ସରିଲା ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌, କାଲିଠାରୁ ସୁପର ୮ ଲଢ଼େଇ

ଆସନ୍ତାକାଲି ଠାରୁ ସୁପର ୮ ଲଢ଼େଇ ଆରମ୍ଭ ହେବ। ଗ୍ରୁପ ପର୍ଯ୍ୟାୟର ଶ୍ରେଷ୍ଠ ୮ ଟିମକୁ ନେଇ ଏବେ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ।

ଭାରତୀୟ ଟିମର ଅଭ୍ୟାସ

  • Published: Tuesday, 18 June 2024
  • , Updated: 18 June 2024, 03:56 PM IST

ଆମେରିକା ଓ ୱେଷ୍ଟଇଣ୍ତିଜରେ ଆୟୋଜିତ ଟି-୨୦ ବିଶ୍ୱକପର ସମସ୍ତ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ହୋଇଛି। ଶେଷ ମ୍ୟାଚ୍‌ରେ ଆୟୋଜକ ୱେଷ୍ଟଇଣ୍ଡିଜ ଏକତରଫା ଭାବେ ଆଫଗାନିସ୍ତାନକୁ ପରାସ୍ତ କରିଛି।

ଏହି ମ୍ୟାଚ୍‌ ସହ ଗ୍ରୁପ ପର୍ଯ୍ୟାୟ ଲଢ଼େଇ ଶେଷ ହୋଇଛି। ଆସନ୍ତାକାଲି ଠାରୁ ସୁପର ୮ ଲଢ଼େଇ ଆରମ୍ଭ ହେବ। ଗ୍ରୁପ ପର୍ଯ୍ୟାୟର ଶ୍ରେଷ୍ଠ ୮ ଟିମକୁ ନେଇ ଏବେ ମ୍ୟାଚ୍‌ ଗୁଡ଼ିକ ଖେଳାଯିବ।

ସୁପର ୮ର ଗ୍ରୁପ ଏ’ରେ ଭାରତ ରହିଛି। ଭାରତ ସହ ଏହି ଗ୍ରୁପରେ ଆଫଗାନିସ୍ତାନ, ବାଂଲାଦେଶ ଓ ଅଷ୍ଟ୍ରେଲିଆ ରହିଛନ୍ତି। ସେହିପରି ଗ୍ରୁପ ବି’ରେ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ, ଆମେରିକା ଓ ଦକ୍ଷିଣ ଆଫ୍ରିକା ଅଛନ୍ତି। ସବୁ ଦଳ ୩ଟି ଲେଖାଏ ମ୍ୟାଚ ଖେଳିବେ। ପ୍ରତି ଗ୍ରୁପର ଶ୍ରେଷ୍ଠ ୨ଟି ଲେଖାଏ ଟିମ ସେମି ଫାଇନାଲରେ ପ୍ରବେଶ କରିବେ।

ସୁପର ୮ର ପ୍ରଥମ ମୁକାବିଲା ଦକ୍ଷିଣ ଆଫ୍ରିକା ଓ ଆମେରିକା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ଟି ଭାରତୀୟ ସମୟ ସନ୍ଧ୍ୟା ୮ଟାରେ ଅନୁଷ୍ଠିତ ହେବ। ସେହିପରି ଆଉ ଏକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ(ସମୟ ସକାଳ ୬ଟା) ମୁହାଁମୁହିଁ ହେବେ।

୨୦ ତାରିଖରେ ଭାରତ ଓ ଆଫଗାନିସ୍ତାନ(ସନ୍ଧ୍ୟା ୮ଟା) ଏବଂ ବାଂଲାଦେଶ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ହେବ।

ଜୁନ ୨୧ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା (ସନ୍ଧ୍ୟା ୮ଟା) ଏବଂ ଆମେରିକା ଓ ୱେଷ୍ଟଇଣ୍ଡିଜ(ସକାଳ ୬ଟା) ମ୍ୟାଚ ଖେଳିବେ।

ଜୁନ ୨୨ରେ ଭାରତ ଓ ବାଂଲାଦେଶ(ସନ୍ଧ୍ୟା ୮ଟା) ଏବଂ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ(ସକାଳ ୬ଟା) ମଧ୍ୟରେ ମ୍ୟାଚ୍‌ ହେବ।

ଜୁନ ୨୩ରେ ଆମେରିକା ଓ ଇଂଲଣ୍ଡ(ସନ୍ଧ୍ୟା ୮ଟା) ଏବଂ ଏବଂ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ(ସକାଳ ୬ଟା) ଆଫ୍ରିକା ମ୍ୟାଚ୍ ଖେଳିବେ।

ଜୁନ ୨୪ରେ ଭାରତ ଓ ଅଷ୍ଟ୍ରେଲିଆ(ସନ୍ଧ୍ୟା ୮ଟା)  ଏବଂ ଆଫଗାନିସ୍ତାନ ଓ ବାଂଲାଦେଶ(ସକାଳ ୬ଟା) ମଧ୍ୟରେ ଅନୁଷ୍ଠିତ ହେବ।

Related story