/odisha-reporter/media/media_files/2025/10/04/iyer-2025-10-04-14-57-32.jpg)
ଶ୍ରେୟସ ଆୟର
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ପାଇଁ ଆଜି ସ୍କ୍ୱାଡ ଘୋଷଣା କରିଛି ବିସିସିଆଇ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଦିନିକିଆରେ ଭାରତର ନୂଆ ଅଧିନାୟକ ଭାବେ ଶୁବମନ ଗିଲଙ୍କୁ ଦାୟିତ୍ୱ ଦିଅଯାଇଛି। ତାଙ୍କ ଦିନିକିଆ ଯୁଗର ଆରମ୍ଭ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ଆରମ୍ଭ ହେବ। ଅକ୍ଟୋବର ୧୯ରୁ ୨୯ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଦିନିକିଆ ଖେଳା ଯିବ।
ଦିନିକିଆ(ODI Cricket) ଟିମର ଅଧିନାୟକ ଗିଲ ହୋଇଥିବା ବେଳେ ଉପ ଅଧିନାୟକ ଭାବେ ପ୍ରଥମଥର ପାଇଁ ନିଯୁକ୍ତି ପାଇଛନ୍ତି ଶ୍ରେୟସ ଆୟର(Shreyas Iyer)। ସେହିପରି ଦଳରେ ରୋହିତ ଶର୍ମା ଓ ବିରାଟ କୋହଲି ରହିଛନ୍ତି। ଯଶପ୍ରୀତ ବୁମ୍ରାଙ୍କୁ ଦିନିକିଆ ସିରିଜରେ ବିଶ୍ରାମ ଦିଆଯାଇଛି। କିନ୍ତୁ ଏହି ସିରିଜ ପରେ ଆରମ୍ଭ ହେବାକୁ ଥିବା ୫ଟିକିଆ ଟି-୨୦ରେ ସେ ନଜର ଆସିବେ।
ଆହତ ସମସ୍ୟା କାରଣରୁ ଋଷଭ ପନ୍ତଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜରେ ସାମିଲ କରାଯାଇ ନାହିଁ। ତାଙ୍କ ବଦଳରେ ଧ୍ରୁବ ଜୁରେଲଙ୍କୁ କେଏଲ ରାହୁଲଙ୍କ ସହ ଦ୍ୱିତୀୟ ୱିକେଟ କିପର ଭାବେ ସ୍କ୍ୱାଡରେ ରଖାଯାଇଛି। ମହମ୍ମଦ ଶାମିଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। କିନ୍ତୁ ମହମ୍ମଦ ସିରାଜଙ୍କୁ ଦିନିକିଆ ସ୍କ୍ୱାଡରେ ରଖାଯାଇଛି।
ଏସିଆ କପ ଫାଇନାଲ ପୂର୍ବରୁ ଆହତ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଉଭୟ ଦିନିକିଆ ଓ ଟି-୨୦ ସିରିଜ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ନାହାନ୍ତି। ତାଙ୍କ ବଦଳରେ ଅନ୍ୟତମ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ଉଭୟ ଟି-୨୦ ଓ ଦିନିକିଆ ସିରିଜରେ ସାମିଲ କରାଯାଇଛି।
ରବୀନ୍ଦ୍ର ଜାଡେଜା ଟି-୨୦ରୁ ଅବସର ନେଇ ସାରିଥିବା ବେଳେ ତାଙ୍କୁ ଦିନିକିଆ ସ୍କ୍ୱାଡରେ ସାମିଲ କରା ନଯିବା ସମସ୍ତଙ୍କୁ ଚକିତ କରିଛି। ତାଙ୍କ ବଦଳରେ ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦର ଅଲରାଉଣ୍ଡର ଭାବେ ଦିନିକିଆ ସିରିଜରେ ରହିଛନ୍ତି।
🚨 India’s squad for Tour of Australia announced
— BCCI (@BCCI) October 4, 2025
Shubman Gill named #TeamIndia Captain for ODIs
The #AUSvIND bilateral series comprises three ODIs and five T20Is against Australia in October-November pic.twitter.com/l3I2LA1dBJ
ଏମାନଙ୍କ ବ୍ୟତୀତ ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, କୁଲଦୀପ ଯାଦବ ଓ ଯଶସ୍ୱୀ ଜୈସୱାଲ ସ୍କ୍ୱାଡରେ ରହିଛନ୍ତି।
ଦିନିକିଆ ସ୍କ୍ୱାଡ: ଶୁବମନ ଗିଲ(ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର(ଉପ ଅଧିନାୟକ) କେଏଲ ରାହୁଲ(ୱିକେଟ କିପର), ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ଧ୍ରବୁ ଜୁରେଲ(ୱିକେଟ କିପର) ଓ ଯଶସ୍ୱୀ ଜୈସୱାଲ।
ଟି-୨୦ ସ୍କ୍ୱାଡ: ସୂର୍ଯ୍ୟ କୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ଶୁବମନ ଗିଲ(ଉପ ଅଧିନାୟକ), ତିଳକ ବର୍ମା, ନୀତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା, ସଞ୍ଜୁ ସାମସନ(ୱିକେଟ କିପର), ରିଙ୍କୁ ସିଂହ ଓ ୱାଶିଂଟନ ସୁନ୍ଦର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
