Advertisment

ଅଣ୍ଡର୍-୧୯ ବିଶ୍ୱକପ୍: ବଡ଼ ବିଜୟ ସହ କ୍ୱାର୍ଟରରେ ଭାରତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ଚାଲିଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପରେ ଭାରତୀୟ ୧୯ ବର୍ଷରୁ କମ୍ ଟିମ୍ ଜବରଦସ୍ତ ପ୍ରଦର୍ଶନ ଜାରି ରଖି କ୍ୱାର୍ଟର୍ ଫାଇନାଲରେ ସ୍ଥାନ ପକ୍କା କରିଛି। ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଆୟର୍ଲ୍ୟାଣ୍ଡକୁ ୧୭୪ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ବୁ‍ଧବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଗ୍ରୁପ୍-ବି’ର ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୭ ରନ୍ କରିଥିଲା। ଜବାବରେ ଆୟର୍ଲ୍ୟାଣ୍ଡ […]

ଅଦ୍ୟତନ ହୋଇଛି
ଅଣ୍ଡର୍-୧୯ ବିଶ୍ୱକପ୍: ବଡ଼ ବିଜୟ ସହ କ୍ୱାର୍ଟରରେ ଭାରତ

india-u19

Advertisment

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ଚାଲିଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପରେ ଭାରତୀୟ ୧୯ ବର୍ଷରୁ କମ୍ ଟିମ୍ ଜବରଦସ୍ତ ପ୍ରଦର୍ଶନ ଜାରି ରଖି କ୍ୱାର୍ଟର୍ ଫାଇନାଲରେ ସ୍ଥାନ ପକ୍କା କରିଛି। ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଆୟର୍ଲ୍ୟାଣ୍ଡକୁ ୧୭୪ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି।

Advertisment

ବୁ‍ଧବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଗ୍ରୁପ୍-ବି’ର ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୭ ରନ୍ କରିଥିଲା। ଜବାବରେ ଆୟର୍ଲ୍ୟାଣ୍ଡ ୩୯ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୩୩ ରନ୍ କରିବାକୁ ସକ୍ଷମ ହୋଇଥିଲା।

ଭାରତ ତା’ର ନିୟମିତ କ୍ୟାପଟେନ୍ ୟଶ ଧୂଲ ଓ ଷ୍ଟାର୍ ବ୍ୟାଟର୍ ଶେକ୍ ରଶିଦଙ୍କ ବିନା ମଇଦାନକୁ ଓହ୍ଲାଇଥିଲା। ଦୁହେଁ ଆଇସୋଲେସନରେ ଥିବାରୁ ଏହି ମ୍ୟାଚ୍ ଖେଳିପାରିନଥିଲେ। ୟଶଙ୍କ ଅନୁପସ୍ଥିତିରେ ନିଶାନ୍ତ ସିନ୍ଧୁ ଟିମର ନେତୃତ୍ୱ ନେଇଥିଲେ। ଭାରତ ପକ୍ଷରୁ ଦୁଇ ଓପ୍ନର ଅଙ୍ଗକ୍ରିଶ ରଘୁବଂଶୀ ଓ ହରନୁର୍ ସିଂହ ପ୍ରଥମ ୱିକେଟ୍ ପାଇଁ ୧୬୪ ରନ୍ ଯୋଡ଼ିଥିଲେ। ତେବେ ଦୁଇ ଓପ୍ନରଙ୍କ ଆଉଟ୍ ପରେ ଭାରତର ରନ୍ ଗତି ହ୍ରାସ ପାଇଥିଲେ। ହେଲେ ରାଜବର୍ଦ୍ଧନ ହଙ୍ଗରଗେକର ଶେଷ ଆଡ଼କୁ ଦ୍ରୁତ ରନ୍ କରି ଭାରତର ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ।

Advertisment

https://twitter.com/BCCI/status/1483889791074959361?s=20

ଭାରତ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହରନୁର ସର୍ବାଧିକ ୮୮ (୧୦୧ ବଲ, ୧୨ ଚୌକା), ରଘୁବଂଶୀ ୭୯ ବଲରେ ୭୯ (୧୦ ଚୌକା, ୨ ଛକା), ରାଜ ବାୱା ୪୨ ଓ ନିଶାନ୍ତ ୩୬ ରନ୍ କରିଥିଲେ। ହଙ୍ଗରଗେକର୍ ମାତ୍ର ୧୭ ବଲରେ ୧ ଚୌକା ଓ ୫ ଛକା ସହ ଦ୍ରୁତ ୩୯ ରନର ଅପରାଜିତ ଇନିଂସ୍ ଖେଳିଥିଲେ। ଆୟର୍ଲ୍ୟାଣ୍ଡ ପକ୍ଷରୁ ମୁଜାମିଲ୍ ଶେରଜାଦ୍ ୩ଟି ୱିକେଟ୍ ନେଇଥିଲେ।

୩୦୮ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ଆୟର୍ଲ୍ୟାଣ୍ଡ ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲା। ଦଳ ପକ୍ଷରୁ ସ୍କଟ୍ ମ୍ୟାକବେଥ୍ ସର୍ବାଧିକ ୩୨, ଜୋଶୁଆ କକ୍ସ ୨୮, କ୍ୟାପଟେନ୍ ଟିମ୍ ଟେକ୍ଟର୍, ନେଥନ୍ ମ୍ୟାକଗୁଇର୍ ୧୪ ଓ ମାଥ୍ୟୁ ହମ୍ପରେସ୍ ଅପରାଜିତ ୧୬ ରନ୍ କରିଥିଲେ। ଭାରତ ପକ୍ଷରୁ ଗର୍ବ ସାଙ୍ଗୱାନ୍, ଅନୀଶ୍ୱର ଗୌତମ ଓ କୌଶଲ ତାମ୍ବେ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe