Advertisment

ମହିଳା ଟି-୨୦ ବିଶ୍ୱକପ: କର ବା ମର ମ୍ୟାଚ୍‌ରେ ଭାରତକୁ ୧୫୨ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ସାରଜାରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଗ୍ରେସ ହାରିସଙ୍କ ୪୦ ରନ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୧ ରନ କରିଛି।

author-image
Hemant Lenka
Aus

Aus

ମହିଳା ଟି-୨୦ ବିଶ୍ୱକପର ସେମି ଫାଇନାଲ ଉଜ୍ଜଜୀବିତ ରଖିବା ପାଇଁ ଭାରତ ପାଇଁ ଶେଷ ସୁଯୋଗ। ଶେଷ ଗ୍ରୁପ ମ୍ୟାଚ୍‌ ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍‌ରେ ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆର ସାମନା କରୁଛି।

Advertisment

ଏହି ମ୍ୟାଚକୁ ଜିତିବା ପାଇଁ ଭାରତ ଆଗରେ ୧୫୨ ରନର ଟାର୍ଗେଟ ରଖିଛି ଅଷ୍ଟ୍ରେଲିଆ। ସାରଜାରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଗ୍ରେସ ହାରିସଙ୍କ ୪୦ ରନ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୧ ରନ କରିଛି। ଫଳରେ ଭାରତକୁ ୧୫୨ ରନର ଟାର୍ଗେଟ ମିଳିଛି।

ଭାରତକୁ ସେମି ଫାଇନାଲ ଦୌଡ଼ରେ ରହିବାକୁ ହେଲେ, ଏହି ମ୍ୟାଚ୍‌କୁ ଯେମିତି ହେଲେ ଜିତିବାକୁ ପଡ଼ିବ। ମ୍ୟାଚ୍‌ ଜିତିଲେ ମଧ୍ୟ ଦଳକୁ ସିଧାସଳଖ ସେମି ଟିକେଟ ମିଳିବ ନାହିଁ। ଦଳକୁ ନ୍ୟୁଜିଲ୍ୟାଣ୍ଡର ଶେଷ ମ୍ୟାଚ୍‌ ଉପରେ ନିର୍ଭର କରିବାକୁ ପଡ଼ିବ। ବର୍ତ୍ତମାନ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ସମାନ ୪ ପଏଣ୍ଟ ଲେଖାଏ ପାଇଛନ୍ତି।

Advertisment

ସାରଜାରେ ଅଷ୍ଟ୍ରେଲିଆର କାମଚଳା ଅଧିନାୟକ ତାହିଲା ମ୍ୟାଗ୍ରାଥ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଅଷ୍ଟ୍ରେଲିଆକୁ ତୃତୀୟ ଓଭରରେ ଝଟକା ଲାଗିଥିଲା। ବେଥ ମୁନୀ ମାତ୍ର ୨ ରନ କରି ରେଣୁକା ସିଂହଙ୍କ ପ୍ରଥମ ଶିକାର ବନିଥିଲେ। ପରବର୍ତ୍ତୀ ବଲରେ ରେଣୁକା ଖାତା ଖୋଲିବା ପୂର୍ବରୁ ଜର୍ଜିଆ ୱାରେହାମଙ୍କୁ ଆଉଟ କରି ଦେଇଥିଲେ।

ଅଧିନାୟକ ତହିଲା ଓ ଗ୍ରେସ ହ୍ୟାରିସ କାଉଣ୍ଟର ଆଟାକ କରିବା ସହ ଦଳୀୟ ସ୍କୋରକୁ ୭୯ରେ ପହଞ୍ଚାଇ ଦେଇଥିଲେ। ଉଭୟ ସେଟ ହେବା ସହ ବଡ଼ ଶଟ ଖେଳିବା ମଧ୍ୟ ଆରମ୍ଭ କରିଦେଇଥିଲେ। ତେବେ ରାଧା ଯାଦବ ୨୭ ରନ କରିଥିବା ତାହିଲାଙ୍କୁ ପ୍ରଥମେ ପ୍ୟାଭିଲିୟନ ପଠାଇଥିଲେ। ପରବର୍ତ୍ତୀ ଓଭରରେ ଦୀପ୍ତି ଶର୍ମା ୪୦ ରନ କରିଥିବା ହ୍ୟାରିସଙ୍କ ୱିକେଟ ନେଇଥିଲେ।

ଆସେଲ ଗାର୍ଡନର କେବଳ ୬ ରନ କରି ପୂଜା ବସ୍ତ୍ରକରଙ୍କ ବଲରେ ଆଉଟ ହୋଇଯାଇଥିଲେ। ୧୫ ଓଭର ସୁଦ୍ଧା ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ୧୦୧ ରନ କରିଥିଲା। ଏଲିସ ପେରୀଙ୍କୁ ସାଥ ଦେବାକୁ ଆସିଥିଲେ ଲିଚଫିଲ୍ଡ। ଉଭୟ ଦମଦାର ବ୍ୟାଟିଂ କରି ୧୮ ବଲରେ ୩୧ ରନ ଯୋଡ଼ିଥିଲେ।

୧୯ତମ ଓଭରରେ ନେଇ ଆସିଥିଲେ ଦୀପ୍ତି ଶର୍ମା। ପ୍ରଥମ ବଲରେ ପେରୀ ୧ ରନ ହାସଲ କରିଥିଲେ। ଦ୍ୱିତୀୟ ବଲରେ ଲେଚଫିଲ୍ଡ ମଧ୍ୟ ସମାନ ୧ ରନ ପାଇଥିଲେ। କିନ୍ତୁ ତୃତୀୟ ବଲରେ ପେରୀ ବଡ଼ ଶଟ ଖେଳିବାକୁ ଯାଇ ଆଉଟ ହୋଇଯାଇଥିଲେ। ସେ ୨୩ ବଲରେ ୩୨ ରନର ଇନିଂସ ଖେଳିଛନ୍ତି। 

ଆନାବେଲ ସଦରଲ୍ୟାଣ୍ଡ ପ୍ରଥମ ବଲରେ ହିଁ ଚୌକା ମାରି ନିଜର ଖାତା ଖୋଲିଥିଲେ। ୫ମ ବଲ ଡଟ ହୋଇଥିଲା। ୬ଷ୍ଠ ବଲରେ ଦୀପ୍ତି ୧ ରନ ଦେଇଥିଲେ। ଏହି ଓଭରେ ସେ ୭ ରନ ଦେବା ସହ ଗୋଟିଏ ୱିକେଟ ପାଇଥିଲେ। 

ଶେଷ ଓଭର ନେଇ ଆସିଥିଲେ ଶ୍ରେୟଙ୍କା ପାଟିଲ। ପ୍ରଥମ ବଲରେ ସଦରଲ୍ୟାଣ୍ଡ ୧ ରନ ନେଇ ଲିଚଫିଲ୍ଡଙ୍କୁ ଷ୍ଟ୍ରାଇକ ଦେଇଥିଲେ। ଦ୍ୱିତୀୟ ବଲରେ ମଧ୍ୟ ୧ ରନ ହୋଇଥିଲା। ତୃତୀୟ ବଲରେ ସଦରଲ୍ୟାଣ୍ଡ ଚୌକା ମାରିଥିଲେ। ୪ର୍ଥ ବଲରେ ଶ୍ରେୟଙ୍କା ତାଙ୍କୁ ବୋଲ୍ଡ କରି ଅଷ୍ଟ୍ରେଲିଆକୁ ୭ମ ଝଟକା ଦେଇଥିଲେ। ୫ମ ବଲରେ ମୋଲିନେଉ ରନ ଆଉଟ ହୋଇଯାଇଥିଲେ। ତେବେ ଶେଷ ବଲର ଲିଚଫିଲ୍ଡ ଛକା ମାରିବାରୁ ଅଷ୍ଟ୍ରେଲିଆର ସ୍କୋର ୧୫୧ରେ ପହଞ୍ଚି ଯାଇଥିଲା। 

Indian Women Cricket Team Womens T20 World Cup