Advertisment

ଚାମ୍ପିୟନ୍ସ ଟ୍ରଫି: ଭାରତକୁ ପୁଣି ଚେତାବନୀ ଦେଲା ପାକିସ୍ତାନ

ପାକିସ୍ତାନ ୨୦୨୩ ବିଶ୍ୱକପ ଖେଳିବାକୁ ଭାରତ ଯାଇଥିଲା। ତଥାପି ଚାମ୍ପିୟନ୍ସ ଟ୍ରଫିକୁ ନେଇ ଭାରତର ଏପରି ଆଭିମୁଖ୍ୟ ଆଦୌ ଠିକ ନୁହେଁ ବୋଲି ନକଭୀ କହିଛନ୍ତି।

author-image
Hemant Lenka
PCB

PCB

ଚାମ୍ପିୟନ୍ସ ଟ୍ରଫି ୨୦୨୫ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ଅଧ୍ୟକ୍ଷ ମୋହସିନ ନକଭୀ ଭାରତକୁ ପୁଣି ଚେତାବାନୀ ଦେଇଛନ୍ତି। ପାକିସ୍ତାନରେ ଆୟୋଜନ ହେବାକୁ ଗୋଟିଏ ଆଇସିସି ଇଭେଣ୍ଟରେ ଖେଳିବାକୁ ଭାରତ ନ ଆସିବା ଆଦୌ ଗ୍ରହଣୀୟ ନୁହେଁ। ପାକିସ୍ତାନ ୨୦୨୩ ବିଶ୍ୱକପ ଖେଳିବାକୁ ଭାରତ ଯାଇଥିଲା। ତଥାପି ଚାମ୍ପିୟନ୍ସ ଟ୍ରଫିକୁ ନେଇ ଭାରତର ଏପରି ଆଭିମୁଖ୍ୟ ଆଦୌ ଠିକ ନୁହେଁ ବୋଲି ନକଭୀ କହିଛନ୍ତି।

Advertisment

ଦୁଇ ଦେଶରେ ଚାଲିଥିବା ରାଜନୀତିକ ତିକ୍ତତା ଚାଲିଥିବାରୁ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ସବୁ ମ୍ୟାଚ୍‌ ନିଜ ଦେଶରେ ଆୟୋଜନ କରିବା ଅସମ୍ଭବ ଭଳି ମନେ ହେଉଛି। ଏହାକୁ ନେଇ ନକଭୀ ବ୍ୟାକଫୁଟରେ ଥିଲେ ହେଁ ପାକିସ୍ତାନ କ୍ରିକେଟ ପାଇଁ ଲାଭ ଦେଉଥିବା ସବୁ କାମ କରିବେ ବୋଲି କହିଛନ୍ତି। ଏ ପ୍ରସଙ୍ଗରେ ସେ ଆଇସିସିର ପ୍ରତିନିଧି ଦଳ ସହ ଯୋଗାଯୋଗରେ ରହିଛନ୍ତି ଓ ପିସିବି ଚାମ୍ପିୟନ୍ସ ଟ୍ରଫିର ସବୁ ମ୍ୟାଚ୍‌ରେ ପାକିସ୍ତାନରେ ଆୟୋଜନ କରିବାକୁ ଚାହୁଁଥିବା ସେ ମତ ରଖିଛନ୍ତି।

ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ନକଭୀ କହିଛନ୍ତି, “ପାକିସ୍ତାନ କ୍ରିକେଟ ପାଇଁ ଯାହା ଭଲ ସେସବୁ କରିବାକୁ ମୁଁ ପ୍ରତିଜ୍ଞା କରୁଛି। ମୁଁ ଆଇସିସି ଅଧ୍ୟକ୍ଷଙ୍କ ନିୟମିତ ଯୋଗାଯୋଗରେ ରହିଛି। ମୋ ଟିମ ମଧ୍ୟ ତାଙ୍କ ସହ ଏ ବିଷୟରେ କଥା ହେଉଛି। ଆମେ ଏବେ ବି ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଆମେ ଭାରତରେ କ୍ରିକେଟ ଖେଳୁଥିବା ବେଳେ ସେମାନେ ଏଠାରେ ନ ଖେଳିବା ଆଦୌ ଗ୍ରହଣୀୟ ନୁହେଁ। ଯାହା ବି କିଛି ହେବ, ସେସବୁ ସମାନତା ଆଧାରରେ ହେବା ଦରକାର। ଆମେ ଆଇସିସିକୁ ଏ ସମ୍ପର୍କରେ ସ୍ପଷ୍ଟ ଭାବେ କହି ସାରିଛୁ ଓ ଆଗକୁ ଯାହା ହେବ, ସେସବୁ ଆପଣମାନେ ଜାଣିପାରିବେ।”

Advertisment

ନକଭୀ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ସେ ଏଯାଏ ଭାରତୀୟ ଟିମ ପାକିସ୍ତାନ ଗସ୍ତ ନ କରିବା ନେଇ ବିସିସିଆଇ ଠାରୁ କୌଣସି ଚିଠି ପାଇ ନାହାନ୍ତି।

Bcci PCB Champions Trophy