Advertisment

ପ୍ରଥମ ଦିନିକିଆ: ଭାରତକୁ ୨୩୧ ରନର ଟାର୍ଗେଟ ଦେଲା ଶ୍ରୀଲଙ୍କା

ରୋହିତ ଶର୍ମା ଆଣ୍ଡ କୋ ୨୩୧ ରନର ଟାର୍ଗେଟ ପାଇଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଓପନର ପଥୁମ ନିଶଙ୍କା ୫୯ ରନର ଇନିଂସ ଖେଳିଥିବା ବେଳେ ଶେଷ ଭାଗରେ ଅଲରାଉଣ୍ଡର ଦୁନିତ ୱେଲାଲାଗେ ଅପରାଜିତ ୬୭ ରନ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
IND

IND

ଆଜିଠାରୁ କଲମ୍ବୋରେ ଆରମ୍ଭ ହୋଇଛି ଭାରତ-ଶ୍ରୀଲଙ୍କା ୩ଟିକିଆ ଦିନକିଆ ସିରିଜ। ଏହି ସିରିଜର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଘରୋଇ ଟିମ ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୩୦ ରନ କରିଛି।

Advertisment

ଫଳରେ ରୋହିତ ଶର୍ମା ଆଣ୍ଡ କୋ ୨୩୧ ରନର ଟାର୍ଗେଟ ପାଇଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଓପନର ପଥୁମ ନିଶଙ୍କା ୫୯ ରନର ଇନିଂସ ଖେଳିଥିବା ବେଳେ ଶେଷ ଭାଗରେ ଅଲରାଉଣ୍ଡର ଦୁନିତ ୱେଲାଲାଗେ ଅପରାଜିତ ୬୭ ରନ କରିଛନ୍ତି।

ଟି-୨୦ ବିଶ୍ୱକପ ଜିତିବା ପରେ ପ୍ରଥମଥର ପାଇଁ ରୋହିତ ଶର୍ମା ଓ ବିରାଟ କୋହଲି ଆଜି ଶ୍ରୀଲଙ୍କା ବିପକ୍ଷରେ ମୈଦାନକୁ ଓହ୍ଲାଇଛନ୍ତି। ତେବେ ପ୍ରଥମ ଦିନିକିଆରେ ଟସ୍‌ ଶ୍ରୀଲଙ୍କା ସପକ୍ଷରେ ଯାଇଥିଲା। ଟସ୍‌ ଜିତି ଦଳର ନୂଆ ଅଧିନାୟକ ଚରିତ ଅସଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।

Advertisment

କିନ୍ତୁ ଶ୍ରୀଲଙ୍କାକୁ ତୃତୀୟ ଓଭରରେ ଝଟକା ଲାଗିଥିଲା। ଅଭିସ୍କା ଫର୍ଣ୍ଣାଣ୍ଡୋ(୧)ଙ୍କୁ ଆଉଟ କରି ମହମ୍ମଦ ସିରାଜ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ କୁଶଲ ମେଣ୍ଡିସ ୧୪ ଓ ସଦୀରା ସମରାବିକ୍ରମା ମାତ୍ର ୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ଅସଲଙ୍କା ମଧ୍ୟ କେବଳ ୧୪ ରନ କରିବାକୁ ସକ୍ଷମ ହୋଇଥିଲେ। ଏସବୁ ଭିତରେ ନିଶଙ୍କା ନିଜର ଅର୍ଦ୍ଧଶତକ ହାସଲ କରି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ।

କିନ୍ତୁ ଦଳୀୟ ସ୍କୋର ୧୦୧ ଥିବା ବେଳେ ସେ ବ୍ୟକ୍ତିଗତ ଭାବେ ୫୬ ରନ କରି ୱାଶିଂଟନ ସୁନ୍ଦରଙ୍କ ବଲରେ ଆଉଟ ହୋଇଯାଇଥିଲେ। ଲାଗୁଥିଲା ଶ୍ରୀଲଙ୍କା ୧୫୦ ରନ କରିବାକୁ ମଧ୍ୟ ସକ୍ଷମ ହୋଇପାରିବ ନାହିଁ। କିନ୍ତୁ ୱେଲାଲାଗେ ସ୍ଥିତି ସମ୍ଭାଳି ଥିଲେ। ପ୍ରଥମେ ସେ ଜନିତ ଲିୟାଙ୍ଗେ(୨୦) ଓ ପରେ ୱାନିନ୍ଦୁ ହସରଙ୍ଗା(୨୪)ଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ୧୫୦ ପାର କରାଇଥିଲେ।

ଏଥିସହ ସେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ସେ କିଛି ବଡ଼ ଶଟ ମଧ୍ୟ ଖେଳିଥିଲେ। ଶ୍ରୀଲଙ୍କାର ସ୍କୋରକୁ ୨୦୦ ପାର କରାଇ ଶେଷ ଯାଏ ୬୭ ରନ କରି ଅପରାଜିତ ରହିଥିଲେ ୱେଲାଲାଗେ। ତାଙ୍କ ସହ ଅକିଲା ଧନଞ୍ଜୟ ମଧ୍ୟ ୧୭ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି।

ଭାରତ ପକ୍ଷରୁ ଅର୍ଶଦୀପ ଓ ଅକ୍ଷର ପଟେଲ ୨ଟି ଲେଖାଏ ସଫଳତା ପାଇଥିବା ବେଳେ ସିରାଜ, କୁଲଦୀପ ଯାଦବ, ଶିବମ ଦୁବେ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Rohit Sharma INDvSL