Advertisment

ରୋମାଞ୍ଚକର ସ୍ଥିତିରେ ଦ୍ୱିତୀୟ ଟେଷ୍ଟ: ବର୍ଷିଲା ରନ, ଝଡ଼ିଲା ୧୮ଟି ୱିକେଟ

ଆସନ୍ତାକାଲି ମ୍ୟାଚର ଶେଷ ଦିନ। ଅନ୍ତିମ ଦିନରେ ଭାରତ ମ୍ୟାଚ୍‌ ଜିତିବା ପାଇଁ ପୂରା ଦମ ଲାଗାଇବ। ଆଜି ବାଂଲାଦେଶ ଗୋଟିଏ ଦିନରେ ୯ଟି ଓ ଭାରତ ମଧ୍ୟ ୯ଟି ୱିକେଟ ହରାଇଛି।

R Ashwin

R Ashwin

Advertisment

ରୋମାଞ୍ଚକର ସ୍ଥିତିରେ ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ। କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟର ୪ର୍ଥ ଦିନରେ ଘଟିଛି ଅନେକ ଘଟଣା। ବର୍ଷା ଯୋଗୁ ମ୍ୟାଚ୍‌ର ଅଢ଼େଇ ଦିନ ବାତିଲ ହୋଇଥିବା ବେଳେ ୪ର୍ଥ ଦିନରେ ଭାରତ କରିଛି କମାଲ।

Advertisment

ମ୍ୟାଚ୍‌ ଜିତିବା ଜିଦରେ ଥିବା ରୋହିତ ଶର୍ମା ଆଣ୍ଡ କୋ ଟେଷ୍ଟ ମ୍ୟାଚ୍‌କୁ ଟି-୨୦ ଭଳି ଖେଳିଛି। ୪ର୍ଥ ଦିନରେ କ୍ରିକେଟ ଫ୍ୟାନ୍ସ ରନର ବର୍ଷା ଦେଖିଥିବା ବେଳେ ଦିନକରେ ୧୮ଟି ୱିକେଟ ଝଡ଼ିବାର ସାକ୍ଷୀ ବନିଛନ୍ତି। 

୪ର୍ଥ ଦିନ ଖେଳ ଶେଷ ବେଳକୁ ବାଂଲାଦେଶ ତା’ର ଦ୍ୱିତୀୟ ଇନିଂସରେ ୨ ୱିକେଟ ହରାଇ ୨୬ ରନ କରିଛି। ଦଳ ଏବେ ଭାରତର ପ୍ରଥମ ଇନିଂସ ସ୍କୋର ଠାରୁ ୨୬ ରନ ପଛରେ ରହିଛି। ଆସନ୍ତାକାଲି ମ୍ୟାଚର ଶେଷ ଦିନ। ଅନ୍ତିମ ଦିନରେ ଭାରତ ମ୍ୟାଚ୍‌ ଜିତିବା ପାଇଁ ପୂରା ଦମ ଲାଗାଇବ। ଆଜି ବାଂଲାଦେଶ ଗୋଟିଏ ଦିନରେ ୯ଟି ଓ ଭାରତ ମଧ୍ୟ ୯ଟି ୱିକେଟ ହରାଇଛି। 

Advertisment

ବର୍ଷା ଯୋଗୁ ପ୍ରଥମ ଦିନରୁ ବନ୍ଦ ହୋଇଥିବା ଖେଳ ଆଜି ୪ର୍ଥ ଦିନରେ ଆରମ୍ଭ ହୋଇଥିଲା। ବାଂଲାଦେଶ ୧୦୭/୩ରୁ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ବାଂଲା ଟାଇଗର ପାଇଁ ଗୋଟିଏ ପଟେ ମୋମିନୁଲ ହକ ଲଢ଼େଇ କରିଥିଲେ ହେଁ ଅନ୍ୟ ପଟେ କେହି ବି ତାଙ୍କୁ ସାଥ ଦେଇ ନଥିଲେ। ମୋମିନୁଲ ୧୦୭ ରନ କରି ଶେଷ ଯାଏ ଅପରାଜିତ ରହିଥିଲେ।

ହେଲେ ବାଂଲାଦେଶ ତା’ର ପ୍ରଥମ ଇନିଂସରେ ୨୩୩ ରନ କରି ଅଲଆଉଟ ହୋଇଯାଇଥିଲା। ଅର୍ଥାତ ବାଂଲାଦେଶ ଆଜି ପ୍ରଥମ ଇନିଂସରେ ୭ ୱିକେଟ ହରାଇଥିଲା। ଯଶପ୍ରୀତ ବୁମ୍ରା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ, ଆକାଶ ଦୀପ ଓ ରବିଚନ୍ଦ୍ରନ ଅଶ୍ୱିନ ୨ଟି ଲେଖାଏ ସଫଳତା ପାଇଥିଲେ। ବାଂଲାଦେଶର ଶେଷ ବ୍ୟାଟରଙ୍କୁ ରବୀନ୍ଦ୍ର ଜାଡେଜା ଆଉଟ କରି ଟେଷ୍ଟ କ୍ୟାରିୟରରେ ନିଜର ୩୦୦ତମ ୱିକେଟ ଦଖଲ କରିଥିଲେ।

ବାଂଲାଦେଶ ଅଲଆଉଟ ହେବା ପରେ ଭାରତ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ପ୍ରଥମ ଓଭରରୁ ଯଶସ୍ୱୀ ଜୈସୱାଲ ଆଟାକ ଆରମ୍ଭ କରିଥିଲେ। ସେ ୩ଟି ଚୌକା ମାରି ଭାରତର ଆଭିମୁଖ୍ୟ ସ୍ପଟ କରିଦେଇଥିଲେ। ପରବର୍ତ୍ତୀ ଓଭରରେ ରୋହିତ ଶର୍ମା କ୍ରମାଗତ ୨ଟି ଛକା ମାରିଥିଲେ। ଉଭୟ ୩ ଓଭରରେ ଦଳୀୟ ସ୍କୋରକୁ ୫୦ ରନରେ ପହଞ୍ଚାଇ ଦେଇଥିଲେ। ତେବେ ଦଳୀୟ ସ୍କୋର ୫୪ ଥିବା ବେଳେ ରୋହିତ ଶର୍ମା ୧୧ ବଲରେ ୨୩ ରନ କରି ପ୍ୟାଭିଲିୟନ ଫେରିଥିଲେ।

ଏହାପରେ ଯଶସ୍ୱୀ ଓ ଶୁବମନ ଗିଲ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଯଶସ୍ୱୀଙ୍କ ବ୍ୟାଟରୁ ମଧ୍ୟ ଆଉ ଏକ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। ୩୧ ବଲରେ ଅର୍ଦ୍ଧଶତକ ପୂରଣ କରିଥିବା ଯଶସ୍ୱୀ ଶେଷରେ ୫୧ ବଲରେ ୭୨ ରନ କରି ଆଉଟ ହୋଇଥିଲେ। ପରେ ଶୁବମନ ଗିଲ ୩୬ ବଲରେ ୩୯, ଋଷଭ ପନ୍ତ ୧୧ ବଲରେ ୯, ବିରାଟ କୋହଲି ୩୫ ବଲରେ ୪୭, କେଏଲ ରାହୁଲ ୪୩ ବଲରେ ୬୮ ଓ ଶେଷ ଭାଗରେ ଆକାଶ ଦୀପ ୫ ବଲରେ ୧୨ ରନ କରିଥିଲେ।

ସବୁ ବ୍ୟାଟର ଟି-୨୦ ଷ୍ଟାଇଲରେ ବ୍ୟାଟିଂ କରିବାକୁ ଭାରତର ସ୍କୋର ୩୫ ଓଭର ସୁଦ୍ଧା ୨୮୫ରେ ପହଞ୍ଚି ଯାଇଥିଲା। ଏହି ସମୟରେ ଦଳ ୯ଟି ୱିକେଟ ମଧ୍ୟ ହରାଇଥିଲା। ଦଳୀୟ ସ୍କୋର ୨୮୫/୯ ହୋଇଥିବା ବେଳେ ରୋହିତ ପ୍ରଥମ ଇନିଂସ ଘୋଷଣା କରିଥିଲା। ଭାରତ ମାତ୍ର ୩୫ ଓଭର ବ୍ୟାଟିଂ କରି ୫୨ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ହାସଲ କରି ନେଇଥିଲା।

ବାଂଲାଦେଶ ପକ୍ଷରୁ ସାକିବ ଅଲ ହାସନ ଓ ମେହିଦ ହାସନ ମିରାଜ ୪ଟି ଲେଖାଏ ୱିକେଟ ନେଇଛନ୍ତି। ଆଜି ମ୍ୟାଚ୍‌ର ୪ର୍ଥ ଦିନ ହୋଇଥିବାରୁ ଭାରତ ଯଥାଶୀଘ୍ର ବାଂଲାଦେଶର ଦ୍ୱିତୀୟ ଇନିଂସକୁ ଶେଷ କରି ମ୍ୟାଚ୍‌ ଜିତିବା ମୁଡରେ ରହିଛି। ତେଣୁ ବାଂଲାଦେଶକୁ ଆଜି ପୁଣି ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଭାରତ କହିଥିଲା।

ବାଂଲାଦେଶ ଦ୍ୱିତୀୟ ଇନିଂସରେ ମଧ୍ୟ ସାମାନ୍ୟ ବ୍ୟାକଫୁଟରେ ରହିଛି। ଦଳ ଆଜି ୧୧ ଓଭର ବ୍ୟାଟିଂ କରି ୨ ୱିକେଟ ହରାଇ ୨୬ ରନ କରିଛି। ଏବେ ବି ଦଳ ଭାରତର ପ୍ରଥମ ଇନିଂସ ସ୍କୋର ଠାରୁ ୨୬ ରନ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ କ୍ରିଜରେ ଶାଦମାନ ଇସଲାମ ୭ ଓ ପ୍ରଥମ ଇଂନିସରେ ଶତକ ହାସଲ କରିଥିବା ମୋମିନୁଲ ରହିଛନ୍ତି।

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ୨ଟି ଯାକ ୱିକେଟ ନେଇଛନ୍ତି। ସେ ପ୍ରଥମେ ଜାକିର ହାସନ(୧୦)ଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ। ଏହାପରେ ନାଇଟ ୱାଚମ୍ୟାନ ଭାବେ ଆସିଥିବା ହାସନ ମେହମୁଦ(୪) ମଧ୍ୟ ତାଙ୍କ ବଲରେ ବୋଲ୍ଡ ହୋଇଥିଲେ।

Ravichandran Ashwin Test Cricket Test Match India Vs Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe