Advertisment

ଲଢ଼ିଲେ ୱେଲାଲାଗେ, କିନ୍ତୁ ଏସିଆ କପ୍‌ ଫାଇନାଲରେ ଭାରତ

ଭାରତ ୪୧ ରନରେ ମ୍ୟାଚ୍‌ ଜିତି ଏସିଆ କପ ଫାଇନାଲରେ ପ୍ରବେଶ କରିଛି।

Match

Match

Advertisment

ଶ୍ରୀଲଙ୍କାକୁ ଜିତାଇବା ପାଇଁ ଯୁବ ତାରକା ଦୁନିଥ ୱାଲାଲାଗେ ସବୁ ପ୍ରକାରର ଚେଷ୍ଟା କଲେ। ବୋଲିଂରେ ୫ ୱିକେଟ ଦଖଲ କରିବା ସହ ଶେଷ ଯାଏ ୪୨ ରନ କରି ଅପରାଜିତ ରହିଲେ। କିନ୍ତୁ ଶ୍ରୀଲଙ୍କାର ଆଉ କୌଣସି ବ୍ୟାଟର ତାଙ୍କୁ ସାଥ ଦେଲେନି।

Advertisment

ଶେଷରେ ଭାରତ ୪୧ ରନରେ ମ୍ୟାଚ୍‌ ଜିତି ଏସିଆ କପ ଫାଇନାଲରେ ପ୍ରବେଶ କରିଛି। ଅବଶ୍ୟ ୧୫ ତାରିଖରେ ଦଳ ବାଂଲାଦେଶକୁ ସୁପର ୪ର ଶେଷ ମ୍ୟାଚ୍‌ରେ ଭେଟିବ। କିନ୍ତୁ ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇ ଭାରତ ୧୭ ତାରିଖ ଫାଇନାଲ ପାଇଁ ଟିକେଟ ହାସଲ କରି ନେଇଛି।

ଭାରତ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୧୩ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୫୩ ରନ କରିଥିବା ବେଳେ ରାହୁଲ ୩୯ ଓ ଈଶାନ କିଶନ ୩୩ ରନ ଇନିଂସ ଖେଳିଥିଲେ। ତେବେ ଭଲ ଆରମ୍ଭ ସତ୍ତ୍ୱେ ଭାରତ ବଡ଼ ସ୍କୋର କରି ପାରି ନଥିଲା। ୱେଲାଲାଗେ ଓ ଚରିଥା ଅସଲଙ୍କା ଭାରତୀୟ ବ୍ୟାଟିଂ ଲାଇନକୁ ଅପକୁ ଛିନଛତ୍ର କରି ଦେଇଥିଲେ। ୱେଲାଲାଗେ ୫ ଓ ଅସଲଙ୍କା ୪ ୱିକେଟ ଦଖଲ କରିଥିଲେ।

Advertisment

୨୧୪ ରନର ଟାର୍ଗେଟ ପାଇଥିବା ଶ୍ରୀଲଙ୍କା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ୨୫ ରନ ଭିତରେ ଶ୍ରୀଲଙ୍କାର ୩ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ବୁମ୍ରା ଦୁଇଟି ଓ ସିରାଜ ଗୋଟିଏ ସଫଳତା ପାଇଥିଲେ। ଏହାପରେ ସଦୀରା ସମରାବିକ୍ରମା(୧୭) ଓ ଅସଲଙ୍କା(୨୨) ଲଢ଼େଇ କରିଥିଲେ।

କିନ୍ତୁ କୁଲଦୀପ ଏମାନଙ୍କୁ ଆଉଟ କରି ଭାରତର କମବ୍ୟାକ କରାଇଥିଲେ। ଇତି ମଧ୍ୟରେ ଶ୍ରୀଲଙ୍କାର ଅଧିନାୟକ ଦସୁନ ଶଣକା(୯)ଙ୍କୁ ରବୀନ୍ଦ୍ର ଜାଡେଜା ପ୍ୟାଭିଲିୟନ ପଠାଇ ଦେଇଥିଲେ। ୯୯ ରନରେ ୬ ୱିକେଟ ହରାଇ ଶ୍ରୀଲଙ୍କା ସଙ୍କଟରେ ପଡ଼ିଥିଲା।

ଲାଗୁଥିଲା ଦଳ ୧୨୦ରୁ ୧୩୦ ରନ ମଧ୍ୟରେ ଅଲଆଉଟ ହୋଇଯିବ। କିନ୍ତୁ ୱାଲାଲାଗେ ଓ ଧନଞ୍ଜୟ ଡି’ସିଲଭା ଲଢ଼େଇ କରିଥିଲେ। ଉଭୟ ୭ମ ୱିକେଟ ପାଇଁ ୬୧ ରନର ଭାଗିଦାରୀ କରି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ବିଶେଷ କରି ୱାଲାଲାଗେଙ୍କ ବ୍ୟାଟର ଆଖି ଦୃଶିଆ ଶଟ ସବୁ ଦେଖିବାକୁ ମିଳିଥିଲା।

ତେବେ ଦଳୀୟ ସ୍କୋର ୧୬୨ ଥିବା ବେଳେ ୪୧ ରନ କରିଥିବା ଡି’ସଲଭାଙ୍କୁ ଜାଡେଜା ଆଉଟ କରି ପୂରା ମ୍ୟାଚ୍‌ରେ ଟ୍ୱିଷ୍ଟ ଆଣିଥିଲେ। ତଥାପି ୱେଲାଲାଗେ କ୍ରିଜ୍‌ରେ ଥିବାରୁ ମ୍ୟାଚ୍‌ର ମୋଡ଼ ଶ୍ରୀଲଙ୍କା ଆଡ଼କୁ ଯାଇପାରେ ବୋଲି କୁହାଯାଉଥିଲା। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ୨ ରନ କରିଥିବା ତିକଶାନାଙ୍କୁ ଆଉଟ କରିଥିଲେ।

୪୧ ତମ ଓଭର ବୋଲିଂ କରିବାକୁ ଆସିଥିଲେ କୁଲଦୀପ ଯାଦବ। ସେ ପ୍ରଥମ ବଲରେ କସୁନ ରଜିଥା ଓ ତୃତୀୟ ବଲରେ ପଥିରାଣାଙ୍କୁ ଆଉଟ କରି ଶ୍ରୀଲଙ୍କା ଇନିଂସକୁ ୧୭୨ ରନରେ ଅଟକାଇ ଦେଇଥିଲେ। ୱେଲାଲାଗେ ନନ ଷ୍ଟ୍ରାଇକ ଏଣ୍ଡରେ ଶେଷ ଯାଏ ୪୨ ରନ କରି ରହି ଯାଇଥିଲେ। ତାଙ୍କୁ ଷ୍ଟ୍ରାଇକ ହିଁ ମିଳି ନଥିଲା। ଭାରତ ୪୧ ରନରେ ମ୍ୟାଚ୍‌କୁ ଜିତି ସିଧାସଳଖ ଫାଇନାଲରେ ପ୍ରବେଶ କରିଛି।

ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ବୁମ୍ରା ଓ ଜାଡେଜା ୨ଟି ଲେଖାଏ ସଫଳତା ପାଇଛନ୍ତି। ପାଣ୍ଡ୍ୟା ଓ ସିରାଜ ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି।

Asia Cup Cricket Asia Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe