Advertisment

ଘୋଷଣା ହେଲା ଭାରତୀୟ ଟିମ: ଗିଲ କ୍ୟାପ୍ଟେନ, ରିୟାନ ଓ ଅଭିଷେକଙ୍କୁ ସୁଯୋଗ

୧୫ ଜଣିଆ ସ୍କ୍ୱାଡରେ ଅନେକ ଯୁଭ ପ୍ରତିଭାବଙ୍କୁ ସାମିଲ କରାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Ꮪhubman Gill

Ꮪhubman Gill

ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଥିବା ଜିମ୍ବାୱେ ବିପକ୍ଷ ୫ଟିକିଆ ଟି-୨୦ ସିରିଜ ପାଇଁ ଆଜି ବିସିସିଆଇ ୧୫ ଜଣିଆ ଭାରତୀୟ ସ୍କ୍ୱାଡ ଘୋଷଣା କରିଛି। ୫ ଟିକିଆ ଟି-୨୦ ସିରିଜରେ ଭାରତୀୟ ଟିମର ନେତୃତ୍ୱ ଯୁବ ତାରକା ଶୁବମନ ଗିଲ୍‌ ନେବେ।

Advertisment

ଦଳରେ କୌଣସି ସିନିୟର ଖେଳାଳିଙ୍କୁ ସାମିଲ କରାଯାଇ ନାହିଁ। ବିଶ୍ୱକପ ପରେ ଏହି ସିରିଜ ଖେଳାଯିବ। ତେଣୁ ବିଶ୍ୱକପ ଖେଳୁ ଥିବା ଅଧିକାଂଶ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ବିଶ୍ୱକପ ସ୍କ୍ୱାଡରେ ଥିବା ଯଶସ୍ୱୀ ଜୈସୱାଲ ଓ ସଞ୍ଜୁ ସାମସନ ଜିମ୍ବାୱେ ବିପକ୍ଷ ସ୍କ୍ୱାଡରେ ରହିଛନ୍ତି। 

୧୫ ଜଣିଆ ସ୍କ୍ୱାଡରେ ଅନେକ ଯୁବ ପ୍ରତିଭାଙ୍କୁ ସାମିଲ କରାଯାଇଛି। ଗତ ଆଇପିଏଲ ସିଜିନରେ ଭଲ ପ୍ରଦର୍ଶନ କରିଥିବା ସନରାଇଜର୍ସ ହାଇଦ୍ରାବାଦର ଓପନର ଅଭିଷେକ ଶର୍ମା ଓ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ଭାରତୀୟ ଟିମରେ ସୁଯୋଗ ମିଳିଛି।

Advertisment

ସେହିପରି ରାଜସ୍ଥାନ ରୟାଲ୍ସ ପାଇଁ ଦମ ଦେଖାଇଥିବା ରିୟାନ ପରାଗ ଓ ଧ୍ରୁବ ଜୁରେଲଙ୍କୁ ମଧ୍ୟ ବିସିସିଆଇ ୧୫ ଜଣିଆ ସ୍କ୍ୱାଡରେ ରଖିଛି। ଜୁରେଲ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ଟି-୨୦ ସ୍କ୍ୱାଡରେ ସୁଯୋଗ ପାଇଛନ୍ତି। ଏହାବାଦ ଚେନ୍ନାଇ ସୁପର କିଙ୍ଗସର ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେ ମଧ୍ୟ ଭାରତୀୟ ସ୍କ୍ୱାଡରେ ରହିଛନ୍ତି।

ଭାରତୀୟ ସ୍କ୍ୱାଡ:ଶୁବମନ ଗିଲ(ଅଧିନାୟକ), ଯଶସ୍ୱୀ ଜୈସୱାଲ, ଋତୁରାଜ ଗାଏକ୍ୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମସନ, ଧ୍ରୁବ ଜୁରେଲ, ନୀତୀଶ ରେଡ୍ଡୀ, ରିୟାନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଆବେଶ ଖାନ, ଖଲୀଲ ଅହମଦ, ମୁକେଶ କୁମାର ଓ ତୁଷାର ଦେଶପାଣ୍ଡେ।

ଭାରତ ଏହି ଗସ୍ତରେ ଜିମ୍ବାୱେ ସହ ୫ଟି ଟି-୨୦ ମ୍ୟାଚ୍‌ ଖେଳିବ। ଭାରତୀୟ ସମୟ ଅପରାହ୍ନ ୪.୩୦ରେ ସବୁ ମ୍ୟାଚ୍‌ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍‌ ଜୁଲାଇ ୬ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବାକି ମ୍ୟାଚ୍‌ ଗୁଡ଼ିକ, ୭, ୧୦, ୧୩ ଓ ୧୪ ଜୁଲାଇରେ ଖେଳାଯିବ।

T20 Match T20 Cricket Shubman Gill