Advertisment

ଲର୍ଡସରେ ବି ଟସ୍‌ ଜିତିଲେ ରୋହିତ ଶର୍ମା, ଫେରିଲେ ବିରାଟ କୋହଲି

ଲର୍ଡସ: ଲଣ୍ଡନର ଓଭାଲ ଭଳି ଐତିହାସିକ ଲର୍ଡସରେ ମଧ୍ୟ ଟସ୍‌ ଜିତିଛନ୍ତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା। ଟସ୍‌ ଜିତିବା ପରେ ସେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପ୍ରଥମ ଦିନିକିଆ ଭଳି ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବ। ଭାରତ ପ୍ରଥମ ଦିନିକିଆକୁ ଏକତରଫା ଭାବେ ଜିତି ନେଇଥିଲା। ଏଥିସହ ବର୍ତ୍ତମାନ ରୋହିତ ସେନା ୩ ଟିକିଆ ସିରିଜରେ ୧-୦ରେ ଆଗରେ ରହିଛି। ଆଜି ମ୍ୟାଚ୍‌ ଜିତିଲେ ଦଳ ସିରିଜ […]

author-image
Hemant Lenka
ଲର୍ଡସରେ ବି ଟସ୍‌ ଜିତିଲେ ରୋହିତ ଶର୍ମା, ଫେରିଲେ ବିରାଟ କୋହଲି

Rohit

ଲର୍ଡସ: ଲଣ୍ଡନର ଓଭାଲ ଭଳି ଐତିହାସିକ ଲର୍ଡସରେ ମଧ୍ୟ ଟସ୍‌ ଜିତିଛନ୍ତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା। ଟସ୍‌ ଜିତିବା ପରେ ସେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପ୍ରଥମ ଦିନିକିଆ ଭଳି ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବ। ଭାରତ ପ୍ରଥମ ଦିନିକିଆକୁ ଏକତରଫା ଭାବେ ଜିତି ନେଇଥିଲା।

Advertisment

ଏଥିସହ ବର୍ତ୍ତମାନ ରୋହିତ ସେନା ୩ ଟିକିଆ ସିରିଜରେ ୧-୦ରେ ଆଗରେ ରହିଛି। ଆଜି ମ୍ୟାଚ୍‌ ଜିତିଲେ ଦଳ ସିରିଜ କବଜା କରିବ। ସେହିପରି ଇଂଲଣ୍ଡ ପାଇଁ ଆଜି କର ବା ମର ସ୍ଥିତି ସୃଷ୍ଟି ହୋଇଛି। କାରଣ ମ୍ୟାଚ ହାରିଲେ ଘରୋଇ ଇଂଲଣ୍ଡ ଟି-୨୦ ଭଳି ଭାରତ ଠାରୁ ଦିନିକିଆ ସିରିଜ୍‌ ହାରିବାର ଲଜ୍ଜା ମୁଣ୍ଡାଇବ।

ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଆହତ ଯୋଗୁ ପ୍ରଥମ ଦିନିକିଆ ଖେଳି ନଥିବା ବିରାଟ କୋହଲି ଆଜି ଦଳକୁ କମବ୍ୟାକ କରିଛନ୍ତି। ଶ୍ରେୟସ ଆୟରଙ୍କ ବଦଳରେ ସେ ସୁଯୋଗ ପାଇଛନ୍ତି। ଫର୍ମକୁ ନେଇ କ୍ରମାଗତ ଭାବେ ସମାଲୋଚନାର ଶିକାର ହେଉଥିବା ବିରାଟଙ୍କ ଉପରେ ଆଜି ସମସ୍ତଙ୍କ ନଜର ରହିବ।

Advertisment

ଇଂଲଣ୍ଡ ସିରିଜ ପରେ ଭାରତ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ଓ ଟି-୨୦ ସିରିଜ ଖେଳିବ। ଏହି ସିରିଜରୁ ବିରାଟଙ୍କୁ ବାଦ ଦିଆଯାଇଛି। ତେଣୁ ଆଜି ବିରାଟଙ୍କ ପାଖରେ ନିଜ ଦକ୍ଷତା ପ୍ରଦର୍ଶନ କରିବାର ଭରପୂର ସୁଯୋଗ ରହିଛି।

ଅନ୍ୟପକ୍ଷରେ ଏକତରଫା ପରାଜୟ ସତ୍ତ୍ୱେ ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଏହାର ଅର୍ଥ ପ୍ରଥମ ଦିନିକିଆ ଭଳି ଇଂଲଣ୍ଡ ଆଜି ମଧ୍ୟ ୪ ଦ୍ରୁତ ବୋଲରଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିଛି। କ୍ରେଗ ଓଭରଟନ, ଡାଭିଡ ୱିଲ୍ଲୀ, ବ୍ରାୟଡନ କାର୍ସେ ଓ ରିସି ଟପଲେ ଦ୍ରୁତ ବୋଲିଂ ମଙ୍ଗ ସମ୍ଭାଳିବେ।

ମୋଇନ ଅଲୀ ଓ ଲିଆମ ଲିଭିଙ୍ଗଷ୍ଟୋନ ସ୍ପିନ ବୋଲିଂ ସହ ବ୍ୟାଟିଂ କରିବେ। ଜୋ ରୁଟ, ଜନ୍ନି ବେୟାରଷ୍ଟୋ ଓ ବେନ ଷ୍ଟୋକ୍ସ ପ୍ରଥମ ମ୍ୟାଚରେ କୌଣସି ଯାଦୁ ଦେଖାଇ ପାରି ନଥିଲେ। ତେଣୁ ସେମାନଙ୍କ ଉପରେ ଆଜି ନଜର ରହିବ। ସେହିପରି ଅଧିନାୟକ ଜୋଶ ବଟଲର ପ୍ରଥମ ମ୍ୟାଚରେ ୩୦ ରନ କରିଥିଲେ। କିନ୍ତୁ ଓପନର ଜାସନ ରୟ ଖାତା ଖୋଲି ପାରି ନଥିଲେ। ରୟ ଟି-୨୦ରେ ମଧ୍ୟ ଭଲ ବ୍ୟାଟିଂ କରି ନଥିଲେ। ତେଣୁ ଆଜିର ମ୍ୟାଚ୍ ତାଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।