ବୁମ୍ରାଙ୍କୁ ୪ ୱିକେଟ, ଭାରତକୁ ୨୭୩ ରନର ଟାର୍ଗେଟ ଦେଲା ଆଫଗାନିସ୍ତାନ

ଦିଲ୍ଲୀରେ ଟସ୍‌ ଜିତି ଆଫଗାନ ଅଧିନାୟକ ଶାହିଦି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ଦଳର ଦୁଇ ଓପନର ରହମନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜର୍ଦାନ ୬ ଓଭର ଯାଏ ଭଲ ବ୍ୟାଟିଂ କରିଥିଲେ

India

ବାମରୁ ବୁମ୍ରା ଓ ଆଫଗାନର ଓମରଜାଇ ଓ ଶାହିଦି

Hemant Lenka
  • Published: Wednesday, 11 October 2023
  • Updated: 11 October 2023, 06:01 PM IST

Sports

Latest News

ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ପାଇଁ ଭାରତକୁ ମିଳିଛି ୨୭୩ ରନର ଟାର୍ଗେଟ। ଦିଲ୍ଲୀରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ ହରାଇ ୨୭୨ ରନ କରିଛି। ଆଫଗାନସ୍ତାନ ପାଇଁ ଅଧିନାୟକ ହଶମତୁଲ୍ଲା ଶାହିଦି ଓ ଅଜମତୁଲ୍ଲା ଓମରଜାଇ ଦମଦାର ବ୍ୟାଟିଂ କରିଛନ୍ତି। ଶାହିଦି ୮୮ ବଲରେ ୮୦ ରନ ଓ ଓମରଜାଇ ୬୨ ରନର ଇନିଂସ ଖେଳିଛନ୍ତି। ଏହି ଦୁଇ ବ୍ୟାଟରଙ୍କୁ ଛାଡ଼ି ଦେଲେ, ଆଉ କୌଣସି ଆଫଗାନ ଖେଳାଳି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି।

ଦିଲ୍ଲୀରେ ଟସ୍‌ ଜିତି ଆଫଗାନ ଅଧିନାୟକ ଶାହିଦି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ଦଳର ଦୁଇ ଓପନର ରହମନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜର୍ଦାନ ୬ ଓଭର ଯାଏ ଭଲ ବ୍ୟାଟିଂ କରିଥିଲେ। କିନ୍ତୁ ୭ମ ଓଭର୍‌ର ୪ର୍ଥ ବଲରେ ବୁମ୍ରା ୨୮ ବଲରେ ୨୨ ରନ କରିଥିବା ଇବ୍ରାହିମଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଏହାପରେ ଗୁରବାଜ ୨୧ ରନ କରି ବାର୍ଥଡେ ବୟ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ରହମତ ଶାହ(୧୬)ଙ୍କୁ ବିଶ୍ୱକପର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଶାର୍ଦ୍ଦୁଲ ଠାକୁର ଆଉଟ କରି ଆଫଗାନକୁ ତୃତୀୟ ଝଟକା ଦେଇଥିଲେ। ଦଳ ୬୩ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଅଧିନାୟକ ହଶମତୁଲ୍ଲା ଶାହିଦି ଓ ଅଜମତୁଲ୍ଲା ଓମରଜାଇ ସ୍ଥିତି ସମ୍ଭାଳିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ବଡ଼ବଡ଼ ଶଟ ମଧ୍ୟ ଖେଳିବାରେ ଲାଗି ପଡ଼ିଥିଲେ। ୪ର୍ଥ ୱିକେଟ ପାଇଁ ଏହି ଦୁଇ ବ୍ୟାଟର ଦଳୀୟ ସ୍କୋରକୁ ୬୩ରୁ ନେଇ ୧୮୪ରେ ପହଞ୍ଚାଇ ଦେଇଥିଲେ।

Also Read

ଦୁଇ ଜଣ ଯାକ ଅର୍ଦ୍ଧଶତକ ହାସଲ କରି ସାରିଥିବାରୁ ବଡ଼ବଡ଼ ଶଟ ମଧ୍ୟ ମାରିବା ଆରମ୍ଭ କରିଥିଲେ। କିନ୍ତୁ ସେମାନେ ଅଧିକ ଭୟଙ୍କର ହେବା ପୂର୍ବରୁ ପାଣ୍ଡ୍ୟା ଏହି ଯୋଡ଼ିକୁ ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି। ଓମରଜାଇ ପ୍ରଥମେ ପାଣ୍ଡ୍ୟାଙ୍କୁ ୩୫ତମ ଓଭର୍‌ର ପ୍ରଥମ ବଲରେ ଚୌକା ମାରିଥିଲେ। କିନ୍ତୁ ଦ୍ୱିତୀୟ ବଲରେ ହିଁ ସେ ତାଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ଓମରଜାଇ ୬୯ ବଲରେ ୬୨ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୪ଟି ଛକା ଓ ୨ଟି ଚୌକା ମାରିଛନ୍ତି।

ଓମରଜାଇଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ମହମ୍ମଦ ନବି ଓ ଶାହିଦି ଦଳୀୟ ସ୍କୋରକୁ ନେଇ ୨୨୫ରେ ପହଞ୍ଚାଇଥିଲେ। କିନ୍ତୁ ଶତକ ଆଡ଼କୁ ଯାଉଥିବା ଶାହିଦି(୮୦)ଙ୍କୁ ଆଉଟ କରି କୁଲଦୀପ ଯାଦବ ଆଫଗାନିସ୍ତାନର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ଏହାପର ଠାରୁ ଆଫଗାନିସ୍ତାନ ନିୟମିତ ୱିକେଟ ହରାଇବା ଆରମ୍ଭ କରିଥିଲା।

ଯଶପ୍ରୀତ ବୁମ୍ରା ନିଜର ତୃତୀୟ ସ୍ପେଲରେ ପ୍ରଥମେ ନଜିବୁଲ୍ଲା ଜର୍ଦାନ(୨)ଙ୍କୁ ଆଉଟ କରିଥିଲେ। ସେହି ଓଭର୍‌ରେ ଦେ ନବି(୧୯)ଙ୍କୁ ପ୍ୟାଭିଲିୟନ ପଠାଇ ଆଫଗାନକୁ ୭ମ ଝଟକା ଦେଇଥିଲେ। ଶେଷ ଭାଗରେ ମଜୀବ ଉର ରହମାନ ଓ ରାଶିଦ ଖାନ କିଛି ରନ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ମୁଜୀବ ଦମଦାର ଢଙ୍ଗରେ ବୁମ୍ରାଙ୍କୁ କ୍ରମାଗତ ଦୁଇଟି ଚୌକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ।

୪୭ ଓଭର ଶେଷ ସୁଦ୍ଧା ଆଫଗାନିସ୍ତାନ ୭ ୱିକେଟ ହରାଇ ୨୪୭ ରନ କରି ନେଇଥିଲେ। ୪୮ତମ ଓଭର୍‌ରେ ମହମ୍ମଦ ସିରାଜ ବୋଲିଂ କରିବାକୁ ଆସିଥିବା ବେଳେ ୧୪ ରନ ଖର୍ଚ୍ଚ କରିଥିଲେ।

ତେବେ ୪୯ତମ ଓଭରର ପ୍ରଥମ ବଲରେ ବୁମ୍ରା ୧୨ ବଲରେ ୧୬ ରନ କରିଥିବା ରାଶିଦ ଖାନଙ୍କୁ କୁଲଦୀପ ଯାଦବଙ୍କ ହାଛରେ କ୍ୟାଚ୍‌ କରାଇ ଆଫାଗନିସ୍ତାନକୁ ୮ମ ଝଟକା ଦେଇଥିଲେ। ସେ ଏହି ଓଭର୍‌ରେ ମାତ୍ର ୩ ରନ ଦେଇଥିଲେ। ବୁମ୍ରା ୧୦ ଓଭର ବୋଲିଂ କରିଥିବା ବେଳେ କେବଳ ୩୯ ରନ ଦେଇ ୪ ୱିକେଟ ଦଖଲ କରିଛନ୍ତି। 

ଇନିଂସର ଶେଷ ଓଭର ମହମ୍ମଦ ସିରାଜ ପକାଇଥିଲେ। ତାଙ୍କର ପ୍ରଥମ ଦୁଇ ବଲରେ ନବୀନ ଉଲ ହକ କୌଣସି ରନ କରି ପାରି ନଥିଲେ। କିନ୍ତୁ ଏହାପରେ ୨ ଓ ୪ର୍ଥ ବଲରେ ଚୌକା ମାରିଥିଲେ। ଶେଷ ଦୁଇ ବଲରେ ଆଫଗାନିସ୍ତାନ ଦୁଇ ରନ କରିବାରୁ ଦଳୀୟ ସ୍କୋର ୨୭୨ରେ ପହଞ୍ଚିଥିଲା।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story