ଭାରତକୁ ୨୫୭ ରନର ଟାର୍ଗେଟ ଦେଲା ବାଂଲାଦେଶ

ଆହତ ଯୋଗୁ ଭାରତ ବିପକ୍ଷ ମ୍ୟାଚ୍‌ରୁ ବାଂଲାଦେଶର ନିୟମିତ ଅଧିନାୟକ ସାକିବ ଅଲ ହାସନ ବାଦ ପଡ଼ିଥିଲେ। ତେଣୁ ନଜମୁଲ ହୁସେନ ସାଣ୍ଟୋ ଆଜି ପୁଣେରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ।

Jaddu

ବିରାଟ, ରାହୁଲ ଓ ଜାଡେଜା

Hemant Lenka
  • Published: Thursday, 19 October 2023
  • Updated: 19 October 2023, 06:02 PM IST

Sports

Latest News

ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ବାଂଲାଦେଶ ତା’ର ବ୍ୟାଟିଂ ଇନିଂସକୁ ଭଲରେ ଆରମ୍ଭ କରି ନାଟକୀୟ ଢଙ୍ଗରେ ଶେଷ କରିଛି। ପ୍ରଥମ ୧୦ ଓଭର୍‌ରେ ୬୩ ରନ ଓ ୯୩ ରନ ଯାଏ କୌଣସି ୱିକେଟ ହରାଇ ନଥିବା ବାଂଲାଦେଶ ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଶେଷ ଭାଗରେ ଅଭିଜ୍ଞ ମହମ୍ମଦୁଲ୍ଲା ବିସ୍ଫୋରକ ବ୍ୟାଟିଂ କରି ମଧ୍ୟକ୍ରମରେ ଘଟିଥିବା ବିପର୍ଯ୍ୟୟକୁ କେତାକାଂଶରେ ଭୁଲାଇ ଦେଇଛି। 

ତାଙ୍କ ଇନିଂସ ବେଳରେ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭର୍‌ରରେ ୮ ୱିକେଟ ହରାଇ ୨୫୬ ରନ କରିବାକୁ ସକ୍ଷମ ହୋଇଛି। ବାଂଲାଦେଶ ପକ୍ଷରୁ ଓପନର ଲିଟନ ଦାସ ୬୬, ମହମ୍ମଦୁଲ୍ଲା  ଓ ତଞ୍ଜିଦ ହାସନ ୫୧ ଓ ଅଭିଜ୍ଞ ମୁସଫିକର ୩୮ ରନର ଇନିଂସ ଖେଳିଛନ୍ତି। ଏମାନଙ୍କୁ ଛାଡ଼ି ଦେଲେ ଶେଷ ଭାଗରେ ମହମ୍ମଦୁଲ୍ଲା ମଧ୍ୟ କିଛି ବଡ଼ ଶଟ ଖେଳିଥିଲେ।

ଆହତ ଯୋଗୁ ଭାରତ ବିପକ୍ଷ ମ୍ୟାଚ୍‌ରୁ ବାଂଲାଦେଶର ନିୟମିତ ଅଧିନାୟକ ସାକିବ ଅଲ ହାସନ ବାଦ ପଡ଼ିଥିଲେ। ତେଣୁ ନଜମୁଲ ହୁସେନ ସାଣ୍ଟୋ ଆଜି ପୁଣେରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ଲିଟନ ଓ ତଞ୍ଜିଦ ସଠିକ ସାବ୍ୟସ୍ତ କରିଥିଲେ।

Also Read

ପ୍ରଥମ କିଛି ଓଭର ଦୁଇ ଜଣ ଯାକ ବେଶ ସତର୍କତାରର ସହ ବ୍ୟାଟିଂ କରିଥିଲେ। କିନ୍ତୁ ସେଟ୍‌ ହେବା ପରେ ଦୁଇ ବ୍ୟାଟର କାଉଣ୍ଟର ଆଟାକ ଆରମ୍ଭ କରିଥିଲେ। ବିଶେଷ କରି ତଞ୍ଜିଦଙ୍କ ବ୍ୟାଟରକୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ସେ ମଧ୍ୟ ୪୧ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଲିଟନ ଦାସ ଭରପୂର ସାଥ ଦେଇଥିଲେ।

୧୪.୩ ଓଭର ସୁଦ୍ଧା ବାଂଲାଦେଶ ବିନା କୌଣସି ୱିକେଟ ହରାଇ ୯୩ ରନ କରି ନେଇଥିଲା। ଲାଗୁଥିଲା ଦଳ ୩୦୦ରୁ ଅଧିକ ସ୍କୋର କରିବ। କିନ୍ତୁ କୁଲଦୀପ ଯାଦବ ସବୁ କିଛି ଓଲଟ ପାଲଟ କରି ଦେଇଥିଲେ। ସେ ୫୧ ରନ କରିଥିବା ତଞ୍ଜିଦଙ୍କୁ ଆଉଟ କରି ବାଂଲାଦେଶକୁ ପ୍ରଥମ ଝଟକା ଦେଇଥିଲେ।

ଏହାପରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଦଳର କାମଚଳା ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ (୮)ଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ କରିଥିଲେ। ଡବଲ ଝଟକା ପରେ ଲିଟନ ଦାସ ପୂର୍ବଭଳି ତାଙ୍କ ବ୍ୟାଟିଂ ଯାଦୁ ସମସ୍ତଙ୍କୁ ଦେଖାଇ ଚାଲିଥିଲେ।

କିନ୍ତୁ ଇନଫର୍ମ ମେହିଦୀ ହାସନ ମିରାଜ ଆଜି କିଛି କରି ପାରି ନଥିଲେ। ସେ ୩ ରନ କରିଥିବା ବେଳେ ମହମ୍ମଦ ସିରାଜଙ୍କ ବଲକୁ ଲେଗ ସାଇଡ୍‌ରେ ଖେଳିବାକୁ ଚେଷ୍ଟା କରିଥିଲେ। ବଲଟି ୱିକେଟ କିପର ରାହୁଲଙ୍କ ବାମ ପଟୁକୁ ଯାଉଥିଲା। ରାହୁଲ ସମସ୍ତଙ୍କୁ ଜଳକା କରି ନିଜର ବାମ ପଟୁ ସୁପର ହିରୋ ଭଳି ଜମ୍ପ କରିଥିଲେ। ଏଥିସହ ବାମ ହାତରେ ବଲଟି କ୍ୟାଚ୍‌ କରି ନେଇଥିଲେ।

ମିରାଜଙ୍କ ପରେ ଲିଟନ(୬୬) ଜାଡେଜାଙ୍କୁ ବଡ଼ ଶଟ ମାରିବାକୁ ଚେଷ୍ଟା କରି ଲଙ୍ଗଅପ୍‌ରେ ଫିଲ୍ଡିଂ କରିଥିବା ଶୁବମନ ଗିଲଙ୍କ ହାତରେ ଧରା ପଡ଼ି ଯାଇଥିଲେ। ଆଉଟ ହେବା ପୂର୍ବରୁ ଲିଟନ ୭ ଚୌକା ସହ ୬୬ ରନ କରିଥିଲେ।

୧୩୭ରେ ବାଂଲାଦେଶ ୪ର୍ଥ ୱିକେଟ ହରାଇଥିଲା। ଏତିକି ବେଳେ ମୁସଫିକର ରହିମ ଓ ତୌହିଦ ହୃଦୟ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ରହିମ କ୍ରିଜ୍‌ରେ ରହିଥିଲେ ମଧ୍ୟ ତୌହିଦ(୧୬) ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ସେହିପରି ଆଉ ୨୨ ରନ ପରେ ରହିମ(୩୮) ଯଶପ୍ରୀତ ବୁମ୍ରାଙ୍କ ବଲରେ କଟ ମାରିବାକୁ ଚେଷ୍ଟା କରି ପଏଣ୍ଟରେ ଫିଲ୍ଡିଂ କରିଥିବା ଜାଡେଜାଙ୍କ ହାତରେ ଧରା ପଡ଼ିଥିଲା। ଏହି କ୍ୟାଚ୍‌କୁ ନେବା ପାଇଁ ଜାଡେଜା ବେଶ ଚମତ୍କାର ଢଙ୍ଗରେ ନିଜର ଡାହାଣ ପଟକୁ ଜମ୍ପ ମଧ୍ୟ ମାରିଥିଲେ।

୨୦୧ରେ ଦଳ ୬ଷ୍ଠ ୱିକେଟ ହରାଇଥିଲା। ଏହାପରେ ମହମ୍ମଦୁଲ୍ଲା ସ୍ଥିତି ସମ୍ଭାଳି ଠାକୁରଙ୍କୁ ବଡ଼ବଡ଼ ଶଟ ମାରି ଚାଲିଥିଲେ। ୪୬ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ମହମ୍ମୁଦା ୨୨୫ରେ ରନରେ ପହଞ୍ଚାଇଥିଲେ।

୪୬ତମ ଓଭର ବୋଲିଂ କରିବାକୁ ଆସିଥିଲେ ମହମ୍ମଦ ସିରାଜ। ତାଙ୍କୁ ସାମ୍ନା କରିଥିଲେ ନସୁମ ଅହମଦ। ପ୍ରଥମ ବଲରେ ସେ ଚୌକା ମାରି ଥିଲେ। ସେ ଶଟ୍‌କୁ ସିଧା ମାରିଥିବାରୁ ବଲଟି ସିରାଜଙ୍କ ବାମ ହାତର ଆଙ୍ଗୁଠିରେ ମାଡ଼ ହୋଇଥିଲା। ତଥାପି ଏହା ଚୌକା ହୋଇଥିଲା।

ବଲ ମାଡ଼ ହେବା ଯୋଗୁ ସିରାଜଙ୍କୁ ପ୍ରାଥମିକ ଚିକିତ୍ସାର ଆବଶ୍ୟକ ମଧ୍ୟ ପଡ଼ିଥିଲା। ଚିକିତ୍ସା ପରେ ସିରାଜ ଦୁଇଟି ବଲ ବିଟ୍‌ କରିଥିବା ବେଳେ ୪ର୍ଥ ବଲରେ ନସୁମ ତାଙ୍କୁ ପୁଣି ଚୌକା ମାରିଥିଲେ। କିନ୍ତୁ ୫ମ ବଲରେ ସେ ତାଙ୍କୁ ଆଉଟ କରି ମଧୁର ପ୍ରତିଶୋଧ ନେଇଥିଲେ। 

୪୮ତମ ଓଭର ବୁମ୍ରା ବୋଲିଂ କରିଥିବା ବେଳେ ତାଙ୍କୁ ମହମ୍ମଦୁଲ୍ଲା ଗୋଟିଏ ଚୌକା ମଧ୍ୟ ମାରିଥିଲେ। କିନ୍ତୁ ଏହି ଓଭର୍‌ରେ ସେ ମାତ୍ର ୫ ରନ ହିଁ ଦେଇଥିଲେ। ୪୯ମ ଓଭର ବୋଲିଂ କରିବାକୁ ପୁଣି ସିରାଜ ଆସିଥିଲେ। ଏଥର ସାମ୍ନାରେ ଥିଲେ ମହମ୍ମଦୁଲ୍ଲା। ପ୍ରଥମ ବଲରେ ସେ ୨ ରନ ହାସନ କରିଥିଲେ। ଦ୍ୱିତୀୟ ବଲରେ ତାଙ୍କୁ କୌଣସି ରନ ମିଳି ନଥିଲେ। ତୃତୀୟ ବଲରେ କିନ୍ତୁ ସେ ୬କା ମାରିଥିଲେ। ଏହି ଓଭର୍‌ରେ ବାଂଲାଦେଶକୁ ୧୦ ରନ ମିଳିଥିଲା। ୪୯ ଓଭର ଶେଷ ସୁଦ୍ଧା ବାଂଲାଦେଣ ସ୍କୋର ୨୪୮ ଥିଲା। 

ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ବୁମ୍ରା। ସାମ୍ନାରେ ୪୬ ରନରେ ବ୍ୟାଟିଂ କରୁଥିଲେ ମହମ୍ମଦୁଲ୍ଲା। ପ୍ରଥମ ବଲରେ ବୁମ୍ରା କୌଣସି ରନ ଦେଇ ନଥିଲେ। ଦ୍ୱିତୀୟ ବଲରେ ସେ ତାଙ୍କର ୟର୍କର ମାଧ୍ୟମରେ ମହମ୍ମଦୁଲ୍ଲାଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ।

ତୃତୀୟ ବଲରେ ଶୋରିଫୁଲ ୧ ରନ ହାସଲ କରିଥିଲେ। ୪ର୍ଥ ବଲରେ ମୁସ୍ତାଫିଜୁର ୧ ରନ ନେଇ ବାଂଲାଦେଶର ସ୍କୋରକୁ ୨୫୦ରେ ପହଞ୍ଚାଇଥିଲେ। ୫ମ ବଲ ଡଟ୍‌ ହୋଇଥିଲା। କିନ୍ତୁ ଶେଷ ବଲରା ମୁସ୍ତାଫିଜୁର ୬ ଛକା ମାରି ବାଂଲାଦେଶର ସ୍କୋରକୁ ୨୫୬ରେ ପହଞ୍ଚାଇଥିଲେ।  ଏବେ ଭାରତକୁ ମ୍ୟାଚ୍‌ ଜିତିବା ପାଇଁ ୨୫୭ ରନର ଆବଶ୍ୟକ ରହିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story