Advertisment

ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ୧୫୩ ରନର ଟାର୍ଗେଟ

ଭାରତ ଏବେ ୫ ଟିକିଆ ସିରିଜରେ ୨-୧ରେ ଆଗୁଆ ରହିଛି। ଯଦି ଦଳ ଆଜିର ମ୍ୟାଚ୍‌କୁ ଜିତି ନେବ, ତା’ହେଲେ ଟ୍ରଫି ଆଗୁଆ କବଜା କରିବାକୁ ସକ୍ଷମ ହେବ।

ZIM

ZIM

Advertisment

ଜିମ୍ବାୱେ ବିପକ୍ଷ ୪ର୍ଥ ଟି-୨୦ ମ୍ୟାଚ୍‌ ସହ ଆଗୁଆ ସିରିଜ୍‌ ଜିତିବା ପାଇଁ ଭାରତକୁ ମିଳିଛି ୧୫୩ ରନର ଟାର୍ଗେଟ। ହରାରେ ଖେଳା ଯାଉଥିବା ମ୍ୟାଚ୍‌ରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୨ ରନ କରିଛି। ଦଳ ପକ୍ଷରୁ ଅଧିନାୟକ ସିକନ୍ଦର ରାଜା ସର୍ବାଧିକ ୪୬ ରନ କରିଛନ୍ତି।

Advertisment

ତାଙ୍କୁ ଡେବ୍ୟୁଟାଣ୍ଟ ତୁଷାର ଦେଶପାଣ୍ଡେ ଆଉଟ କରି ଟି-୨୦ ଅନ୍ତର୍ଜାତୀୟରେ ନିଜର ପ୍ରଥମ ୱିକେଟ ଦଖଲ କରିଛନ୍ତି। ଭାରତ ଏବେ ୫ ଟିକିଆ ସିରିଜରେ ୨-୧ରେ ଆଗୁଆ ରହିଛି। ଯଦି ଦଳ ଆଜିର ମ୍ୟାଚ୍‌କୁ ଜିତି ନେବ, ତା’ହେଲେ ଟ୍ରଫି ଆଗୁଆ କବଜା କରିବାକୁ ସକ୍ଷମ ହେବ।

ଭାରତର ଅଧିନାୟକ ଶୁବମନ ଗିଲ୍‌ ଟସ୍‌ ଜିତିବା ପରେ ଜିମ୍ବାୱେକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଦଳର ଦୁଇ ଓପନର ୱେସ୍‌ଲେ ମାଧେଭେରେ ଓ ତାଦିୱାନାଶେ ମାରୁମାନୀ ଦମଦବାର ବ୍ୟାଟିଂ କରିଥିଲେ। ଉଭୟ ଭାରତୀୟ ବୋଲରଙ୍କୁ କାଉଣ୍ଟର ଆଟାକ କରି ଦ୍ରୁତଗତିରେ ରନ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ।

Advertisment

୮.୪ ଓଭର ସୁଦ୍ଧା ଉଭୟ ଦଳୀୟ ସ୍କୋରକୁ ୬୩ରେ ମଧ୍ୟ ପହଞ୍ଚାଇ ଦେଇଥିଲେ। କିନ୍ତୁ ଅଭିଷେକ ଶର୍ମା ଏହି ଯୋଡ଼ିକୁ ଭାଙ୍ଗିଥିଲେ। ସେ ୩୧ ରନ କରିଥିବା ମାରୁମାନୀଙ୍କୁ ଆଉଟ କରିଥିଲେ। ଏହା ଅନ୍ତର୍ଜାତୀୟ ଟି-୨୦ରେ ଅଭିଷେକଙ୍କ ପ୍ରଥମ ୱିକେଟ। ଏହାପରେ ଶିବମ ଦୁବେ ୨୫ ରନ କରିଥିବା ଅନ୍ୟତମ ଓପନର ମାଧେଭେରେଙ୍କୁ ଆଉଟ କରିଥିଲେ।

ଅଧିନାୟକ ରାଜାଙ୍କ ସହ ବ୍ରାଏନ ବେନେଟ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ୱାଶିଂଟନ ସୁନ୍ଦର ଏହା କରାଇ ଦେଇ ନଥିଲେ। ଦଳୀୟ ସ୍କୋର ୯୨ ଥିବା ବେଳେ ସେ ୯ ରନ କରିଥିବା ବେନେଟଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଆଉ ୪ ରନ ପରେ ଜୋନାଥନ କ୍ୟାମ୍ପବେଲ (୩) ରନ ଆଉଟ ହୋଇ ଯାଇଥିଲେ।

ଲଗାତର ଦୁଇଟି ୱିକେଟ ହରାଇଥିଲେ ମଧ୍ୟ ସିକନ୍ଦର ରାଜା ବଡ଼ବଡ଼ ଶଟ ଖେଳିବା ଜାରି ରଖିଥିଲେ। ସେ ଡିଓନ ମେୟର୍ସଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ୧୪୧ରେ ପହଞ୍ଚାଇ ଦେଇଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ଆଡ଼କୁ ମଧ୍ୟ ଯାଉଥିଲେ।

କିନ୍ତୁ ଡେବ୍ୟୁଟାଣ୍ଟ ଦେଶପାଣ୍ଡେ ତାଙ୍କୁ ଆଉଟ କରି ଭାରତକୁ ୫ମ ସଫଳତା ଦେଇଥିଲେ। ରାଜା ୨୮ ବଲରେ ୩ଟି ଛକା ଓ ୨ଟି ଚୌକା ବଳରେ ୪୬ ରନର ଇନିଂସ ଖେଳିଛନ୍ତି।

ମେୟର୍ସ ୧୨ ରନ ଓ କ୍ଲାଏଭ ମାଣ୍ଡାଡେ ୩ ରନ କରିବାରୁ ଜିମ୍ବାୱେ ୧୫୦ ପାର କରିଥିଲେ। ତେବେ ଉଭୟଙ୍କୁ ଆଉଟ କରି ଖଲୀଲ ଅହମଦ ଜିମ୍ବାୱେ ଇନିଂସକୁ ୧୫୨ ରନରେ ଅଟକାଇ ଦେଇଥିଲେ।

ଜିମ୍ବାୱେ ୭ ୱିକେଟ ହରାଇ ୧୫୨ ରନ କରିଥିବାରୁ ଏବେ ଭାରତକୁ ବିଜୟ ପାଇଁ ୧୫୩ ରନ କରିବାକୁ ପଡ଼ିବ।

T20 Match T20 Cricket INDVsZIM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe