Advertisment

ଶ୍ରୀଲଙ୍କା ଠାରୁ ୨୩ ବର୍ଷ ତଳର ପ୍ରତିଶୋଧ ନେଲା ଭାରତ

୨୦୦୦ ମସିହାରେ ସେହି ଶ୍ରୀଲଙ୍କା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତକୁ ୫୪ ରନରେ ଅଲଆଉଟ କରି ଦେଇଥିଲା।

Virat

Virat

Advertisment

ଶ୍ରୀଲଙ୍କା ଠାରୁ ମଧୁର ପ୍ରତିଶୋଧ ନେଇଛି ଟିମ ଇଣ୍ଡିଆ। ପ୍ରତିଶୋଧ ହିଁ ପୁରୁଣା ଘା’କୁ ଥଣ୍ଡା ପହଞ୍ଚାଇ ଥାଏ। ସମ୍ଭବତଃ ଶ୍ରୀଲଙ୍କାକୁ ଏସିଆ କପ ଫାଇନାଲରେ ମାତ୍ର ୫୦ ରନରେ ଅଲଆଉଟ କରିବା ପରେ ଭାରତୀୟ ଖେଳାଳି ସମାନ କଥା ଭାବୁଥିବେ।

Advertisment

କାରଣ ଏହା କୌଣସି ଦିନିକିଆ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ସର୍ବନିମ୍ନ ସ୍କୋର। ଶ୍ରୀଲଙ୍କା ଦୀର୍ଘ ୨୩ ବର୍ଷ ଧରି ଜାରି ରହିଥିବା ଲଜ୍ଜାଜନକ ରେକର୍ଡକୁ ଆଜି ୫୦ ରନରେ ଅଲଆଉଟ ହୋଇ ଭାଙ୍ଗି ଦେଇଛି।

୨୦୦୦ ମସିହାରେ ସେହି ଶ୍ରୀଲଙ୍କା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତକୁ ୫୪ ରନରେ ଅଲଆଉଟ କରି ଦେଇଥିଲା। ସାରଜାରେ ଖେଳା ଯାଉଥିବା ଫାଇନାଲରେ ଭାରତ ଟ୍ରଫି ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। କିନ୍ତୁ ଶ୍ରୀଲଙ୍କା ଭାରତୀୟ ଟିମକୁ ୫୪ରେ ହରାଇ ଦେଇଥିଲା। ଭାରତ ମଧ୍ୟ ଲଜ୍ଜାଜନକ ରେକର୍ଡର ସମ୍ମୁଖୀନ ହୋଇଥିଲା। ଆଜି ଭାରତ ଏହାର ମଧୁର ପ୍ରତିଶୋଧ ନେଇ ଶ୍ରୀଲଙ୍କାକୁ ୫୦ ରନରେ ଅଲଆଉଟ କରି ଦେଇଛି।

Advertisment

ଏଥିସହ ୮ମଥର ପାଇଁ ଏସିଆକ କପ ମଧ୍ୟ ଦଖଲ କରିଛି। ଭାରତର ଏହି ରେକର୍ଡ ବ୍ରେକିଂ ବିଜୟର ନାୟକ ହେଉଛନ୍ତି ଦ୍ରୁତ ବୋଲର ମହମ୍ମଦ ସିରାଜ। ସେ ୨୧ ରନରେ ୬ ୱିକେଟ ଦଖଲ କରିଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ ଯଶପ୍ରୀତ ବୁମ୍ରା ଗୋଟିଏ ସଫଳତା ପାଇଛନ୍ତି। ସିରାଜ ଏସିଆ କପରେ ୬ ୱିକେଟ ନେଇଥିବା ଅଜନ୍ତା ମେଣ୍ଡିସଙ୍କ ରେକର୍ଡର ସମକକ୍ଷ ମଧ୍ୟ ହୋଇଛନ୍ତି। ସେ ମାତ୍ର ୧୬ଟି ବଲରେ ୫ ୱିକେଟ ଦଖଲ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି। ଶ୍ରୀଲଙ୍କାର ଚାମିଣ୍ଡା ଭାସ୍‌ ମଧ୍ୟ ସମାନ ୧୬ ବଲରେ ୫ ୱିକେଟ ନେଇଥିଲେ। ଏହାବାଦ ଗୋଟିଏ ଓଭର୍‌ରେ ସର୍ବାଧିକ ୱିକେଟ ନେବାର ରେକର୍ଡ ସିରାଜଙ୍କ ନାଁରେ ଯୋଡ଼ି ହୋଇ ଯାଇଛି। ସେ ଶ୍ରୀଲଙ୍କା ଇନିଂସର ୪ର୍ଥ ଓଭର୍‌ରେ ୪ଟି ୱିକେଟ ନେଇଥିଲେ।

Virat Kohli Cricket Asia Cup Cricket Asia Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe