Advertisment

ଦ୍ୱିତୀୟ ଦିନିକିଆ ଭାରତକୁ ୨୪୧ ରନର ଟାର୍ଗେଟ ଦେଲା ଶ୍ରୀଲଙ୍କା

ଦଳ ପକ୍ଷରୁ ଅଭିସ୍କା ଫର୍ଣ୍ଣାଣ୍ଡୋ ଓ କାମିନ୍ଦୁ ମେଣ୍ଡିସ ୪୦ ରନ ଲେଖାଏ କରିଛନ୍ତି। ପ୍ରଥମ ଦିନିକିଆଇ ଅପ୍ରତ୍ୟାଶିତ ଭାବେ ଟାଇରେ ଶେଷ ହୋଇଥିଲା। ତେଣୁ ଉଭୟ ଦଳ ଆଜି ବାଉନ୍ସ ବ୍ୟାକ ଲକ୍ଷ୍ୟରେ ରହିଛନ୍ତି।

Sri Lanka

Sri Lanka

Advertisment

ଦ୍ୱିତୀୟ ଦିନିକିଆ ଜିତିବା ପାଇଁ ଭାରତୀୟ ଟିମକୁ ମିଳିଛି ୨୪୧ ରନର ଟାର୍ଗେଟ। କଲମ୍ବୋରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୪୦ ରନ କରିଛି।

Advertisment

ଦଳ ପକ୍ଷରୁ ଅଭିସ୍କା ଫର୍ଣ୍ଣାଣ୍ଡୋ ଓ କାମିନ୍ଦୁ ମେଣ୍ଡିସ ୪୦ ରନ ଲେଖାଏ କରିଛନ୍ତି। ପ୍ରଥମ ଦିନିକିଆଇ ଅପ୍ରତ୍ୟାଶିତ ଭାବେ ଟାଇରେ ଶେଷ ହୋଇଥିଲା। ତେଣୁ ଉଭୟ ଦଳ ଆଜି ବାଉନ୍ସ ବ୍ୟାକ ଲକ୍ଷ୍ୟରେ ରହିଛନ୍ତି।

କଲମ୍ବୋରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କାର ଅଧିନାୟକ ଚରିତ ଅସଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପ୍ରଥମ ବଲରେ ପଥୁମ ନିଶଙ୍କାଙ୍କୁ ମହମ୍ମଦ ସିରାଜ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ। ତେବେ ଅଭିସ୍କ ଓ କୁଶଲ ମେଣ୍ତିସ ଦ୍ୱିତୀୟ ୱିକେଟ ପାଇଁ ୭୪ ରନ ଯୋଡ଼ିଥିଲେ। ୱାଶିଂଟନ ସୁନ୍ଦର ଉଭୟଙ୍କୁ ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଅଭିସ୍କା ୬୨ ବଲରେ ୪୦ ଓ ମେଣ୍ଡିସ ୪୨ ବଲରେ ୩୦ ରନ କରିଛନ୍ତି।

Advertisment

ତେବେ ଶ୍ରୀଲଙ୍କାର ମଧ୍ୟକ୍ରମ ପୁଣିଥରେ ସମସ୍ତଙ୍କୁ ନିରାଶ କରିଥିଲେ। ସଦୀରା ସମରାବିକ୍ରମା ୧୪, ଅଧିନାୟକ ଅସଲଙ୍କା ୨୫ ଓ ଜନିତ ଲିୟାନାଗେ ୧୨ ସଅଳ ପ୍ୟାଭିଲିୟନ ଫେରିଥିଲେ। ତେବେ ଗତ ମ୍ୟାଚ୍‌ର ହିରୋ ଦିନୁତ ୱେଲାଲାଗେ ଓ କାମିନ୍ଦୁ ମେଣ୍ଡିସ ସ୍ଥିତି ସମ୍ଭାଳିଥିଲେ।

ଏଥିସହ ଶ୍ରୀଲଙ୍କାର ସ୍କୋର ୧୩୬ରୁ ନେଇ ୨୦୮ରେ ପହଞ୍ଚାଇ ଦେଇଥିଲେ। ଦଳୀୟ ସ୍କୋର ୨୦୮ ଥିବା ବେଳେ ୱେଲାଲାଗେ ୩୯ଙ୍କୁ ଆଉଟ କରି କୁଲଦୀପ ଯାଦବ ଶ୍ରୀଲଙ୍କାକୁ ୭ମ ଝଟକା ଦେଇଥିଲେ। ଆଉ ୩୧ ରନ ପରେ ତଥା ଇନିଂସ ସରିବାକୁ ଦୁଇଟି ବଲ ଥିବା ବେଳେ କାମିନ୍ଦୁ ମେଣ୍ଡିସ ୪୦ ରନ କରି ରନ ଆଉଟ ହୋଇଥିଲେ।

ଶେଷ ବଲରେ ୨ ରନ ନେବା ଲୋଭରେ ଅକିଲା ଧନଞ୍ଜୟ ମଧ୍ୟ ୧୫ ରନ କରି ରନ ଆଉଟ ହେବା ସହ ଶ୍ରୀଲଙ୍କା ଇନିଂସ ୨୪୦ ରନରେ ଅଟକି ଯାଇଥିଲା। ଶ୍ରୀଲଙ୍କା ୨୪୦ ରନ କରିଥିବାରୁ ଭାରତକୁ ୨୪୧ ରନର ଟାର୍ଗେଟ ମିଳିଛି।

ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ କୁଲଦୀପ ୨ଟି, ମହମ୍ମଦ ସିରାଜ ଓ ଅକ୍ଷର ପଟେଲଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।

Indian Cricket Team Cricket Ind Vs SL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe