Advertisment

ପାକିସ୍ତାନ ଯିବାକୁ ଅନୁମତି ଦେଲେନି ସରକାର: ଦୃଷ୍ଟିହୀନ ବିଶ୍ୱକପରୁ ଓହରିଲା ଭାରତ

ଭାରତ ବ୍ୟତୀତ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଭଳି ଦେଶ ମଧ୍ୟ ପାକିସ୍ତାନରେ ଆୟୋଜିତ ଦୃଷ୍ଟିହୀନ ଟି-୨୦ ବିଶ୍ୱକପରେ ସାମିଲ ହେଉ ନାହାନ୍ତି।

Cricket

Cricket

Advertisment

ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଥିବା ଦୃଷ୍ଟିହୀନ ଟି-୨୦ ବିଶ୍ୱକପରୁ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଓହରି ଯାଇଛି। ଭାରତୀୟ ଟିମ ପାକିସ୍ତାନ ଯିବାକୁ ଚାହୁଁଥିଲେ ହେଁ ବୈଦେଶିକ ମନ୍ତ୍ରଣାଳୟ ଏଥିପାଇଁ ଅନୁମତି ଦେଇନାହିଁ।

Advertisment

ପ୍ରାଥମକି ଅବସ୍ଥାରେ ଦୃଷ୍ଟିହୀନ ଭାରତୀୟ କ୍ରିକେଟ ଟିମକୁ ପାକିସ୍ତାନ ଯିବାକୁ କ୍ରୀଡ଼ା ମନ୍ତ୍ରଣାଳୟ NOC ଦେଇଥିଲା। ଏହାପରେ ନିୟମ ଅନୁସାରେ ଟିମ ବୈଦେଶିକ ମନ୍ତ୍ରଣାଳୟର ଅନୁମତିକୁ ଅପେକ୍ଷା କରିଥିଲା। ହେଲେ ଏବେ ବୈଦେଶିକ ମନ୍ତ୍ରଣାଳୟ ଅନୁମତି ଦେବାକୁ ମନା କରି ଦେଇଛି। ଏଥିପାଇଁ ଭାରତୀୟ ଟିମ ବିଶ୍ୱକପରୁ ଓହରି ଯାଇଛି।

ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଆସୋସିଏସନ(ଆଇବିସିଏ)ର ସାଧାରଣ ସମ୍ପାଦକ ଶୈଳେନ୍ଦ୍ର ଯାଦବ ଏହାକୁ ନିଶ୍ଚିତ କରିଛି। ତାଙ୍କ କହିବା କଥା ଯେ ପାକିସ୍ତାନ ଯିବାକୁ ବୈଦେଶିକ ମନ୍ତ୍ରଣାଳୟ ଅନୁମତି ଦେଇ ନଥିବା ବେଳେ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବାକୁ ପରାମର୍ଶ ଦେଇଥିଲା। ଏଥିଯୋଗୁ ନଭେମ୍ବର ୨୩ରୁ ଡିସେମ୍ବର ୩ ଯାଏ ପାକିସ୍ତାନରେ ହେବାକୁ ଥିବା ଦୃଷ୍ଟିହୀନ ଟି-୨୦ ବିଶ୍ୱକପରୁ ଭାରତୀୟ ଟିମ ଓହରି ଯାଇଥିବା ସେ କହିଛନ୍ତି।

Advertisment

ତେବେ ଏଯାଏ ଅନୁମତି ମନା ସଂକ୍ରାନ୍ତ ଚିଠି ଆଇବିସିଏ ପାଖରେ ପହଞ୍ଚି ନାହିଁ। କେବଳ ମୌଖିକ ଭାବେ ସେମାନଙ୍କୁ ଅନୁମତି ମିଳି ନଥିବା ମନ୍ତ୍ରଣାଳୟ କହିଛି।

ଯାଦବ କହିଛନ୍ତି, “ଆମେ ପ୍ରାୟ ୨୫ ଦିନ ହେବ ପାକିସ୍ତାନ ଯିବା ପାଇଁ ସରକାରଙ୍କ ଅପେକ୍ଷାରେ ରହିଥିଲୁ। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଥିବାରୁ ଆମେ ଆଉ ଅପେକ୍ଷା କରିପାରିବୁ ନାହିଁ। ଏନେଇ ମୁଁ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଫୋନରେ କଥା ହୋଇଥିଲି। ଅଧିକାରୀ ଜଣଙ୍କ ପାକିସ୍ତାନ ଯିବାକୁ ଅନୁମତି ମିଳିପାରିବ ନାହିଁ କହିବା ସହ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବାକୁ କହିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଖୁବଶୀଘ୍ର ଏନେଇ ଗୋଟିଏ ଚିଠି ମଧ୍ୟ ଜାରି କରାଯିବ। ଚିଠି ଏଯାଏ ଆସିନି। କିନ୍ତୁ ଆମେ ଆଲୋଚନା ପରେ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛୁ।”

ଯାଦବଙ୍କ କହିବା କଥା ଭାରତ ବ୍ୟତୀତ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଭଳି ଦେଶ ମଧ୍ୟ ପାକିସ୍ତାନରେ ଆୟୋଜିତ ଦୃଷ୍ଟିହୀନ ଟି-୨୦ ବିଶ୍ୱକପରେ ସାମିଲ ହେଉ ନାହାନ୍ତି।

ଭାରତ ହେଉଛି ଦୃଷ୍ଟିହୀନ ଟି-୨୦ ବିଶ୍ୱକପର ଡିଫେଣ୍ଡିଂ ଚାମ୍ପିୟନ। ଭାରତୀୟ ଟିମ ଟି-୨୦ ବିଶ୍ୱକପର ସମସ୍ତ ୩ଟି ଯାକ ସଂସ୍କରଣରେ ଚାମ୍ପିୟନ ହୋଇଛି। ୨୦୧୨, ୨୦୧୭ ଓ ୨୦୨୨ରେ ଦଳ ବିଶ୍ୱକପ ଜିତିଥିଲା। ୨୦୨୨ ବିଶ୍ୱକପ ଫାଇନାଲରେ ଭାରତୀୟ ଟିମ ୧୨୦ ରନରେ ବାଂଲାଦେଶକୁ ହରାଇ ବେଙ୍ଗାଲୁରୁରେ ଚାମ୍ପିୟନ ହୋଇଥିଲା।

Cricket Pakistan T20 World Cup India Blind World Cup T20 Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe