Advertisment

ହୋସ ଉଡ଼ାଇଲେ ଜୋଶ, ଭାରତକୁ ୨୦୯ ରନର ଟାର୍ଗେଟ

୪୭ ବଲରେ ଶତକ ହାସଲ କରିଥିବା ଇଙ୍ଗଲିସ ଆଜି ୧୧୦ ରନର ଇନିଂସ ଖେଳିଛନ୍ତି।

Josh

Josh

Advertisment

ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ସମସ୍ତଙ୍କ ହୋସ ଉଡ଼ାଇଛନ୍ତି ଅଷ୍ଟ୍ରେଲିଆର ୱିକେଟ କିପର ବ୍ୟାଟର ଜୋଶ ଇଙ୍ଗଲିସ। ଭାରତ ବିପକ୍ଷ ଏହି ମ୍ୟାଚରେ ତାଙ୍କ ବ୍ୟାଟରୁ ବାହାରିଛି ବିସ୍ଫୋରକ ଶତକ। ୪୭ ବଲରେ ଶତକ ହାସଲ କରିଥିବା ଇଙ୍ଗଲିସ ଆଜି ୧୧୦ ରନର ଇନିଂସ ଖେଳିଛନ୍ତି।

Advertisment

ଏହା ତାଙ୍କ ଟି-୨୦ କ୍ୟାରିୟରର ପ୍ରଥମ ଶତକ। ଏହି ଶତକୀୟ ଇନିଂସ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୩ ୱିକେଟ ହରାଇ ବିଶାଳ ୨୦୮ ରନ କରିଛି। ଫଳରେ ଭାରତକୁ ପ୍ରଥମ ଟି-୨୦ ମ୍ୟାଚ୍‌ ଜିତିବାକୁ ୨୦୯ ରନର ଟାର୍ଗେଟ ମିଳିଛି। ଇଙ୍ଗଲିସଙ୍କ ବ୍ୟତୀତ ଷ୍ଟିଭ ସ୍ମିଥ ୫୨ ରନର ଇନିଂସ ଖେଳିଛନ୍ତି।

ପ୍ରଥମଥର ପାଇଁ ଭାରତର ଅଧିନାୟକ ସାଜିଥିବା ସୂର୍ଯ୍ୟ କୁମାର ଯାଦବ ଆଜି ବିଶାଖାପଟନମରେ ଟସ୍‌ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ। ମାଥ୍ୟୁ ଶର୍ଟ ଓ ଷ୍ଟିଭ ସ୍ମିଥ ଠିକ ଠାକ ଆରମ୍ଭ କରିଥିଲେ। ତେବେ ୪.୪ ଓଭର ସୁଦ୍ଧା ଦଳର ସ୍କୋର ୩୧ ଥିବା ବେଳେ ଶର୍ଟ ୧୩ ରନ କରି ରବି ବିଷ୍ଣୋଇଙ୍କ ବଲରେ ଆଉଟ ହୋଇଥିଲେ।

Advertisment

ଏତିକି ବେଳେ କ୍ରିଜକୁ ଆସିଥିଲେ ଜୋଶ ଇଙ୍ଗଲିସ। ସେ ଆରମ୍ଭରୁ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ସ୍ମିଥ ମଧ୍ୟ ତାଙ୍କୁ ଭରପୂର ସାଥ ଦେଇଥିଲେ। ବିଶେଷ କରି ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଇଙ୍ଗଲିସ ଟାର୍ଗେଟ କରିଥିଲେ। ସ୍ମିଥ ମଧ୍ୟ ଦମଦାର ବ୍ୟାଟିଂ କରିଥିଲେ।

ଉଭୟ ନିଜର ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦ୍ୱିତୀୟ ୱିକେଟ ପାଇଁ ୧୩୧ ରନ ଯୋଡ଼ିଥିଲେ। ୧୫.୫ ଓଭରରେ ଦଳୀୟ ସ୍କୋର ୧୬୧ ଥିବା ବେଳେ ୪୧ ବଲରେ ୫୨ ରନ କରିଥିବା ସ୍ମିଥ ରନ ଆଉଟ ହୋଇ ଯାଇଥିଲେ।

ଏହି ସମୟରେ ଇଙ୍ଗଲିସ ୯୪ ରନ କରିଥିଲେ। ୱିକେଟ ଯାଇଥିଲେ ମଧ୍ୟ ସେ ଚୌକା ଛକା ମାରିବା ବନ୍ଦ କରି ନଥିଲେ। ଶେଷରେ ଅର୍ଶଦୀପ ସିଂହଙ୍କୁ ଚୌକା ମାରି ସେ ତାଙ୍କ ଟି-୨୦ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଶତକ ହାସଲ କରିବା ପରେ ସେ ଆଉ କିଛି ବଡ଼ ଶଟ ଖେଳିଥିଲେ। ତେବେ ୧୮ତମ ଓଭର ବୋଲିଂ କରୁଥିବା ପ୍ରସିଦ୍ଧ କ୍ରିଷ୍ଣା ତାଙ୍କୁ ଆଉଟ କରି ଦେଇଥିଲେ। ୫୦ ବଲରେ ୧୧୦ ରନର ଇନିଂସ ଖେଳିଥିବା ଇଙ୍ଗଲିସ ୧୧ଟି ଚୌକା ଓ ୮ଟି ଛକା ମାରିଛନ୍ତି।

ସେ ଆଉଟ ହେବା ବେଳକୁ ଦଳୀୟ ସ୍କୋର ୧୮୦ ରନ ଥିଲା। ଏହାପରେ ମାର୍କସ ଷ୍ଟୋଇନିସ ଓ ଟିମ ଡାଭିଡ ସ୍ଥିତି ସମ୍ଭାଳିଥିଲେ। ସେମାନେ ବଡ଼ ବଡ଼ ଶଟ ଖେଳିବାକୁ ମଧ୍ୟ ଚେଷ୍ଟା କରିଥିଲେ। ୧୮ ଓଭର ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୩ ୱିକେଟ ହରାଇ ୧୮୭ ରନ କରିନେଇଥିଲା। ୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ଅର୍ଶଦୀପ। ସାମ୍ନାରେ ଥିଲେ ଟିମ ଡାଭିଡ।

ସେ କ୍ରମାଗତ ଦୁଇଟି ୱାଇଡ ପକାଇଥିଲେ। ପରବର୍ତ୍ତୀ ବଲ ଚୌକା ହୋଇଥିଲା। ଗୋଟିଏ ଡଟ ପରେ ସେ ପୁଣି ୱାଇଡ ପକାଇଥିଲେ। ପରବର୍ତ୍ତୀ ଦୁଇ ବଲରେ ସେ ୨ ରନ ଦେଇଥିଲେ। କିନ୍ତୁ ୫ମ ବଲକୁ ଡାଭିଡ ବାଉଣ୍ଡରୀ ବାହାରକୁ ମାରିଥିଲେ। ଏଥିସହ ଅଷ୍ଟ୍ରେଲିଆର ସ୍କୋରକୁ ୨୦୦ ପାର କରାଇଥିଲେ। ଶେଷ ବଲରେ ୧ ରନ ହୋଇଥିଲା। ୧୯ତମ ଓଭରରେ ଅଷ୍ଟ୍ରେଲିଆ ମୋଟ ୧୬ ରନ ଆଦାୟ କରିଥିଲା। 

ଶେଷ ଓଭର ପକାଇବାକୁ ଆସିଥିଲେ ମୁକେଶ କୁମାର। ସାମ୍ନାରେ ଟିଭ ଡାଭିଡ ଥିଲେ ମଧ୍ୟ ପ୍ରଥମ ବଲ ଡଟ ଓ ଦ୍ୱିତୀୟ ବଲରେ ୧ ରନ ମିଳିଥିଲା। ତୃତୀୟ ବଲରୁ ଷ୍ଟୋଇନିସ ୧ ରନ କରିଥିଲେ। ୪ର୍ଥ ବଲରେ ପୁଣି ୧ ରନ ହୋଇଥିଲା। କିନ୍ତୁ ଏହା ନୋ ବଲ ଥିଲା। ତେଣୁ ଷ୍ଟୋଇନିସଙ୍କୁ ଫ୍ରି ହିଟ ମିଳିଥିଲା। ତଥାପି ସେ କେବଳ ୧ ରନ କରିଥିଲେ। ୫ମ ବଲରେ ଡାଭିଡ କୌଣସି ରନ କରିପାରି ନଥିଲେ। ଶେଷ ବଲ ମଧ୍ୟ ଡଟ ହୋଇଥିଲା। ଶେଷରେ ଅଷ୍ଟ୍ରେଲିଆ ୨୦୮ ରନରେ ଅଟକି ଯାଇଥିଲା। ଏବେ ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ୨୦୯ ରନର ଟାର୍ଗେଟ ମିଳିଛି। 

T20 Cricket India Vs Australia T20 Match Suryakumar Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe