Advertisment

ପଦାର୍ପଣରେ ଧମାକା କଲେ ଶ୍ରେୟସ ଆୟର୍, ଟିମ୍ ଇଣ୍ଡିଆ ୨୫୮/୪

କାନପୁର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଦମ୍ ଦେଖାଇଛନ୍ତି ଡେବ୍ୟୁଟାଣ୍ଟ ଶ୍ରେୟସ୍ ଆୟର। ଆୟରଙ୍କ ଲଢ଼ୁଆ ଇନିଂସ୍ ବଳରେ ଭାରତ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୨୫୮ ରନ୍ କରିଛି। ଭାରତ ପାଇଁ ଆଜି ଆୟରଙ୍କ ବ୍ୟତୀତ ଶୁବମନ୍ ଗିଲ୍ ଓ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକ ମାରିଛନ୍ତି। ତେବେ ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ଅନ୍ତରୀଣ କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେ ନିରାଶ କରିଛନ୍ତି। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପଦାର୍ପଣରେ ଧମାକା କଲେ ଶ୍ରେୟସ ଆୟର୍, ଟିମ୍ ଇଣ୍ଡିଆ ୨୫୮/୪

ind

କାନପୁର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଦମ୍ ଦେଖାଇଛନ୍ତି ଡେବ୍ୟୁଟାଣ୍ଟ ଶ୍ରେୟସ୍ ଆୟର। ଆୟରଙ୍କ ଲଢ଼ୁଆ ଇନିଂସ୍ ବଳରେ ଭାରତ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୪ ୱିକେଟ୍ ହରାଇ ୨୫୮ ରନ୍ କରିଛି। ଭାରତ ପାଇଁ ଆଜି ଆୟରଙ୍କ ବ୍ୟତୀତ ଶୁବମନ୍ ଗିଲ୍ ଓ ରବୀନ୍ଦ୍ର ଜାଡେଜା ଅର୍ଦ୍ଧଶତକ ମାରିଛନ୍ତି। ତେବେ ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ଅନ୍ତରୀଣ କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେ ନିରାଶ କରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଶ୍ରେୟସ ୭୫ (୧୩୬ ବଲ୍, ୭ ଚୌକା, ୨ ଛକା) ଓ ଜାଡେଜା ୫୦ (୧୦୦ ବଲ୍, ୬ ଚୌକା) ରନ୍ କରି ଅପରାଜିତ ଅଛନ୍ତି।

Advertisment

ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଟସ୍ ଭାରତ ସପକ୍ଷରେ ଯାଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତକୁ ଆରମ୍ଭରୁ ଝଟକା ଲାଗିଥିଲା। ରୋହିତ୍ ଶର୍ମାଙ୍କ ସ୍ଥାନ ଓପନ୍ କରୁଥିବା ମୟଙ୍କ ଅଗ୍ରୱାଲ୍ ସୁଯୋଗର ଫାଇଦା ଉଠାଇପାରି ନଥିଲେ। ସେ ବ୍ୟକ୍ତିଗତ ୧୩ ରନ୍ କରିଥିବା ବେଳେ କାଇଲ୍ ଜେମିସନଙ୍କ ଶିକାର ହୋଇଥିଲେ। ତେବେ ଅନ୍ୟତମ ଓପ୍ନର ଶୁବମନ୍ ଗିଲ୍ ଓ ପୂଜାରା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଦୁହେଁ ମଧ୍ୟାହ୍ନ ଭୋଜନ୍ ବିରତି ସୁଦ୍ଧା ଭାରତକୁ ଆଉ କ୍ଷତି ସହିବାକୁ ଦେଇନଥିଲେ।

https://twitter.com/BCCI/status/1463828858898030598?s=20

ଦ୍ୱିତୀୟ ସେସନରେ ଭାରତର ବ୍ୟାଟିଂ ଲାଇନ୍ ଉପରେ ପୁଣି ଅଙ୍କୁଶ ଲଗାଇଥିଲେ ଜେମିସନ୍। ଅର୍ଦ୍ଧଶତକ ମାରିବା ପରେ ଗିଲ୍ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲେ। ସେ ୫୨ (୯୩ ବଲ୍, ୫ ଚୌକା, ୧ ଛକା) ରନ୍ କରି ଜେମିସନଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଆଉଟ୍ ଅଫ୍ ଫର୍ମରେ ଥିବା ପୂଜାରା (୨୬) ମଧ୍ୟ ଆଶାନୁରୂପ ବ୍ୟାଟିଂ କରିନପାରି ଟିମ୍ ସାଉଦୀଙ୍କ ଶିକାର ହୋଇଥିଲେ। କ୍ୟାପଟେନ୍ ରାହାଣେ ଭଲ ଟଚରେ ଥିବା ଦେଖିବାକୁ ମିଳିଥିଲା। ସେ ଧୀରେ ଧୀରେ ନିଜ ଇନିଂସକୁ ଆଗକୁ ବଢ଼ାଉଥିଲେ, ହେଲେ ତାଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ ଜେମିସନ୍। ଜେମିସନଙ୍କ ଇନ୍ ସୁଇଂ ବଲକୁ ଖେଳିବାକୁ ଯାଇ ରାହାଣେ ବୋଲ୍ଡ ହୋଇଥିଲେ। ରାହାଣେ ୬୩ ବଲର ସାମ୍ନା କରି ୬ ଚୌକା ସହ ୩୫ ରନ୍ କରିଥିଲେ।

Advertisment

https://twitter.com/BCCI/status/1463824732743155714?s=20

୧୪୫ ରନରେ ୪ ୱିକେଟ୍ ହରାଇଥିବା ଭାରତକୁ ବିପଦରୁ ବାହାର କରିଥିଲେ ଆୟର୍ ଓ ଜାଡେଜା। ଚା’ପାନ ବିରତି ସୁଦ୍ଧା ଭାରତ ୪ ୱିକେଟରେ ୧୫୪ ରନ୍ କରିଥିଲେ। ତେବେ ତୃତୀୟ ସେସନରେ ଆୟର୍ ଓ ଜାଡେଜା ଜବରଦସ୍ତ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କୁ ଗୋଟିଏ ବି ସଫଳତା ଦେଇନଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ଅବିଭାଜିତ ୧୧୩ ରନର ଭାଗିଦାରୀ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଜେମିସନ୍ ୩ଟି ଓ ସାଉଦୀ ଗୋଟିଏ ୱିକେଟ୍ ନେଇଥିଲେ।