Advertisment

T20 World Cup: ସେମିରେ ଗର୍ଜିଲା ସାମସନଙ୍କ ବ୍ୟାଟ୍‌, ଫାଇନାଲ ପାଇଁ ଇଂଲଣ୍ଡକୁ ୨୫୪ ରନର ଟାର୍ଗେଟ

ଇଂଲଣ୍ଡକୁ ମୁମ୍ବାଇର ୱାଙ୍ଖଡେରେ ଜିତି ଫାଇନାଲ ଟିକେଟ ପାଇଁ ଦରକାର ୨୫୪ ରନ। ମୁମ୍ବାଇରେ ଚେଜ ସହଜ ହୋଇଥିବା ବେଳେ କାକର ପଡ଼ିବାର ଆଶଙ୍କା ରହିଛି। ତେଣୁ ଭାରତୀୟ ବୋଲରଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

author-image
Hemant Lenka
Samson

ସାମସନ ଓ କିଶନ

ଚଳିତ ଟି-୨୦ ବିଶ୍ୱକପ(T20 World Cup)ସେମି ଫାଇନାଲରେ ଗର୍ଜିଛି ସଞ୍ଜୁ ସାମସନଙ୍କ ବ୍ୟାଟ୍‌। ସାମସନଙ୍କ ବିସ୍ଫୋରକ ୮୯ ଓ ଶିବମ ଦୁବେଙ୍କ ୪୩ ରନ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୨୫୩ ରନ କରିଛି। ଫଳରେ ଇଂଲଣ୍ଡକୁ ମୁମ୍ବାଇର ୱାଙ୍ଖଡେରେ ଜିତି ଫାଇନାଲ ଟିକେଟ ପାଇଁ ଦରକାର ୨୫୪ ରନ। ମୁମ୍ବାଇରେ ଚେଜ ସହଜ ହୋଇଥିବା ବେଳେ କାକର ପଡ଼ିବାର ଆଶଙ୍କା ରହିଛି। ତେଣୁ ଭାରତୀୟ ବୋଲରଙ୍କ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Advertisment

ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପୁଣି ଦ୍ୱିତୀୟ ଓଭରରେ ଅଭିଷେକ ଶର୍ମା(୯)ଙ୍କୁ ହରାଇଥିଲେ। ୱିଲ ଜ୍ୟାକ୍ସଙ୍କୁ ବଡ଼ ଶଟ ଖେଳିବାକୁ ଯାଇ ଅଭିଷେକ ଆଉଟ ହୋଇଥିଲେ। ଏତିକି ବେଳେ ସାମସନ ଓ ଈଶାନ କିଶନ ନିଜର ଜଲୱା ଦେଖାଇଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ସୁପର ୮ ମ୍ୟାଚ୍‌ରେ ଅପରାଜିତ ୯୭ ରନ କରିଥିବା ସାମସନ ଆରମ୍ଭରୁ ଆଟାକିଂ ଶଟ ଖେଳିଥିଲେ।

ଅବଶ୍ୟ ହ୍ୟାରୀ ବ୍ରୁକ ତାଙ୍କର ଗୋଟିଏ କ୍ୟାଚ୍‌ ଛାଡ଼ିଥିଲେ। ଏହାପରେ କିନ୍ତୁ ସାମସନ ଆଉ କିଛି ଶୁଣି ନଥିଲେ। ସେ ବଡ଼ବଡ଼ ଶଟ ଖେଳି ମାତ୍ର ୨୬ ବଲରେ ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ପରେ ସେ ଗିୟର ବଦଳାଇଥିଲେ। କିଶନ ମଧ୍ୟ ବଡ଼ ଶଟ ଖେଳିଥିଲେ। ଉଭୟ ୯.୩ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୧୧୭ରେ ପହଞ୍ଚାଇ ଦେଇଥିଲେ।

Advertisment

ଏତିକି ବେଳେ ୧୮ ବଲରେ ୩୯ ରନର ଇନିଂସ ଖେଳିଥିବା କିଶନଙ୍କୁ ଆଦିଲ ରଶିଦ ଆଉଟ କରି ଦେଇଥିଲେ। ସାମସନଙ୍କ ୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ଶିବମ ଦୁବେ ତୃତୀୟ ୱିକେଟ ପାଇଁ ୩୭ ରନ ଯୋଡ଼ିଥିଲେ। ସାମସନ ମଧ୍ୟ ନିଜ ଶତକ ଆଡ଼କୁ ଯାଉଥିଲେ। କିନ୍ତୁ ୧୪ତମ ପ୍ରଥମ ବଲରେ ଜ୍ୟାକ୍ସ ତାଙ୍କୁ ଆଉଟ କରି ଦେଇଥିଲେ। ସାମସନ ୪୨ ବଲରେ ୮୯ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୭ଟି ଛକା ଓ ୮ଟି ଛକା ମାରିଛନ୍ତି।

ଆଜି ୫ନଂରେ ବ୍ୟାଟିଂ କରିବାକୁ ଆସିଥିବା ସୂର୍ଯ୍ୟ କୁମାର ମାତ୍ର ୧୧ ରନ ହିଁ କରିଛନ୍ତି। ସେ ୧୬ତମ ଓଭରରେ ଆଉଟ ହେବା ବେଳକୁ ଦଳୀୟ ସ୍କୋର ୧୯୦ ରହିଥିଲା। ଏହାପରେ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିଥିଲେ। ଉଭୟ ୧୭ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୨୧୧ରେ ପହଞ୍ଚାଇ ଦେଇଥିଲେ।

କିନ୍ତୁ ୧୮ତମ ଓଭର ତୃତୀୟ ବଲରେ ପାଣ୍ଡ୍ୟାଙ୍କ ସହ ତାଳମେଳ ଅଭାବରୁ ଦୁବେ ୨୫ ବଲରେ ୪୩ ରନ କରି ରନ ଆଉଟ ହୋଇଯାଇଥିଲେ। ଦୁବେ ତାଙ୍କ ଇନିଂସରେ ୪ଟି ଛକା ଓ ଗୋଟିଏ ଚୌକା ମାରିଛନ୍ତି। ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ତିଳକ ବର୍ମା। ହେଲେ ସାମ କୁରାନଙ୍କ ୪ର୍ଥ ବଲରେ କ୍ୟାଚ ଦେଇଥିଲେ ହେଁ ଏହାକୁ ଟମ ବାଣ୍ଟନ ଧରି ପାରି ନଥିଲେ। ପରବର୍ତ୍ତୀ ବଲରେ ତିଳକ ବର୍ମା ଦୁଇ ରନ ନେଇଥିଲେ। ଶେଷ ବଲରେ ୧ ରନ ହେବାରୁ ୧୮ ଓଭର ଶେଷ ସୁଦ୍ଧା ଭାରତ ୫ ୱିକେଟରେ ୨୧୭ ରନ କରିପାରିଥିଲା। 

୧୯ତମ ଓଭର ନେଇ ଆସିଥିଲେ ଜୋଫ୍ରା ଆର୍ଚର। ତାଙ୍କର ପ୍ରଥମ ବଲରେ ତିଳକ ବର୍ମା ଛକା ମାରିଥିଲେ। ଦ୍ୱିତୀୟ ବଲ ଡଟ ହୋଇଥିଲା। ତୃତୀୟ ବଲରେ ସେ ପୁଣି ଗୋଟିଏ ଛକା ମାରିଥିଲେ। ୪ର୍ଥ ବଲରେ ତିଳକ ବର୍ମାଙ୍କୁ ପୁଣି ଗୋଟିଏ ଛକା ମିଳିଥିଲା। ଲଗାତର ୨ଟି ଛକା ପରେ ଆର୍ଚର ୱାଇଡ ପକାଇଥିଲେ। କିନ୍ତୁ ଓଭରର ୫ମ ବଲରେ ସେ ତିଳକ ବର୍ମାଙ୍କ ବୋଲ୍ଡ କରି ଦେଇଥିଲେ। ତିଳକ ୭ ବଲରେ ୨୧ ରନର ଇନିଂସ ଖେଳି ଆଉଟ ହୋଇଛନ୍ତି। ୧୯ତମ ଓଭରର ଶେଷ ବଲରେ ଅକ୍ଷର ପଟେଲ ୧ ରନ ହିଁ ରହିଥିଲେ। ଏହି ଓଭରରେ ଭାରତକୁ ୨୦ ରନ ମିଳିଥିଲା। 

ସମସ୍ତଙ୍କୁ ଚକିତ କରି ଶେଷ ଓଭର ନେଇ ଆସିଥିଲେ ଜ୍ୟାକ୍ସ। ପ୍ରଥମ ବଲରେ ସେ ଅକ୍ଷର ପଟେଲଙ୍କୁ ମାତ୍ର ୧ ରନ ଦେଇଥିଲେ। ପରବର୍ତ୍ତୀ ବଲରେ ପ୍ୟାଣ୍ଡ୍ୟା ୬କା ମାରିଥିଲେ।  ତୃତୀୟ ବଲରେ ୧ ରନ ସୁଯୋଗ ଦେଇଥିଲେ ହେଁ ପାଣ୍ଡ୍ୟା ନିଜ ପାଖରେ ଷ୍ଟ୍ରାଇକ ରଖିଥିଲେ। ୪ର୍ଥ ବଲରେ ଛକା ମାରି ଦଳୀୟ ସ୍କୋରକୁ ୨୫୦ରେ ପହଞ୍ଚାଇଥିଲେ। ୫ମ ବଲରେ ୨ ରନ ନେବାକୁ ଯାଉ ରନ ଆଉଟ ହୋଇଥିଲେ ପାଣ୍ତ୍ୟା। ସେ ୧୨ ବଲରେ ୨୭ ରନ କରିଛନ୍ତି। ଶେଷ ବଲର ସାମ୍ନା କରିବାକୁ ଆସିଥିଲେ ବରୁଣ ଚକ୍ରବର୍ତ୍ତୀ। ବାଇରେ ୨ ରନ ମିଳିବାରୁ ଭାରତ ୭ ୱିକେଟ ହରାଇ ୨୫୩ ରନ କରିଛି। 

T20 World Cup