Advertisment

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ: ସୂର୍ଯ୍ୟ କୁମାର ଅଧିନାୟକ, ଗାଏକ୍ୱାଡ ଉପ ଅଧିନାୟକ

ଆହତ ଯୋଗୁ ଶେଷ ମୁହୂର୍ତ୍ତରେ ବିଶ୍ୱକପ ସ୍କ୍ୱାଡରୁ ବାଦ ପଡ଼ିଥିବା ଅକ୍ଷର ପଟେଲ ଦଳକୁ କମବ୍ୟାକ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ରେ ଭାରତ କମାଣ ସମ୍ଭାଳୁ ଥିବା ବେଳେ ସୂର୍ଯ୍ୟ କୁମାର ତାଙ୍କ ଡେପୁଟି ଥିଲେ। ତେଣୁ ଏବେ ପାଣ୍ଡ୍ୟା ଆସିବା ଯାଏ ସେ ଟିମର ନେତୃତ୍ୱ ନେବେ।

ଅଦ୍ୟତନ ହୋଇଛି
Team India

Team India

Advertisment

ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ୫ଟିକିଆ ଘରୋଇ ସିରିଜ୍‌ରେ ଭାରତର ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି ସୂର୍ଯ୍ୟ କୁମାର ଯାଦବ। ସେହିପରି ଏସିଆନ ଗେମ୍ସରେ ଭାରତର ନେତୃତ୍ୱ ନେଇଥିବା ଋତୁରାଜ ଗାଏକ୍ୱାଡ ଉପ ଅଧିନାୟକ ପଦରେ ରହିବେ। 

Advertisment

ସୂର୍ଯ୍ୟ କୁମାର ଏବେ ଟି-୨୦ରେ ୧ନଂ ବ୍ୟାଟର। ସେ ପ୍ରଥମଥର ପାଇଁ ଭାରତର ଅଧିନାୟକ ହୋଇଛନ୍ତି। ଆଇପିଏଲରେ ସେ କ୍ୟାପ୍ଟେନ୍ସି କରିବାର ଅଭିଜ୍ଞତା ରଖିଛନ୍ତି। 

ବିଶ୍ୱକପ ଖେଳିଥିବା ଅଧିକାଂଶ ସଦସ୍ୟ ଏହି ସିରିଜରେ ନାହାନ୍ତି। ଶ୍ରେୟସ ଆୟର ୫ଟିକିଆ ସିରିଜର ଶେଷ ଦୁଇ ମ୍ୟାଚ୍‌ ବେଳକୁ ଆସିବେ। ସେ ଆସିବା ପରେ ଉପ ଅଧିନାୟକ ଭାବେ ଦାୟିତ୍ୱ ସମ୍ପାଦନ କରିବେ।

Advertisment

ୱିକେଟ କିପର ଭାବେ ଦଳରେ ଜିତେଶ ଶର୍ମାଙ୍କ ସହ ଈଶାନ କିଶନ ରହିଛନ୍ତି। ସଞ୍ଜୁ ସାମସନ ଟି-୨୦ ସିରିଜରେ ସୁଯୋଗ ପାଇ ନାହାନ୍ତି। ଏସିଆ ଗେମ୍ସରେ ଭାରତ ପାଇଁ କ୍ରିକେଟରେ ସ୍ୱର୍ଣ୍ଣ ଜିତିଥିବା ପ୍ରାୟ ସବୁ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ରହିଛନ୍ତି।

ଏହି ସିରିଜରୁ ଭାରତ ଆସନ୍ତାବର୍ଷ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ଯୁବ ଖେଳାଳିମାନଙ୍କୁ ସୁଯୋଗ ଦିଆଯାଇଛି।

ସେହିପରି ଆହତ ଯୋଗୁ ଶେଷ ମୁହୂର୍ତ୍ତରେ ବିଶ୍ୱକପ ସ୍କ୍ୱାଡରୁ ବାଦ ପଡ଼ିଥିବା ଅକ୍ଷର ପଟେଲ ଦଳକୁ କମବ୍ୟାକ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ରେ ଭାରତ କମାଣ ସମ୍ଭାଳୁ ଥିବା ବେଳେ ସୂର୍ଯ୍ୟ କୁମାର ତାଙ୍କ ଡେପୁଟି ଥିଲେ। ତେଣୁ ଏବେ ପାଣ୍ଡ୍ୟା ଆସିବା ଯାଏ ସେ ଟିମର ନେତୃତ୍ୱ ନେବେ।

ବିଶ୍ୱକପର ୪ର୍ଥ ମ୍ୟାଚ୍‌ରେ ଆହତ ହୋଇଥିବା ପାଣ୍ଡ୍ୟା ସୁସ୍ଥ ହେଉଛନ୍ତି। କିନ୍ତୁ ତାଙ୍କର ମ୍ୟାଚ୍‌ ଫିଟନେସ ଆସିନାହିଁ। ସମ୍ଭବତଃ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ବେଳକୁ ସେ ମ୍ୟାଚ୍‌ ଖେଳିବାକୁ ଫିଟ ହେବେ ବୋଲି କୁହାଯାଉଛି।

ଯୁବ ତାରକା ଓ ସୂର୍ଯ୍ୟ କୁମାରଙ୍କ ସହ ଭାରତ ଘରୋଇ ମାଟିରେ ଅଷ୍ଟ୍ରେଲିଆ ସହ ଲଢ଼େଇ କରିବ। ଏହି ସିରିଜରେ ଭାରତର କୋଚ୍‌ ଦାୟିତ୍ୱରେ ଭିଭିଏସ୍‌ ଲକ୍ଷ୍ମଣ ରହିବେ। କାରଣ ରାହୁଲ ଡ୍ରାଭିଡ୍‌ଙ୍କ କାର୍ଯ୍ୟକାଳ ରବିବାର ଠାରୁ ଶେଷ ହୋଇଛି। ସେ ମୁଖ୍ୟ କୋଚ୍‌ ପଦ ପାଇଁ ପୁଣି ଆବେଦନ କରିବେ କି ନାହିଁ, ସେକଥା ଏଯାଏ ନିଷ୍ପତ୍ତି ହୋଇନି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ବିଶାଖାପଟନମରେ ଖେଳାଯିବ। ଏହାପରେ ନଭେମ୍ବର ୨୬ରେ ଦ୍ୱିତୀୟ ଟି-୨୦ ଥିରୁଅନନ୍ତପୁରମ, ନଭେମ୍ବର ୨୮ରେ ତୃତୀୟ ଟି-୨୦ ଗୁହାଟୀ, ଡିସେମ୍ବର ୧ରେ ୪ର୍ଥ ଟି-୨୦ ରାୟପୁର ଓ ଡିସେମ୍ବର ୩ରେ ଶେଷ ଟି-୨୦ ବେଙ୍ଗାଲୁରୁରେ ଖେଳାଯିବ।

ଭାରତୀୟ ସ୍କ୍ୱାଡ: ସୂର୍ଯ୍ୟ କୁମାର ଯାଦବ(ଅଧିନାୟକ), ଋତୁରାଜ ଗାଏକ୍ୱାଡ(ଉପ ଅଧିନାୟକ), ଈଶାନ କିଶନ, ଯଶସ୍ୱୀ ଜୈସୱାଲ, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଶିବମ ଦୁବେ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ଆବେଶ ଖାନ ଓ ମୁକେଶ କୁମାର।

ରାୟପୁର ଓ ବେଙ୍ଗାଲୁରୁ ମ୍ୟାଚ୍‌ ବେଳକୁ ଶ୍ରେୟସ ଆୟର ସ୍କ୍ୱାଡରେ ସାମିଲ ହେବେ।

Bcci India Vs Australia ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe