Advertisment

ପ୍ରଥମ ଟି-୨୦: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଭାରତ ଆଜି ୩ ଦ୍ରୁତ ବୋଲର ଅର୍ଶଦୀପ ସିଂହ, ମୁକେଶ କୁମାର ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହ ମୈଦାନକୁ ଓହ୍ଲାଇବ।

Toss

Toss

Advertisment

ଭାରତ ପାଇଁ ପ୍ରଥମଥର ପାଇଁ କ୍ୟାପ୍ଟେନ୍ସି କରୁଥିବା ସୂର୍ଯ୍ୟ କୁମାର ଯାଦବ ଅଷ୍ଟ୍ରେଲିଆ ବିପକ୍ଷରେ ଟସ୍‌ ଜିତିଛନ୍ତି। ବିଶାଖାପଟନମରେ ଟସ୍‌ ଜିତି ସୂର୍ଯ୍ୟ କୁମାର ଯାଦବ ଭାରତ ବୋଲିଂ କରିବ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ମାଥ୍ୟୁ ୱେଡଙ୍କ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବ।

Advertisment

ରବିବାର ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୬ ୱିକେଟରେ ଭାରତକୁ ହରାଇ ବିଶ୍ୱ ବିଜେତା ହୋଇଛି। ଫାଇନାଲ ପରାଜୟ ଲୋକଙ୍କ ମନରୁ ଲିଭି ନଥିବା ବେଳେ ଭାରତ ଏବେ ସୂର୍ଯ୍ୟ କୁମାରଙ୍କ ନେତୃତ୍ୱରେ ଟି-୨୦ ଖେଳିବାକୁ ମୈଦାନକୁ ଓହ୍ଲାଇଛି।

ଏହି ସିରିଜରେ ସୂର୍ଯ୍ୟ କୁମାର, ଈଶାନ କିଶନ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଛାଡ଼ି ଦେଲେ ବିଶ୍ୱକପ ସ୍କ୍ୱାଡରେ ଥିବା କୌଣସି ଖେଳାଳି ନାହାନ୍ତି। ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ ଖେଳାଯିବ। ଏହାପୂର୍ବରୁ ବିସିସିଆଇ ଯୁବ ଖେଳାଳିତଙ୍କ ସହ ଏହି ସିରିଜରୁ ଫ୍ରେସ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଏଥିପାଇଁ ଏସିଆନ ଗେମ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ଅଧିକାଂଶ ଖେଳାଳି ସ୍କ୍ୱାଡରେ ରହିଛନ୍ତି।

Advertisment

ଭାରତ ଆଜି ୩ ଦ୍ରୁତ ବୋଲର ଅର୍ଶଦୀପ ସିଂହ, ମୁକେଶ କୁମାର ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହ ମୈଦାନକୁ ଓହ୍ଲାଇବ। ସ୍ପିନ ବାହୀନର ମଙ୍ଗ ଅକ୍ଷର ପଟେଲ ଓ ରବି ବିଷ୍ଣୋଇ ସମ୍ଭାଳିବେ। ଏହାର ଅର୍ଥ ୱାଶିଂଟନ ସୁନ୍ଦର ଆଜିର ମ୍ୟାଚ ଖେଳୁ ନାହାନ୍ତି।

ଏମାନଙ୍କ ବ୍ୟତୀତ ବ୍ୟାଟିଂ ଲାଇନ ଅପ୍‌ରେ ଯଶସ୍ୱୀ ଜୈସୱାଲ, ଋତୁରାଜ ଗାଏକ୍ୱାଡ, ଈଶାନ କିଶନ, ସୂର୍ଯ୍ୟ କୁମାର ଯାଦବ, ତିଲକ ବର୍ମା ଓ ରିଙ୍କୁ ସିଂହ ରହିଛନ୍ତି। ତିଲକ ଓ ରିଙ୍କୁ ବୋଲିଂ କରିବାକୁ ମଧ୍ୟ ସକ୍ଷମ।

ଅନ୍ୟପକ୍ଷରେ ଦିନିକିଆ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ଦଳରେ ଥିବା ୩ ଷ୍ଟାର ଖେଳାଳି ଆଡାମ ଜାମ୍ପା, ଗ୍ଲେନ ମ୍ୟାକ୍ସୱେଲ ଓ ଟ୍ରାଭିସ ହେଡ୍‌ଙ୍କୁ ଆଜି ବିଶ୍ରାମ ଦିଆଯାଇଥିବା ମାଥ୍ୟୁ ୱେଡ କହିଛନ୍ତି। ତେବେ ଷ୍ଟିଭ ସ୍ମିଥ ଓ ଜୋଶ ଇଙ୍ଗଲିସ ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି। ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ମାର୍କସ ଷ୍ଟୋଇନିସ, ମାଥ୍ୟୁ ଶର୍ଟ, ଆରୋନ ହାର୍ଡି, ଟିମ ଡାଭିଡ, ମାଥ୍ୟୁ ୱେଡ, ସେନ ଆବୋଟ, ନାଥନ ଏଲିସ, ଜାସନ ବେହର୍ନଡ୍ରଫ ଓ ସ୍ପିନ ବୋଲର ତନବୀର ସଙ୍ଘା ରହିଛନ୍ତି।

India Vs Australia ICC T-20
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe