Advertisment

ମାକରମଙ୍କ ଶତକ, ବୁମ୍ରାଙ୍କୁ ୬ ୱିକେଟ: ମ୍ୟାଚ୍‌ ଜିତିବା ପାଇଁ ଭାରତକୁ ଦରକାର ୭୯ ରନ

ଭାରତ ପାଇଁ ଦ୍ୱିତୀୟ ଇନିଂସରେ କମାଲ କରିଛନ୍ତି ଅଭିଜ୍ଞ ଯଶପ୍ରୀତ ବୁମ୍ରା। ସେ ଏକାକୀ ୬ ୱିକେଟ ନେଇଛନ୍ତି। ଏହାବାଦ ମୁକେଶ କୁମାର ୨ଟି, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

IND

IND

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ଜିତିବା ପାଇଁ ଭାରତକୁ ମିଳିଛି ମାତ୍ର ୭୯ ରନର ଟାର୍ଗେଟ। କେପଟାଉନରେ ଏଡେନ ମାକରମଙ୍କ ଶତକ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସରେ ୧୭୬ ରନ କରି ଅଲଆଉଟ ହୋଇଯାଇଛି। ଫଳରେ ପ୍ରଥମ ଇନିଂସରେ ୯୮ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ହାସଲ କରିଥିବା ଭାରତକୁ ବିଜୟ ପାଇଁ ୭୯ ରନର ଟାର୍ଗେଟ ମିଳିଛି।

Advertisment

ଭାରତ ପାଇଁ ଦ୍ୱିତୀୟ ଇନିଂସରେ କମାଲ କରିଛନ୍ତି ଅଭିଜ୍ଞ ଯଶପ୍ରୀତ ବୁମ୍ରା। ସେ ଏକାକୀ ୬ ୱିକେଟ ନେଇଛନ୍ତି। ଏହାବାଦ ମୁକେଶ କୁମାର ୨ଟି, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

ମାକରମଙ୍କୁ ଛାଡ଼ି ଦେଲେ ଦକ୍ଷିଣ ଆଫ୍ରିକାର ଆଉ କୌଣସି ବ୍ୟାଟର ଭାରତୀୟ ପେସ୍‌ ବାହିନୀଙ୍କୁ ସମ୍ମୁଖୀନ ହୋଇ ପାରି ନଥିଲେ। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ମାକରମ ଅନ୍ୟପଟେ କାଉଣ୍ଟର ଆଟାକ କରିଥିଲେ। ଏଥିସହ ନିଜର ଶତକ ମଧ୍ୟ ହାସଲ କରିଥିଲେ। ତେବେ ସେ ୧୦୬ ରନ କରିଥିବା ବେଳେ ପ୍ରଥମ ଇନିଂସର ହିରୋ ମହମ୍ମଦ ସିରାଜ ତାଙ୍କ ୱିକେଟ ନେଇ ଘରୋଇ ଟିମକୁ ୮ମ ଝଟକା ଦେଇଥିଲେ।

Advertisment

ଏଥିସହ ଦକ୍ଷିଣ ଆଫ୍ରିକାର ବଡ଼ ସ୍କୋର ଆଶା ମଧ୍ୟ ମଉଳି ଯାଇଥିଲା। ଶେଷରେ ବୁମ୍ରା ଶେଷ ବ୍ୟାଟର ଭାବେ ଲୁଙ୍ଗି ଏନଗିଡିଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ଇନିଂସରେ ମାତ୍ର ୫୫ ରନରେ ଅଲଆଉଟ ହୋଇଥିଲା। ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ୧୫୩ ରନ କରିଥିଲା। ପ୍ରଥମ ଦିନରେ ହିଁ ଦୁଇ ଟିମ ଅଲଆଉଟ ହୋଇଥିଲେ। ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ପ୍ରଥମ ଦିନର ଖେଳ ଶେଷ ବେଳକୁ ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସରେ ୩ ୱିକେଟ ହରାଇ ୬୨ ରନ କରିଥିଲା। ମାକରମ ୩୬ ଓ ବେଡିଙ୍ଗହାମ ୭ ରନ କରି ଅପରାଜିତ ରହିଥିଲେ।

ଆଜି ଦ୍ୱିତୀୟ ଦିନର ପ୍ରଥମ ଓଭରରେ ହିଁ ବୁମ୍ରା ଭାରତକୁ ସଫଳତା ଦେଇଥିଲେ। ସେ ବେଡିଙ୍ଗହାମ(୧୧)ଙ୍କୁ ଆଉଟ କରିଥିଲେ। ଏହାପରେ କାଏଲ ଭେରିନ(୯) ବୁମ୍ରାଙ୍କ ଶିକାର ବନିଥିଲେ। ମାର୍କୋ ୟାନସେନ(୧୧) ଓ କେଶବ ମହାରାଜ(୩) ମଧ୍ୟ ବେଶୀ କିଛି କରି ପାରି ନଥିଲେ। ଏମାନଙ୍କ ୱିକେଟ ମଧ୍ୟ ବୁମ୍ରା ନେଇଥିଲେ। ଏଥିସହ ସେ ଇନିଂସରେ ୫ ୱିକେଟ ଦଖଲ କରିବାର ସଫଳତା ହାସଲ କରିଥିଲେ।

ଦକ୍ଷିଣ ଆଫ୍ରିକା ୧୧୧ ରନରେ ୭ ୱିକେଟ ହରାଇଥିବାରୁ ଲାଗୁଥିଲା ଦଳ ୧୩୦ ରନ ମଧ୍ୟ ପାର କରି ପାରିବ ନାହିଁ। କିନ୍ତୁ ଏତିକି ବେଳେ ସେଟ ହୋଇ ସାରିଥିବା ମାକରମ କାଉଣ୍ଟର ଆଟାକ କରିଥିଲେ। ତାଙ୍କୁ କାଗିସୋ ରବାଡା ଭରପୂର ସାଥ ଦେଇଥିଲା। ମାକରମ ମଧ୍ୟ ନିଜର ଶତକ ହାସଲ କରିଥିଲେ। ୮ମ ୱିକେଟ ପାଇଁ ଉଭୟ ୫୧ ରନ ଯୋଡ଼ିଥିଲେ।

ଏହା ମଧ୍ୟରୁ ରବାଡା କେବଳ ୨ ରନ କରିଥିଲେ। ବାକି ରନ ମାକରମଙ୍କ ବ୍ୟାଟରୁ ବାହାରିଥିଲା। ଦଳୀୟ ସ୍କୋର ୧୬୨ ଥିବା ବେଳେ ଶେଷରେ ମାକରମ ୧୦୬ ରନ କରି ସିରାଜଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ୧୦୩ ବଲରେ ୧୦୬ ରନର ଇନିଂସ ଖେଳିଥିବା ମାକରମ ୧୭ଟି ଚୌକା ଓ ୨ଟି ଛକା ମାରିଛନ୍ତି।

ମାକରମ ଆଉଟ ହେବା ପରେ ଭାରତ ସଅଳ ଦକ୍ଷିଣ ଆଫ୍ରିକାକୁ ଅଲଆଉଟ କରିବାକୁ ଚେଷ୍ଟା କରିଥିଲା। ପରବର୍ତ୍ତୀ ଓଭରେ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ୨ ରନ କରିଥିବା ରବାଡାଙ୍କୁ ଆଉଟ କରିଥିଲେ। କିନ୍ତୁ ଶେଷ ୱିକେଟ ପାଇଁ ଲୁଙ୍ଗି ଏନଗିଡି ଓ ନାନ୍ଦ୍ରେ ବୁରଗେର ଭାରତୀୟ ବୋଲରଙ୍କୁ ବେଶ କିଛି ସମୟ ସଂଘର୍ଷ କରାଇଥିଲେ। ଉଭୟ ଗୁରୁତ୍ୱପୂର୍ଣ୍ଶ ୧୪ ରନର ଭାଗିଦାରୀ କରିଥିଲେ। 

କିନ୍ତୁ ଇନିଂସର ୩୭ତମ ଓଭର ବୋଲିଂ କରିବାକୁ ଆସିଥିଲେ ବୁମ୍ରା। ସେ ୫ମ ବଲରେ ଏନଗିଡି(୮)ଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସରେ ୧୭୬ ରନ କରି ଅଲଆଉଟ ହୋଇଛି। ଏବେ ୭୯ ରନର ଟାର୍ଗେଟକୁ ହାସଲ କରି ଭାରତ ଟେଷ୍ଟ ସିରିଜକୁ ବରବାର କରିବା ଲକ୍ଷ୍ୟରେ ରହିଛି।  

Jasprit Bumrah India Vs South Africa Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe