Advertisment

ଦମଦାର ଆରମ୍ଭ ସତ୍ତ୍ୱେ ୨୪୮ ରନରେ ଅଟକିଲା ଶ୍ରୀଲଙ୍କା

ଏବେ ଭାରତକୁ ସିରିଜ୍‌କୁ ବରାବର କରିବା ପାଇଁ ୨୪୯ ରନ କରିବାକୁ ପଡ଼ିବ। ଦ୍ୱିତୀୟ ଦିନିକିଆ ଭଳି ତୃତୀୟ ଦିନିକିଆରେ ମଧ୍ୟ ସ୍ପିନର କମାଲ କରିବାର ସମ୍ଭାବନା ରହିଛି।

author-image
Hemant Lenka
Virat

Virat

ଭାରତ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ ବଡ଼ ସ୍କୋରର କରିବାର ସୁଯୋଗ ହାତ ଛଡ଼ା କରିଛି ଘରୋଇ ଶ୍ରୀଲଙ୍କା ଟିମ। ଦିନିକିଆ ସିରିଜରେ ୧-୦ରେ ଆଗରେ ଥିବା ସିଂହଳ ଟିମ ଶେଷ ମ୍ୟାଚ୍‌ରେ ଦମଦାର ଆରମ୍ଭ କରିଥିଲା। ଏପରି କି ଦଳ ୧୭୧ ରନ ଯାଏ ଗୋଟିଏ ୱିକେଟ ହରାଇଥିଲା।

Advertisment

ତଥାପି ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ କେବଳ ୨୪୮ ରନ କରିବାକୁ ସକ୍ଷମ ହୋଇଛି। ଭାରତ ପାଇଁ ଗେମ ଚେଞ୍ଜର ସାଜିଥିଲେ ଡେବ୍ୟୁଟାଣ୍ଟ ରିୟାନ ପରାଗ। ସେ ୯ ଓଭରରେ ୫୪ ରନ ଦେଇ ୩ ୱିକେଟ ନେବା ସହ ଶ୍ରୀଲଙ୍କାର ରନ ହାରରେ ବ୍ରେକ ଲଗାଇବାକୁ ସକ୍ଷମ ହୋଇଛନ୍ତି।

ଏବେ ଭାରତକୁ ସିରିଜ୍‌କୁ ବରାବର କରିବା ପାଇଁ ୨୪୯ ରନ କରିବାକୁ ପଡ଼ିବ। ଦ୍ୱିତୀୟ ଦିନିକିଆ ଭଳି ତୃତୀୟ ଦିନିକିଆରେ ମଧ୍ୟ ସ୍ପିନର କମାଲ କରିବାର ସମ୍ଭାବନା ରହିଛି। ତେଣୁ ଭାରତକୁ ଗତ ମ୍ୟାଚ୍‌ରେ ଶ୍ରୀଲଙ୍କାର ହିରୋ ଜାଫ୍ରୀ ଭଣ୍ଡାରେସଙ୍କୁ ଦେଖିରଖି ଖେଳିବାକୁ ପଡ଼ିବ।

Advertisment

ପ୍ରଥମ ଦୁଇଟି ଯାକ ଦିନିକିଆ ଭଳି ଆଜି ମଧ୍ୟ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ହାରି ଯାଇଥିଲେ। ଶ୍ରୀଲଙ୍କାର ଅଧିନାୟ ଚରିତ ଅସଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର ଦମଦାର ବ୍ୟାଟିଂ କରି ପ୍ରଥମ ୱିକେଟ ପାଇଁ ୮୯ ରନ ଯୋଡ଼ି ଥିଲେ। ଏହି ସମୟରେ ୪୫ ରନ କରିଥିବା ପୁଥମ ନିଶଙ୍କାଙ୍କୁ ଆଉଟ କରି ଅକ୍ଷର ପଟେଲ ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ହେଲେ ଦ୍ୱିତୀୟ ୱିକେଟ ପାଇଁ ଅଭିସ୍କା ଫର୍ଣ୍ଣାଡୋ ଓ କୁଶଲ ମେଣ୍ଡିସ ନିଜର ଦମ ଦେଖାଇଥିଲେ। ଉଭୟ ଦମଦାର ବ୍ୟାଟିଂ କରିଥିଲେ। ଅଭିସ୍କା ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରି ଶତକ ଆଡ଼କୁ ଯାଉଥିଲେ। କୁଶଲ ମେଣ୍ଡିସଙ୍କ ବ୍ୟାଟରୁ ମଧ୍ୟ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା।

୩୫ ଓଭର ସୁଦ୍ଧା ଦଳର ସ୍କୋର ୧୭୧ରେ ପହଞ୍ଚି ଯାଇଥିଲା। ଏହି ସମୟରେ ଆସିଥିଲା ଟ୍ୱିଷ୍ଟ। ପାର୍ଟ ଟାଇମ ସ୍ପିନର ତଥା ଆଜି ଦିନିକିଆରେ ଡେବ୍ୟୁ କରିଥିବା ରିୟାନ ପରାଗ କମାଲ କରିଥିଲେ। ସେ ପ୍ରଥମେ ୯୬ ରନ କରିଥିବା ଅଭିସ୍କାଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏହାପରେ କୁଲଦୀପ ଯାଦବ ୫୯ ରନ କରିଥିବା ମେଣ୍ଡିସଙ୍କ ୱିକେଟ ନେଇଥିଲେ। 

ଶ୍ରୀଲଙ୍କାର ମଧ୍ୟକ୍ରମକୁ ପରାଗ, ମହମ୍ମଦ ସିରାଜ ଓ ୱାଶିଂଟନ ସୁନ୍ଦର ଧ୍ୱସ୍ତବିଧ୍ୱସ୍ତ କରି ଦେଥିଲେ। ଅଧିନାୟକ ଅସଲଙ୍କା ୧୦ ରନ କରି ପରାଗଙ୍କ ବଲରେ ଆଉଟ ହୋଇଥିବା ବେଳେ ସଦୀରା ସମରାବିକ୍ରମାଙ୍କୁ ଖାତା ଖୋଲିବାର ସୁଯୋଗ ଦେଇ ନଥିଲେ ସିରାଜ।

ଜନିତ ଲିୟାଙ୍ଗେ ୮ ରନ କରି ସୁନ୍ଦରଙ୍କ ବଲରେ ଆଉଟ ହୋଇଥିଲେ। ଇନଫର୍ମ ଦୁନିତ ୱେଲାଲାଗେ ଆଜି ମାତ୍ର ୨ ରନ କରିଥିବା ବେଳେ ତାଙ୍କୁ ପରାଗ ବୋଲ୍ଡ କରିଦେଇଥିଲେ।

ଶେଷ ଭାଗରେ କାମିନ୍ଦୁ ମେଣ୍ଡିସ ୧୯ ବଲରେ ଅପରାଜିତ ୨୩ ଓ ମହୀଶ ତିକଶାନା ୪ ବଲରେ ୩ ରନ କରିବାରୁ ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୪୮ ରନ କରିବାକୁ ସକ୍ଷମ ହୋଇଥିଲା।

Indian Cricket Team Virat Kohli IndVsSri