Advertisment

ଗୋଟିଏ ଦିନରେ ଝଡ଼ିଲା ୧୭ ୱିକେଟ, ଭାରତ ପାଖରେ ୩୦୮ ରନର ଲିଡ୍‌

୧୭ଟି ୱିକେଟ ଝଡ଼ିଥିଲେ ହେଁ ଭାରତ ପ୍ରଥମ ଟେଷ୍ଟରେ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ପ୍ରଥମ ଇନିଂସରେ ଦଳ ୩୭୬ ରନ କରିଥିବା ବେଳେ ଏବେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। ଦ୍ୱିତୀୟ ଇନିଂସରେ ଭାରତ ୩ ୱିକେଟ ହରାଇଥିଲେ ହେଁ ଦଳ ପାଖରେ ୩୦୮ ରନର ଅଗ୍ରଣୀ ରହିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Gill

Gill

ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ୱିକେଟ ବର୍ଷା ହୋଇଛି। ଚେନ୍ନାଇ ଏମଏ ଚିଦାମ୍ବରମରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଝଡ଼ିଛି ୧୭ଟି ୱିକେଟ ଭାରତ।

Advertisment

୧୭ଟି ୱିକେଟ ଝଡ଼ିଥିଲେ ହେଁ ଭାରତ ପ୍ରଥମ ଟେଷ୍ଟରେ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ପ୍ରଥମ ଇନିଂସରେ ଦଳ ୩୭୬ ରନ କରିଥିବା ବେଳେ ଏବେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛି। ଦ୍ୱିତୀୟ ଇନିଂସରେ ଭାରତ ୩ ୱିକେଟ ହରାଇଥିଲେ ହେଁ ଦଳ ପାଖରେ ୩୦୮ ରନର ଅଗ୍ରଣୀ ରହିଛି।

ପ୍ରଥମ ଇନିଂସରେ ଭାରତ ୩୭୬ ରନ କରିଥିବା ବେଳେ ବାଂଲାଦେଶ କେବଳ ୧୪୯ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତକୁ ୨୨୭ ରନର ବିଶାଳ ଲିଡ୍‌ ମିଳିଥିଲା। ବାଂଲାଦେଶ ପ୍ରଥମ ଇନିଂସରେ ଫଲୋଅନ ଖାଇଥିଲେ ହେଁ ଭାରତ ପୁଣି ବ୍ୟାଟିଂ କରିଥିଲା।

Advertisment

ଦ୍ୱିତୀୟ ଇନିଂସରେ ଦଳ ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ଯାଇ ୩ ବ୍ୟାଟରଙ୍କୁ ହରାଇଛି। ତେବେ ଦ୍ୱିତୀୟ ଦିନର ଷ୍ଟମ୍ପ ସୁଦ୍ଧା ଭାରତର ସ୍କୋର ୮୧ ରନରେ ପହଞ୍ଚି ଯାଇଛି। ଏଥିସହ ଭାରତ ୩୦୮ ରନର ଲିଡ ମଧ୍ୟ ହାସଲ କରି ନେଇଛି। ଷ୍ଟମ୍ପ ଅପସାରଣ ବେଳରକୁ ଶୁବମନ ଗିଲ ୩୩ ଓ ଋଷଭ ପନ୍ତ ୧୨ ରନ କରି ଅପରାଜିତ ରହିଛନ୍ତି। ତୃତୀୟ ଦିନରେ ଉଭୟ ପୁଣି ଭାରତର ଇନିଂସକୁ ଆଗକୁ ନେବେ।

ଆଜି ଦ୍ୱିତୀୟ ଦିନ ଭାରତର ଅସମାପ୍ତ ପ୍ରଥମ ଇନିଂସରୁ ଆରମ୍ଭ ହୋଇଥିଲା। ଭାରତ ୩୩୯/୬ରୁ ଇନିଂସ ଆରମ୍ଭ କରିଥିବା ବେଳେ ୩୭୬ ରନରେ ଅଲଆଉଟ ହୋଇଯାଇଥିଲା। ବାଂଲାଦେଶ ବୋଲର ଆଜି ଲଞ୍ଚ ପୂର୍ବରୁ ଭାରତର ବାକି ୪ ୱିକେଟ ନେଇ ଯାଇଥିଲେ।

ଏହାପରେ ବାଂଲାଦେଶ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। କିନ୍ତୁ ଭାରତୀୟ ବୋଲରଙ୍କୁ ଦଳର ବ୍ୟାଟରମାନେ ସମ୍ମୁଖୀନ ହୋଇପାରି ନଥିଲେ। ଟି ବ୍ରେକ ପରେ ବାଂଲାଦେଶ ସମସ୍ତ ୧୦ ୱିକେଟ ହରାଇ ୧୪୯ ରନରେ ଅଟକି ଯାଇଥିଲା।

ପ୍ରଥମ ଇନିଂସରେ ଭାରତ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି ୩ ଦ୍ରୁତ ବୋଲର। ଯଶପ୍ରୀତ ବୁମ୍ରା ଏକାକୀ ୪ ୱିକେଟ ନେଇଥିବା ବେଳେ ଆକାଶ ଦୀପ, ମହମ୍ମଦ ସିରାଜ ୨ଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ସ୍ପିନର ରବୀନ୍ଦ୍ର ଜାଡେଜା ମଧ୍ୟ ୨ଟି ୱିକେଟ ନେଇଛନ୍ତି।

ବାଂଲାଦେଶ ଅଲଆଉଟ ହୋଇଯିବାରୁ ଭାରତକୁ ଆଜି ଆଉ ୨୩ ଓଭର ବ୍ୟାଟିଂ କରିବାକୁ ପଡ଼ିଛି। ଏହି ୨୩ ଓଭରରେ ଦଳ ୩ ୱିକେଟ ହରାଇବା ସହ ୮୧ ରନ କରିଛି। ଭାରତ ଆଜି ଅଧିନାୟକ ରୋହିତ ଶର୍ମା(୫), ଯଶସ୍ୱୀ ଜୈସୱାଲ(୧୦) ଓ ବିରାଟ କୋହଲି(୧୭)ଙ୍କୁ ହରାଇଛି।

ତେବେ ପ୍ରଥମ ଇନିଂସରେ ଖାତା ଖୋଲି ପାରିନଥିବା ଶୁବମନ ଗିଲ ଦ୍ୱିତୀୟ ପାଳିରେ ନିଜର ଆଟାକିଂ ଖେଳ ଦେଖାଇଛନ୍ତି। ସେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ଯାଏ ଅପରାଜିତ ରହି ୩୩ ରନର ଇନିଂସ ଖେଳିଛନ୍ତି। ତାଙ୍କ ସହ ଋଷଭ ପନ୍ତ ୧୨ ରନ କରି ରହିଛନ୍ତି।

ବାଂଲାଦେଶ ପକ୍ଷରୁ ଦ୍ୱିତୀୟ ଇନିଂସରେ ତସ୍କିନ ଅହମଦ, ନାହିଦ ରାଣା ଓ ମେହିଦ ହାସନ ମିରାଜ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

Shubman Gill Test Cricket Test Match India Vs Bangladesh