Advertisment

ରାହୁଲ୍ ଓ ପନ୍ତଙ୍କ ଧମାକା, ଟିମ୍ ଇଣ୍ଡିଆ ୩୩୬/୬

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ପୁଣିଥରେ ବଡ଼ ସ୍କୋର ଛିଡ଼ା କରିଛି ଟିମ୍ ଇଣ୍ଡିଆ। ଲୋକେଶ ରାହୁଲଙ୍କ ଶତକ ସାଙ୍ଗକୁ ବର୍ଷକ ପରେ ସୁଯୋଗ ପାଇଥିବା ଋଷଭ ପନ୍ତଙ୍କ ବିସ୍ଫୋରକ ଇନିଂସ୍ ଏବଂ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୩୬ ରନ୍ କରିଛି। ସିରିଜ୍ ବଞ୍ଚାଇବା ପାଇଁ ଇଂଲଣ୍ଡକୁ ୩୩୭ ରନ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ […]

ଅଦ୍ୟତନ ହୋଇଛି
ରାହୁଲ୍ ଓ ପନ୍ତଙ୍କ ଧମାକା, ଟିମ୍ ଇଣ୍ଡିଆ ୩୩୬/୬

KL-rahul-and-Rishabh-Pant

Advertisment

ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ପୁଣିଥରେ ବଡ଼ ସ୍କୋର ଛିଡ଼ା କରିଛି ଟିମ୍ ଇଣ୍ଡିଆ। ଲୋକେଶ ରାହୁଲଙ୍କ ଶତକ ସାଙ୍ଗକୁ ବର୍ଷକ ପରେ ସୁଯୋଗ ପାଇଥିବା ଋଷଭ ପନ୍ତଙ୍କ ବିସ୍ଫୋରକ ଇନିଂସ୍ ଏବଂ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୩୬ ରନ୍ କରିଛି। ସିରିଜ୍ ବଞ୍ଚାଇବା ପାଇଁ ଇଂଲଣ୍ଡକୁ ୩୩୭ ରନ୍ କରିବାକୁ ପଡ଼ିବ।

Advertisment

ଭାରତ ପକ୍ଷରୁ ଆଜି ଦୁଇ ଓପ୍ନର ବିଫଳ ହୋଇଥିବା ବେଳେ ରାହୁଲ, କୋହଲି ଓ ପନ୍ତ ଜବରଦସ୍ତ ବ୍ୟାଟିଂ କରିଥିଲେ। ଟି-୨୦ ସିରିଜରେ ନିରାଶ କରିଥିବା ରାହୁଲ୍ ଆଜି ୧୦୮ ରନର ଶତକୀୟ ଇନିଂସ୍ ଖେଳିଛନ୍ତି। ସେହିପରି ପନ୍ତ ୪୦ ବଲରେ ୩ ଚୌକା ଓ ୭ ଛକା ସହ ୭୭ ଓ କୋହଲି ୬୬ (୭୯ ବଲ୍, ୩ ଚୌକା ଓ ୧ ଛକା) ରନ୍ କରିଛନ୍ତି। ଶେଷକ୍ରମରେ ହାର୍ଦ୍ଦିକ ଦ୍ରୁତ ରନ୍ କରି ଭାରତକୁ ବଡ଼ ସ୍କୋରରେ ପହଞ୍ଚାଛନ୍ତି। ହାର୍ଦ୍ଦିକ ମାତ୍ର ୧୬ ବଲରେ ୧ ଚୌକା ଓ ୪ ଛକା ସହ ୩୫ ରନ୍ କରିଛନ୍ତି।

ଦ୍ୱିତୀୟ ମ୍ୟାଚରେ ମଧ୍ୟ ଟସ୍ ଇଂଲଣ୍ଡ ସପକ୍ଷରେ ଯାଇଥିଲା। ନିୟମିତ କ୍ୟାପଟେନ୍ ଇଅନ୍ ମୋର୍ଗାନଙ୍କ ବଳଦରେ ଟିମର ମଙ୍ଗ ଧରିଥିବା ଜୋସ୍ ବଟଲର ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତର ଆରମ୍ଭ ଖରାପ ରହିଥିଲା। ପ୍ରଥମ ମ୍ୟାଚରେ ମାତ୍ର ୨ ରନ୍ ପାଇଁ ଶତକରୁ ବଞ୍ଚିତ ରହିଥିବା ଶିଖର ଧୱନ୍ ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଧୱନଙ୍କୁ ରିସ୍ ଟପଲେ ଆଉଟ୍ କରିଥିଲେ। ଅନ୍ୟତମ ଓପ୍ନର ରୋହିତ୍ ଶର୍ମା ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ସେ ୨୫ ରନ୍ (୫ ଚୌକା) ରନ୍ କରି ସାମ୍ କୁରାନଙ୍କ ଶିକାର ହୋଇଥିଲେ।

Advertisment

୩୭ ରନରେ ୨ ୱିକେଟ୍ ହରାଇଥିବା ଭାରତ ପାଇଁ ପାର୍ଟନରଶିପର ଆବଶ୍ୟକ ହେଉଥିବା ବେଳେ କୋହଲି ଓ ରାହୁଲ ଏହି ଦାୟିତ୍ୱକୁ ସୂଚାରୁରୂପେ ତୁଲାଇଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୨୧ ରନର ଭାଗିଦାରୀ କରିଥିଲେ। କୋହଲି ଆଉ ଏକ ଅର୍ଦ୍ଧଶତକ ମାରି ଶତକ ଅଭିମୁଖେ ଅଗ୍ରସର ହେଉଥିଲେ। କିନ୍ତୁ ଏଥିରେ ସେ ବିଫଳ ହୋଇଥିଲେ। କୋହଲିଙ୍କୁ ଭ୍ରମଣକାରୀ ଦଳର ସ୍ପିନର ଆଦିଲ୍ ରଶିଦ୍ ପ୍ୟାଭିଲିୟନ୍ ପଠାଇଥିଲେ। କୋହଲି ୭୯ ବଲରେ ୬୬ ରନ୍ (୩ ଚୌକା ଓ ୧ ଛକା) କରିଥିଲେ।

ଶ୍ରେୟସ ଆୟରଙ୍କ ସ୍ଥାନରେ ସୁଯୋଗ ପାଇଥିବା ଋଷଭ ପନ୍ତ ଚମତ୍କାର ବ୍ୟାଟିଂ କରିଥିଲେ। ପନ୍ତଙ୍କ ଆସିବା ପରେ ରନ୍ ଗତି ବଢ଼ିଥିଲା ଏବଂ ଭାରତର ବଡ଼ ସ୍କୋର ଆଶା ଉଜ୍ଜୀବିତ ହୋଇଥିଲା। ପନ୍ତ ପୁଣିଥିଲେ ଇଂଲିଶ ଟିମର ବୋଲରଙ୍କୁ ନିର୍ଧୁମ ଧୁଲେଇ କରିଥିଲେ ଏବଂ ରାହୁଲଙ୍କ ସହ ମିଶି ଚତୁର୍ଥ ୱିକେଟ୍‌ ପାଇଁ ଶତକୀୟ (୧୧୩) ପାର୍ଟନରଶିପ୍ କରିଥିଲେ। ରାହୁଲ୍ ୧୦୮ ବଲରେ କ୍ୟାରିୟରର ପଞ୍ଚମ ଶତକ ମାରିଥିଲେ। କିନ୍ତୁ ଶତକ ପରେ ତାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଟମ୍ କୁରାନ୍। ରାହୁଲଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ହାର୍ଦ୍ଦିକ ମଧ୍ୟ ଆସୁ ଆସୁ ବ୍ୟାଟ୍ ଚଲାଇଥିଲେ।

ଭାରତର ସ୍କୋର ୩୦୮ ଥିବା ବେଳେ ପନ୍ତଙ୍କୁ ଟମ୍ କୁରାନ୍ ଆଉଟ୍ କରିଥିଲେ। ହାର୍ଦ୍ଦିକଙ୍କୁ ଇନିଂସର ଅନ୍ତିମ ଓଭରରେ ଟପଲେ ଆଉଟ୍ କରିଥିବା ବେଳେ ଡେବ୍ୟୁ ମ୍ୟାଚରେ କମାଲ୍‌ କରିଥିବା କୃନାଲ୍ ପାଣ୍ଡ୍ୟା ୧୨ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ରୀସ୍ ଟପଲେ ଓ ଟମ୍ କୁରାନ୍ ୨ଟି ଲେଖାଏ ୱିକେଟଟ୍ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe