Advertisment

ରିଚା ଘୋଷଙ୍କ ବିସ୍ଫୋରକ ବ୍ୟାଟିଂ, ଏସିଆ କପରେ ଭାରତର କ୍ରମାଗତ ଦ୍ୱିତୀୟ ବିଜୟ

ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ବିଶାଳ ୨୦୧ ରନ କରିଥିଲା। ଏହାର ଜବାବରେ ୟୁଏଇ ୨୦ ଓଭରରେ ୭ ୱିକେଟ ହରାଇ କେବଳ ୧୨୩ ରନ କରିବାକୁ ସକ୍ଷମ ହୋଇଛି।

Kaur

Kaur

Advertisment

ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଥିବା ଭାରତୀୟ ମହିଳା ଦଳ ଆଜି ୟୁଏଇ ବିପକ୍ଷରେ ବୃହତ୍ତ ବିଜୟ ହାସଲ କରିଛି। ଶ୍ରୀଲଙ୍କାରେ ଚାଲିଥିବା ଏସିଆ କପରେ ଭାରତୀୟ ମହିଳା ଦଳ କ୍ରମାଗତ ଦୁଇଟି ବିଜୟ ହାସଲ କରି ସେମି ଫାଇନାଲରେ ନିଜର ସ୍ଥାନ ଏକ ପ୍ରକାରର ପକ୍କା କରି ନେଇଛି।

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ବିଶାଳ ୨୦୧ ରନ କରିଥିଲା। ଏହାର ଜବାବରେ ୟୁଏଇ ୨୦ ଓଭରରେ ୭ ୱିକେଟ ହରାଇ କେବଳ ୧୨୩ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ଭାରତୀୟ ମହିଳା ଦଳ ମ୍ୟାଚ୍‌କୁ ୭୮ ରନରେ ଜିତି ନେଇଛି। ବ୍ୟାଟିଂରେ ମାତ୍ର ୨୯ ବଲରେ ଅପରାଜିତ ୬୪ ରନର ଇନିଂସ ଖେଳିଥିବା ଭାରତୀୟ ଟିମର ରିଚା ଘୋଷଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। 

ଆଜି ୟୁଏଇ ବିପକ୍ଷରେ ଭାରତୀୟ ଟିମର ଅଧିନାୟକ ହରମନପ୍ରୀତ କୌର ଟସ୍‌ ହାରି ଯାଇଥିଲେ। ଦଳ ୨୩ ରନରେ ସ୍ମୃତି ମନ୍ଧାନା(୧୩)ଙ୍କୁ ହରାଇଥିଲା। ୧୮ ବଲରେ ୩୭ ରନ କରି ଶେଫାଳି ବର୍ମା ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ଡି ହେମଲତା ୨ ରନ କରିବାକୁ ସକ୍ଷମ ହୋଇଥିଲେ।

Advertisment

୫୨ ରନରେ ଦଳ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ କୌର କାଉଣ୍ଟର ଆଟାକ ଆରମ୍ଭ କରି ଦେଇଥିଲେ। ତାଙ୍କୁ ଜେମିମା ରୋଡ୍ରିଗସ କିଛି ସମୟ ସାଥ ଦେଇଥିଲେ। କିନ୍ତୁ ସେ ମଧ୍ୟ ୧୩ ବଲରେ ୧୪ ରନ କରି ଆଉଟ ହୋଇଯାଇଥିଲେ। ଏହି ସମୟରେ ଭାରତ ସ୍କୋର ୧୦୬ ରନ ହୋଇଥିଲା। ବାସ ରିଚା ଘୋଷ ଆସିବା ମାତ୍ରେ ରନ ସଂଗ୍ରହ ହାରର ବେଗ ବଢ଼ିଥିଲା। କୌର ମଧ୍ୟ ଶଟ ଖେଳିବା ଜାରି ରଖି ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ରିଚା ମଧ୍ୟ ପଛରେ ନ ପଡ଼ି ନଥିଲେ।

୧୯.୧ ଓଭର ଯାଏ ଉଭୟ ବ୍ୟାଟିଂ କରି ଦଳୀୟ ସ୍କୋର ୧୮୧ରେ ପହଞ୍ଚାଇ ଦେଇଥିଲେ। ଶେଷ ଓଭରର ପ୍ରଥମ ବଲରେ କୌର ୪୭ ବଲରେ ୬୬ ରନ କରି ରନ ଆଉଟ ହୋଇଯାଇଥିଲେ। କିନ୍ତୁ ରିଚା ବଡ଼ ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ୨୦୧ ପାର କରାଇଥିଲେ।

ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ସେ ଶେଷ ଯାଏ ଅପରାଜିତ ରହିବା ସହ ୨୯ ବଲରେ ୬୪ ରନର ଇନିଂସ ଖେଳିଛନ୍ତି। ଏଥିରେ ୧୨ଟି ଚୌକା ଓ ଗୋଟିଏ ଛକା ରହିଛି।

୨୦୨ ରନର ବିଶାଳ ଲକ୍ଷ୍ୟ ପାଇଥିବା ୟୁଏଇ ଆରମ୍ଭରୁ ୱିକେଟ ହରାଇବା ଆରମ୍ଭ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଇଶା ରୋହିତ ଓଜା ୩୮, କାଭିଶା ଇଗୋଡାଗେ ୪୦ ଓ ଖୁସି ଶର୍ମା ୧୦ ରନ କରିଛନ୍ତି। ଏହି ୩ ବ୍ୟାଟରଙ୍କ ବ୍ୟତୀତ ଆଉ କେହି ଦୁଇ ଅଙ୍କ ପାର କରି ପାରି ନାହାନ୍ତି। ଫଳରେ ପୂରା ଟିମ ୨୦ ଓଭରରେ ୭ ୱିକେଟ ହରାଇ କେବଳ ୧୨୩ ରନରେ ଅଟକି ଯାଇଛି।

ଭାରତ ପକ୍ଷରୁ ଦୀପ୍ତି ଶର୍ମା ୨ଟି ୱିକେଟ ନେଇଥିବା ବେଳେ ରେଣୁକା ସିଂହ, ତନୁଜା କନୱର, ପୂଜା ବସ୍ତ୍ରକର ଓ ରାଧା ଯାଦବ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Asia Cup Cricket Indian Women Cricket Team Harmanpreet Women Cricket Asia Cup T20 Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe