Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ଫାଇନାଲ: ପରାଜୟ ପରେ ଭାରତର ଚିନ୍ତା ବଢ଼ିଲା

ଭାରତ ପ୍ରଥମଥର ପାଇଁ ନ୍ୟୁଜିଲ୍ୟାଣ୍ଡ ଠାରୁ ଘରୋଇ ମାଟିରେ କ୍ରମାଗତ ଟେଷ୍ଟ ହାରିଛି। ସେହିପରି ଅଷ୍ଟ୍ରେଲିଆ(୨୦୦୪) ଓ ଇଂଲଣ୍ଡ (୨୦୧୨) ପରେ ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦେଶ ଭାବେ ଏକବିଂଶ ଶତାବ୍ଦୀରେ ଭାରତକୁ ତା’ ମାଟିରେ ସିରିଜ ହରାଇବାକୁ ସକ୍ଷମ ହୋଇଛି।

Rohit

Rohit

Advertisment

ପୁଣେରେ ଭାରତୀୟ ଟିମ ଅପ୍ରତ୍ୟାଶିତ ଢଙ୍ଗରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୧୧୩ ରନରେ ପରାସ୍ତ ହୋଇଛି। ୨୦୧୨ ପରେ ଦଳ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜ ହାରିଥିବା ବେଳେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ଫାଇନାଲ ପ୍ରବେଶ ମଧ୍ୟ ବିପଦ ମଧ୍ୟକୁ ଠେଲି ହୋଇ ଯାଇଛି।

Advertisment

ଭାରତ ପ୍ରଥମଥର ପାଇଁ ନ୍ୟୁଜିଲ୍ୟାଣ୍ଡ ଠାରୁ ଘରୋଇ ମାଟିରେ କ୍ରମାଗତ ଟେଷ୍ଟ ହାରିଛି। ସେହିପରି ଅଷ୍ଟ୍ରେଲିଆ(୨୦୦୪) ଓ ଇଂଲଣ୍ଡ (୨୦୧୨) ପରେ ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦେଶ ଭାବେ ଏକବିଂଶ ଶତାବ୍ଦୀରେ ଭାରତକୁ ତା’ ମାଟିରେ ସିରିଜ ହରାଇବାକୁ ସକ୍ଷମ ହୋଇଛି।

ସିରିଜ ହାରିବା ଯୋଗୁ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପର ପଏଣ୍ଟ ଟେବୁଲରେ ଭାରତର ବିଜୟ ପ୍ରତିଶତ ପଏଣ୍ଟ ହ୍ରାସ ହୋଇଛି। ସିରିଜ ପୂର୍ବରୁ ଭାରତ ୬୮.୦୬ ବିଜୟ ପ୍ରତିଶତ ସହ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ଥିଲା। ଏବେ ବି ଦଳ ୧ନଂ ସ୍ଥାନରେ ଅଛି ସତ, କିନ୍ତୁ ଦଳର ବିଜୟ ପ୍ରତିଶତ ୬୨.୮୨କୁ ଖସି ଯାଇଛି।

Advertisment

ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ୬୨.୫ ବିଜୟ ପ୍ରତିଶତ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ଫାଇନାଲ ପୂର୍ବରୁ ଭାରତ ପାଖରେ ଆଉ ୬ଟି ଟେଷ୍ଟ ମ୍ୟାଚ୍‌ ରହିଛି। ନଭେମ୍ବର ୧ରେ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦଳ ଶେଷ ଟେଷ୍ଟ ଖେଳିବ। ଏହାପରେ ନଭେମ୍ବର ୨୨ରୁ ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ଅଷ୍ଟ୍ରେଲିଆରେ ଆରମ୍ଭ ହେବ।

ଭାରତ ଏଣିକି ସବୁ ମ୍ୟାଚ୍‌ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଚେତ କ୍ରମାଗତ ତୃତୀୟଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ଟ୍ରଫି ଫାଇନାଲ ଖେଳିବାକୁ ଭାରତ ଦେଖିଥିବା ସ୍ୱପ୍ନ ଅଧା ରହିଯିବ। ଅଷ୍ଟ୍ରେଲିଆ ସହ ସମ୍ଭବତଃ ଶ୍ରୀଲଙ୍କା ଫାଇନାଲ ଖେଳିବ।

କାରଣ ଶ୍ରୀଲଙ୍କା ତା’ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୨ଟି ଟେଷ୍ଟ ଖେଳିବାର ଅଛି। ଯଦି ଘରୋଇ ମାଟିରେ ଦଳ ଅଷ୍ଟ୍ରେଲିଆକୁ ମାତ ଦେଇ ଦେବ ଓ ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ୩-୦ରେ ହାରିଯିବ, ତା’ହେଲେ ଶ୍ରୀଲଙ୍କାର ଫାଇନାଲ ଖେଳିବା ସମ୍ଭାବନା ବଢ଼ିଯିବ।

ଶ୍ରୀଲଙ୍କା ଏବେ ୫୫.୫୬ ବିଜୟ ପ୍ରତିଶତ ସହ ପଏଣ୍ଟ ଟେବୁଲର ତୃତୀୟ, ୫୦% ବିଜୟ ପ୍ରତିଶତ ସହ ନ୍ୟୁଜିଲ୍ୟାଣ୍ଡ ୪ର୍ଥ ଓ ୪୭.୬୨ ପ୍ରତିଶତ ବିଜୟ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ୫ମ ସ୍ଥାନରେ ରହିଛି।

WTC Final ICC Rohit Sharma WTC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe