Advertisment

Asia Cup: ଚର୍ଚ୍ଚା ଜୋରସୋର, ପାକିସ୍ତାନ ‘ଟ୍ରଫି ଚୋର୍‌’

ଫାଇନାଲ ଜିତିବା ପରେ ବି ଭାରତକୁ ମିଳିଲାନି ଟ୍ରଫି। ଭାରତ ଏସିଆ କପ ଜିତିଥିଲେ ହେଁ ଟ୍ରଫି ନେଇ ପଳାଇଛି ଚୋର ପାକିସ୍ତାନ। ଏସିଆ କପ ଟ୍ରଫି ସହ ବିଜୟୀ ଦଳର ମେଡାଲକୁ ମଧ୍ୟ ପାକିସ୍ତାନ ଚୋରି କରି ନେଇ ଯାଇଛି। ଭାରତକୁ ଏସିଆ କପରେ ହରାଇବାକୁ ତ ସକ୍ଷମ ହେଲାନି ପାକିସ୍ତାନ।

Asia-Cup

ବିନା ଟ୍ରଫିରେ ସେଲିବ୍ରେସନ

Advertisment

ଆତଙ୍କୀସ୍ତାନ ପରେ ଟ୍ରଫି ଚୋର ସାଜିଲା ପାକିସ୍ତାନ। ଫାଇନାଲ ଜିତିବା ପରେ ବି ଭାରତକୁ ମିଳିଲାନି ଟ୍ରଫି। ଭାରତ ଏସିଆ କପ ଜିତିଥିଲେ ହେଁ ଟ୍ରଫି ନେଇ ପଳାଇଛି ଚୋର ପାକିସ୍ତାନ। ଏସିଆ କପ ଟ୍ରଫି ସହ ବିଜୟୀ ଦଳର ମେଡାଲକୁ ମଧ୍ୟ ପାକିସ୍ତାନ ଚୋରି କରି ନେଇ ଯାଇଛି। ଭାରତକୁ ଏସିଆ କପରେ ହରାଇବାକୁ ତ ସକ୍ଷମ ହେଲାନି ପାକିସ୍ତାନ। କିନ୍ତୁ ଏସିଆ କପ ଟ୍ରଫି ଧରି ଚାଲିଗଲେ ପାକିସ୍ତାନ କ୍ରିକେଟର ବୋର୍ଡର ଅଧ୍ୟକ୍ଷ ମୋହଶିନ ନକଭୀ।

Advertisment

ଭାରତ ଏସିଆ(Asia Cup) ଦଖଲ କରିଥିଲେ ହେଁ ଭାରତକୁ ମିଳିନି ଟ୍ରଫି କିମ୍ବା ମେଡାଲ। କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ଏମିତି ଏକ ଘଟଣା ଘଟିଛି। ଯେଉଁଠି ଚାମ୍ପିୟନ ଟିମକୁ ମିଳିନି ବିଜୟୀ ଟ୍ରଫି। ମୋହଶିନ ନକଭୀ ପିସିବି ମୁଖ୍ୟ ସହ ଏସିଆନ କ୍ରିକେଟ କାଉନସିଲର ଅଧ୍ୟକ୍ଷ। ତାଙ୍କ ଇଚ୍ଛା ଥିଲା ପାକିସ୍ତାନ ଟ୍ରଫି ଜିତୁ। ହେଲେ ପାକିସ୍ତାନ ଫାଇନାଲରେ ଭାରତ ସାମ୍ନାରେ ଆଣ୍ଠେଇଲା। ଆଉ ଏଥିରେ ରାଗି ଯାଇ ପାକିସ୍ତାନ ନକଭୀ ଟ୍ରଫି ନିଜ ସହ ନେଇ ଚାଲି ଯାଇଛନ୍ତି। ପାକିସ୍ତାନର ଏପରି ହରକତକୁ ସାରା ବିଶ୍ୱରେ ନିନ୍ଦା କରାଯାଇଛି। ଚାରିଆଡ଼େ ପାକିସ୍ତାନକୁ ଟ୍ରଫି ଚୋର ବୋଲି କୁହାଯାଉଛି। 

ପାକିସ୍ତାନ ଟ୍ରଫି ନେଇ ଚାଲି ଯାଇଥିଲେ ହେଁ ଭାରତର ବିଜୟ ସେଲିବ୍ରେସନ ଫିକା ପଡ଼ିନାହିଁ। ଭାରତୀୟ ଟିମ ଓ ସପୋର୍ଟ ଷ୍ଟାଫ ବିନା ଟ୍ରଫିରେ ବି ଷ୍ଟେଜ ଉପରେ ବିଜୟ ଉତ୍ସବ ପାଳିଛନ୍ତି। ଆୟୋଜକ ୟୁଏଇ କ୍ରିକେଟ ବୋର୍ଡ ମଧ୍ୟ ବାଣ ଫୁଟାଇ ଭାରତକୁ ସ୍ୱାଗତ କରିଛି। ଏହାକୁ ଦେଖି ପାକିସ୍ତାନ ଆହୁରି ବିଚଳିତ ହୋଇପଡ଼ିଛି। 

Advertisment

ଭାରତ ବିନା ଟ୍ରଫିରେ ବିଜୟ ଉତ୍ସବ ପାଳୁଥିବାର ଭିଡିଓ ଓ ଫଟୋକୁ ପୂରା ବିଶ୍ୱ ପ୍ରଥମଥର ଦେଖିଛି। ଭାରତୀୟ ଟିମ ଷ୍ଟେଜ ଉପରେ ବିଜୟ ଉତ୍ସବ ପାଳିଥିବା ବେଳେ ପାରମ୍ପରିକ ବିଜୟ ସଙ୍କେତ ନଥିଲା। କୌଣସି ଖେଳାଳି ବିଜୟ ମେଡାଲକୁ ସେମାନଙ୍କ ବେକରେ ପିନ୍ଧି ନଥିଲେ। ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ନିଜ ହାତରେ ବିଜୟ ଟ୍ରଫି ଧରି ନାହାନ୍ତି।

ତଥାପି ସେଲିବ୍ରେସନ ହୋଇଛି। ସାଙ୍କେତିକ ଭାବେ ବିଜୟ ଟ୍ରଫି କ୍ୟାପ୍ଟେନ ସୂର୍ଯ୍ୟ କୁମାର ଖେଳାଳିଙ୍କୁ ଦେଇଛନ୍ତି। ଖେଳାଳିମାନେ ମଧ୍ୟ ସାଙ୍କେତିକ ଭାବେ ଟ୍ରଫି ଓ ମେଡାଲ ଧରିବା ଭଳି ଅଭିନୟ କରି ପାକିସ୍ତାନକୁ(India Vs Pakistan) ଶକ୍ତ ଚାପୁଡ଼ା ଦେଇଛନ୍ତି। 

ବାସ୍ତବରେ ପିସିବି ମୁଖ୍ୟ ମୋହଶିନ ନକଭୀ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିବାର ଥିଲା। ହେଲେ ଭାରତ ଓ ପାକିସ୍ତାନ ସମ୍ପର୍କରେ ତିକ୍ତତା ଲାଗି ରହିଥିବାରୁ ଟିମ ଇଣ୍ଡିଆ ତାଙ୍କ ହାତକୁ ଟ୍ରଫି କିମ୍ବା ମେଡାଲ ଗ୍ରହଣ କରିବାକୁ ମନା କରି ଦେଇଥିଲା। ନକଭୀ ମଧ୍ୟ ମ୍ୟାଚ ପୂର୍ବରୁ ଭାରତ ବିରୋଧରେ ଉତ୍ତେଜନାମୂଳକ ବୟାନ ଦେଇଥିଲେ।

ଖାସ ଏହି କାରଣ ପାଇଁ ତାଙ୍କ ହାତକୁ ଟ୍ରଫି ଗ୍ରହଣ ନ କରିବାକୁ ଭାରତୀୟ ଟିମ ନିଷ୍ପତ୍ତି ନେଇଥିଲା। ଏହା ବଦଳରେ ଭାରତୀୟ ଟିମ ୟୁଏଇ କ୍ରିକେଟ ବୋର୍ଡର ଉପ ସଭାପତି ଖାଲିଦ ଅଲ ଜାରୋନିଙ୍କ ଠାରୁ ବିଜୟ ଟ୍ରଫି ଗ୍ରହଣ କରିବାକୁ ପ୍ରସ୍ତାବ ରଖିଥିଲା। 

କିନ୍ତୁ ଏସିସି ମୁଖିଆ ଭାବେ ନକଭୀ ଏଥିରେ ରାଜି ହୋଇ ନଥିଲେ। ଭାରତୀୟ ଟିମ ଟ୍ରଫି ଗ୍ରହଣ ନ କରିବାରୁ ସେ ନିଜ ହୋଟାଲକୁ ଏହାକୁ ନେଇ ଚାଲି ଯାଇଛନ୍ତି। ଏ ସମ୍ପର୍କରେ ସୂର୍ଯ୍ୟ କୁମାର କହିଛନ୍ତି, “ଆମେ ଦଳ ହିସାବରେ ତାଙ୍କ ଠାରୁ(ମୋହଶିନ ନକଭୀ) ଟ୍ରଫି ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଥିଲୁ। ଆମକୁ ଏପରି କରିବାକୁ କେହି କହି ନଥିଲେ। କିନ୍ତୁ ମୋ ମତରେ ବିଜୟୀ ଦଳ ଟ୍ରଫି ହାତେଇବାକୁ ହକଦାର। ମୁଁ କ୍ରିକେଟକୁ ଜାଣିବା ଦିନ ଠାରୁ ଏପରି ଘଟଣା କେବେ ବି ଦେଖି ନଥିଲି। ବିଜୟୀ ଟିମକୁ ଟ୍ରଫି ନ ମିଳିବା ସମ୍ଭବତଃ ପ୍ରଥମ ଘଟଣା।” 

ମ୍ୟାଚ୍‌ ହାରିଥିଲେ ହେଁ ପାକିସ୍ତାନ ଦଳର ଖେଳାଳି ସେମାନଙ୍କ ରନର୍ସ ଅପ ମେଡାଲ ଗ୍ରହଣ କରିଛନ୍ତି। ଅଭିଷେକ ଶର୍ମା ଓ ତିଲକ ବର୍ମା ଯଥାକ୍ରମେ ମ୍ୟାନ ଅଫ ଦି ସିରିଜ ଓ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଗ୍ରହଣ କରିଥିଲେ। ହେଲେ ସୂର୍ଯ୍ୟ କୁମାର ଯାଦବ ବିଜୟ ଟ୍ରଫି ନେବାକୁ ଆସି ନଥିଲେ। 

ଗୋଟିଏ ସମୟରେ ଟ୍ରଫି ପ୍ରଦାନ ଜିଦରେ ଅଟଳ ଥିବା ନକଭୀଙ୍କୁ ବିରୋଧ ପ୍ରଦର୍ଶନ କରିବାକୁ ଯୋଜନା କରିଥିଲେ। ଏହି ସମୟରେ ଏସିଆନ କ୍ରିକେଟ କାଉନସିଲର ଜଣେ ଅଧିକାରୀ ପଡ଼ିଆରୁ ଟ୍ରଫି ଧରି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା। 

India Vs Pakistan Asia Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe