍ୟ ଅଶ୍ୱିନ୍ ଆଉଟ୍ କରିଥିଲେ। ୫୫ ରନ୍ ଭିତରେ ୩ ୱିକେଟ୍ ହରାଇ ନ୍ୟୁଜିଲ୍ୟାଣ୍ଡ ସଂକଟରେ ପଡ଼ିଥିବା ବେଳେ ଡାରିଏଲ୍ ମିଚେଲ୍ ଓ ନିକୋଲ୍ସ ସ୍ଥିତି ସମ୍ଭାଳିଥିଲେ।

ମିଚେଲ୍ ଓ ନିକୋଲ୍ସ ଚତୁର୍ଥ ୱିକେଟ୍ ପାଇଁ ୭୩ ରନର ଭାଗିଦାରୀ କରିଥିଲେ। ତେବେ ଏହି ସେଟ୍ ଯୋଡ଼ିକୁ ଭାଙ୍ଗିଲେ ଅକ୍ଷର ପଟେଲ୍। ଅର୍ଦ୍ଧଶତକ ମାରିଥିବା ମିଚେଲ୍ ବଡ଼ ଶଟ୍ ମାରିବାକୁ ଯାଇ ଜୟନ୍ତ ଯାଦବଙ୍କ ଦ୍ୱାରା କ୍ୟାଚ୍ ହୋଇଥିଲେ। ମିଚେଲ୍ ୯୨ ବଲର ସାମ୍ନା କରି ୭ ଚୌକା ଓ ୨ ଛକା ସହ ୬୦ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଟମ୍ ବ୍ଲଣ୍ଡଲ୍ ଖାତା ଖୋଲିବା ପୂର୍ବରୁ ରନଆଉଟ୍ ହୋଇଥିଲେ। ନିକୋଲ୍ସ ଓ ରବୀନ୍ଦ୍ର ଦିବସର ବାକି ଓଭରରେ ଦଳକୁ ଆଉ କ୍ଷତି ସହିବାକୁ ଦେଇନାହାନ୍ତି। ଭାରତ ପକ୍ଷରୁ ଅଶ୍ୱିନ୍ ୩ଟି ଓ ଅକ୍ଷର ଗୋଟିଏ ୱିକେଟ୍ ନେଇଥିଲେ।

Advertisment

ଏହା ପୂର୍ବରୁ ରବିବାର ଭାରତ ତା’ର ପୂର୍ବଦିନର ସ୍କୋର ୬୯/୦ରୁ ଖେଳ ଆରମ୍ଭ କରିଥିଲା। ଦୁଇ ଓପ୍ନର ମୟଙ୍କ ଅଗ୍ରୱାଲ ଓ ଚେତେଶ୍ୱର ପୂଜାରା ପ୍ରଥମ ୱିକେଟ୍ ପାଇଁ ୧୦୭ ରନ୍ ଯୋଡ଼ିଥିଲେ। ମୟଙ୍କ ଆଉଏକ ଦମଦାର ଇନିଂସ୍ ଖେଳିଥିଲେ। ସେ ୬୨ (୧୦୮ ବଲ୍, ୯ ଚୌକା, ୧ ଛକା) ରନ୍ କରି ଏଜାଜ ପଟେଲଙ୍କ ଶିକାର ହୋଇଥିଲେ। ଚେତେଶ୍ୱର ପୂଜାରା (୪୭) ଓ ଶୁବମନ୍ ଗିଲ୍ (୪୭) , କ୍ୟାପଟେନ୍ ବିରାଟ୍ କୋହଲି (୩୬), ଶ୍ରେୟସ ଆୟର୍ (୧୪) ଓ ଋଦ୍ଧିମାନ ସାହା (୧୩) ଉପଯୋଗୀ ଯୋଗଦାନ କରିଥିଲେ।

ତେବେ ଅକ୍ଷର ପଟେଲ୍ ଧୂଆଁଧାର ବ୍ୟାଟିଂ କରିଥିଲେ, ଯାହା ବଳରେ ଭାରତ ୨୭୬ ରନରେ ପହଞ୍ଚି ପାରିଥିଲା। ଅକ୍ଷର ମାତ୍ର ୨୬ ବଲରେ ୩ ଚୌକା ଓ ୪ ଛକା ସହ ଦ୍ରୁତ ଅପରାଜିତ ୪୧ ରନ୍ କରିଥିଲେ। ଜୟନ୍ତ ଯାଦବ (୬)ଙ୍କ ଆଉଟ୍ ସହ ଭାରତ ଇନିଂସ୍ ଘୋଷଣା କରିଥିଲା। କିୱି ଟିମ୍ ପକ୍ଷରୁ ଏଜାଜ ୪ଟି ଓ ରବୀନ୍ଦ୍ର ୩ଟି ୱିକେଟ୍ ହାସଲ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe