Advertisment

T20 World Cup: ଶେଷ ଗ୍ରୁପ ମ୍ୟାଚ୍‌ରେ ଟସ୍‌ ଜିତିଲା ଭାରତ, ପ୍ରଥମେ ବ୍ୟାଟିଂ

ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରିଛି। କୁଲଦୀପ ଯାଦବଙ୍କ ସ୍ଥାନରେ ଅର୍ଶଦୀପ ଫେରିଥିବା ବେଳେ ଅକ୍ଷର ପଟେଲଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶରେ ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିଛି।

author-image
Hemant Lenka
Toss

ଟସ ବେଳେ ଦୁଇ ଦଳର ଅଧିନାୟକ

ଲଗାତର ୩ଟି ମ୍ୟାଚ୍‌ରେ ଟସ୍‌ ହାରିବା ପରେ ଚଳିତ ଟି-୨୦ ବିଶ୍ୱକପ( T20 World Cup)ରେ ପ୍ରଥମଥର ଟସ୍‌ ଜିତିଛନ୍ତି ଭାରତୀୟ ଟିମର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ। ଗ୍ରୁପ ପର୍ଯ୍ୟାୟର ପ୍ରଥମ ୩ଟି ମ୍ୟାଚରେ ଟସ ହାରିଥିଲେ ହେଁ ମ୍ୟାଚ୍‌ ଜିତିଥିଲା ଭାରତ। ୩ଥର ଯାକ ପ୍ରଥମେ ବ୍ୟାଟିଂ କରିଥିଲା ଦଳ।

Advertisment

ଆଜି ସୂର୍ଯ୍ୟ କୁମାର ଯାଦବ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ନେଦରଲ୍ୟାଣ୍ଡ୍ସ ପ୍ରଥମେ ବୋଲିଂ କରିବ। ଭାରତ ପୂର୍ବରୁ ହିଁ ସୁପର ୮ରେ ପ୍ରବେଶ କରି ସାରିଛି। ଆଜିର ମ୍ୟାଚ୍‌ର ଗୁରୁତ୍ୱ କମ ରହିଥିଲେ ହେଁ ସୁପର ୮ ପୂର୍ବରୁ ଦଳ ବିଜୟ ସହ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିବ।

ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରିଛି। କୁଲଦୀପ ଯାଦବଙ୍କ ସ୍ଥାନରେ ଅର୍ଶଦୀପ ଫେରିଥିବା ବେଳେ ଅକ୍ଷର ପଟେଲଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶରେ ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିଛି। 

Advertisment

ପ୍ରଥମ ମ୍ୟାଚ୍‌ରେ ସୂର୍ଯ୍ୟ କୁମାର ଯାଦବ ଆମେରିକା ଠାରୁ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲେ। ଏହି ମ୍ୟାଚ୍‌ରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ  ସୂର୍ଯ୍ୟ କୁମାର ଅପରାଜିତ ୮୪ ରନର ଇନିଂସ ଖେଳିଥିଲେ ଓ ଭାରତ ୨୯ ରନରେ ବିଜୟ ହୋଇଥିଲା।

ସେହିପରି ନାମିବିୟା ବିପକ୍ଷରେ ଭାରତ ଟସ୍‌ ହାରିଥିଲେ ହେଁ ମ୍ୟାଚ୍‌କୁ ୯୩ ରନରେ ଜିତିଥିଲା। ପାକିସ୍ତାନ ବିପକ୍ଷରେ ଭାରତ ଦମଦାର ପ୍ରଦର୍ଶନ କରି ୬୧ ରନରେ ବିଜୟୀ ହୋଇଥିଲା। 

T20 World Cup